ରିଅଲ ଲାଇଫ ରେ “ଜୋରୁ କେ ଗୁଲାମ” ଅଟନ୍ତି Bollywood ର ଏହି 4 ଜଣ Hero, ସ୍ତ୍ରୀଙ୍କ କଥାରେ କିଛି ବି କରି ପାରନ୍ତି

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଷ୍ଟାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର କେତେକ ଦିଗଜ ଅଭିନେତା ମାନେ ପ୍ରେମ କରିଛନ୍ତି ଓ ସେମାନଙ୍କ ପ୍ରେମ କାହାଣୀ ବହୁତ ଚର୍ଚିତ ମଧ୍ୟ ରହିଛି । ସେହିପରି ବଲିଉଡରେ କେତେଜଣ ଅଭିନେତା ପ୍ରେମରେ ସଫଳ ହୋଇଛନ୍ତି ତ ଅନ୍ୟ କେତେଜଣ ପ୍ରେମରେ ବିଫଳ ହୋଇଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ ଅଭିନେତା ମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ପ୍ରେମରେ ସଫଳ ହୋଇଛନ୍ତି ଓ ନିଜ ପାର୍ଟନରକୁ ବିବାହ କରି ବହୁତ ଖୁସିରେ ରଖିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ବଲିଉଡ ଅଭିନେତା ମାନଙ୍କ ବିଷୟରେ ।

ଶାହାରୁଖ ଖାନ- ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସୁପର ଷ୍ଟାର ଶାହରୁଖ ଖାନଙ୍କୁ ନିଶ୍ଚୟ ଜାଣିଥିବେ । ବର୍ତ୍ତମାନ ମଧ୍ୟ ଶାହରୁଖଙ୍କ ପାଇଁ କେତେକ ବଲିଉଡ ଅଭିନେତ୍ରୀ ପାଗଳ ଅଛନ୍ତି । ହେଲେ ଶାହରୁଖ ବିବାହ କରିଛନ୍ତି ନିଜ କଲେଜ ଲାଇଫର ପାର୍ଟନର ଗୌରି ଖାନଙ୍କ ସହ । ଏହି ଦୁଇଜଣଙ୍କ ପ୍ରେମରେ ବହୁତ ସମସ୍ଯା ଆସିଥିଲା ।

ଏହି ଦୁଇଜଣଙ୍କ ମଧ୍ୟରେ ଧର୍ମ ଓ ଧନୀ ଗରିବର ସମସ୍ୟା ଆସିଥିଲା । ଗୌରିଙ୍କ ପିତାଙ୍କୁ ମନେଇବା ଶାହରୁଖଙ୍କ ପାଇଁ ବହୁତ କଷ୍ଟକର ହୋଇଥିଲା, ହେଲେ ଶାହରୁଖ ନିଜ କଷ୍ଟରେ ବଲିଉଡରେ ସଫଳତା ହାସିଲ କରି ଗୌରିଙ୍କୁ ବିବାହ କରିଥିଲେ । ଆଜି ଏହି ଦୁଇଜଣ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।


ଅକ୍ଷୟ କୁମାର- ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କୁ ନିଶ୍ଚୟ ଜାଣିଥିବେ । ଏହି ଯୋଡିକୁ ବଲିଉଡରେ ବହୁତ ପସନ୍ଦ କରା ଯାଇଛି । ଅକ୍ଷୟ ନିଜ ଫିଲ୍ମ କାରିୟରରେ ବହୁତ ଜଣଙ୍କ ସହ ଅଫେୟାର ରଖିଥିଲେ ମଧ୍ୟ ତାଙ୍କୁ ନିଜ ଜୀବନର ଅସଲ ପ୍ରେମ ଟ୍ଵିଙ୍କିଲ ଖନାଙ୍କ ସହ ମିଳିଥିଲା । ଏମାନେ ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ । ଟ୍ଵିଙ୍କିଲ ଅକ୍ଷୟଙ୍କୁ ବହୁତ ସପୋର୍ଟ କରନ୍ତି । ଏମାନେ ପରସ୍ପରକୁ ବହୁତ ପ୍ରେମ କରନ୍ତି ସେଥିପାଇଁ ଆଜି ପର୍ଯ୍ୟନ୍ତ ଏହି ଦୁଇଜଣ ନିଜ ସମ୍ପର୍କରେ କୌଣସି ବିବାଦ ଆଣି ନାହାନ୍ତି ।

ରିତେଶ ଦେଶମୁଖ- ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ରିତେଶ ଦେଶମୁଖଙ୍କୁ ନିଶ୍ଚୟ ଜାଣିଥିବେ । ରିତେଶ ବଲିଉଡ ଅଭିନେତ୍ରୀ ଜେନେଲିଆଙ୍କୁ ପାଖା ପାଖି ୯ ବର୍ଷ ପର୍ଯ୍ୟନ୍ତ ଡେଟ କରିଥିଲେ । ଏହି ଦୁଇଜଣକ ମଧ୍ୟରେ ବୟସ ଓ ଧର୍ମର ଫରକ ଦେଖା ଦେଇଥିଲା । ହେଲେ ଏମାନେ ପରସ୍ପର ସହ ବିବାହ କରି ବହୁତ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି ଓ ସେମାନଙ୍କ ସମ୍ପର୍କରେ ଆଜି ପର୍ଯ୍ୟନ୍ତ କୌଣସି ବିବାଦ ଦେଖା ଯାଇନାହିଁ ।

ଅଜୟ ଦେବଗନ- ବଲିଉଡକୁ ଅଜୟ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଗୋଟେ ସମୟରେ ଅଜୟ ବଲିଉଡ ଅଭିନେତ୍ରୀ କରିସ୍ମାଙ୍କ ସହ ବହୁତ ସମୟ ପର୍ଯ୍ୟନ୍ତ ଲଭ ରିଲେସନରେ ରହିଥିଲେ । ହେଲେ ତାଙ୍କୁ ନିଜ ଜୀବନର ଅସଲ ପ୍ରେମ ବଲିଉଡ ଅଭିନେତ୍ରୀ କାଜୋଲଙ୍କ ପାଖରେ ମିଳିଥିଲା । ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବିବାହ କରିଛନ୍ତି ଓ ଅଜୟ ବହୁତ ଖୁସିରେ କାଜୋଲଙ୍କୁ ରଖିଛନ୍ତି । କାଜୋଲ ମଧ୍ୟ ଅଜୟଙ୍କୁ ବହୁତ ସପୋର୍ଟ କରନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *