Breaking News: ମୁଖ୍ୟମନ୍ତ୍ରୀ Naveen Patnaik ଦେଲେ ବଡ ସଂକେତ, ରାଜ୍ୟର ୨୬ ଜିଲ୍ଲାରେ ହୋଇପାରେ Unlock, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ସ୍ଵତନ୍ତ୍ର କଟକଣା

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । ହେଲେ ଓଡିଶାର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି । ଗତ ମାସ ୫ ତାରିଖରୁ କରୋନା ମହାମାରୀର ସଂକ୍ରମଣକୁ କମ କରେଇବା ପାଇଁ ରାଜ୍ୟ ସରକାର ନବୀନ ପଟନାୟକ ରାଜ୍ୟରେ ଲକଡାଉନ ଘୋଷଣା କରିଥିଲେ ।

ଦେଶର କେତେକ ରାଜ୍ୟରେ ଲକଡାଉନ ଜାରି କରାଯାଇଛି । କାରଣ ଏହି ଭାଇରସଟି ଗତ ବର୍ଷ ଅପେକ୍ଷା ଏହି ବର୍ଷ ଅଧିକ ଶକ୍ତିଶାଳୀ ହେବା ସହ ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି । ହେଲେ ସଂକ୍ରମଣ ହାର ଆଜି ୫ ହଜାର ତଳକୁ ଖସିଛି ଓ ରାଜ୍ଯରେ ପଜେଟିଭ ହାର ମଧ୍ୟ କମିଛି । ଓଡିଶାରେ ବହୁତ ଶୀଘ୍ର ଅନଲକ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ସରକାର ଏନେଇ ଚିନ୍ତା କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗତ ଶୁକ୍ରବାର ଦିନ ରାଜ୍ୟରେ ୬୭.୧୨୨ ନମୁନା ପରୀକ୍ଷା ହୋଇଥିଲା ହେଲେ ୪୮୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅର୍ଥାତ ୭.୨୩ ପ୍ରତିଶତ ରହିଛି ପଜେଟିଭ ହାର । ୧୦୦ ନମୁନା ପରୀକ୍ଷାରେ ୭ ନମୁନା ପଜିଟିଭ୍‌ ଆସୁଛି । ୧୯ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କମିଥିବା ବେଳେ ୧୧ ଜିଲ୍ଲାରେ ବଢିଛି । ତେବେ ପଜିଟିଭ ହାରକୁ ଅନୁଧ୍ୟାନ କରିବା ପରେ ଆସନ୍ତା ୧୭ରୁ ୨୬ଟି ଜିଲ୍ଲାରେ ଅନଲକ ପ୍ରକ୍ରିୟା ସରକାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି ।

ଶନିବାର ଦିନ ସୋନପୁରରେ ୧୬୨୩ ନମୁନାରେ ୩୫ ଜଣ ଆକ୍ରାନ୍ତ ବାହାରିଥିବାବେଳେ ନୂଆପଡାରେ ୮୮୭ ନମୁନାରୁ ୨୨ ଆକ୍ରାନ୍ତ ବାହାରିଛନ୍ତି । ଏହି ସ୍ଥାନରେ ପଜିଟିଭ ହାର ୨.୪୮% ରହିଛି ଜିଲ୍ଲାରେ । କଳାହାଣ୍ଡିରେ ୬୦ ପଜିଟିଭ ହୋଇଥିବା ବେଳେ ୨୫୧୭ ନମୁନା ପରୀକ୍ଷା ହୋଇଛି ଅର୍ଥାତ ଏହି ସ୍ଥାନରେ  ୨.୩୮% ରହିଛି ପଜିଟିଭ୍‌ ହାର । ଝାରସୁଗୁଡ଼ାରେ ୨୧୩୭ ନମୁନାରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଜିଲ୍ଲାରେ ୦.୭୫%ପଜିଟିଭ୍‌ ହାର ରହିଛି । ବନ୍ଧୁଗଣ  ଏଠାରେ ୧୦୦ ନମୁନାରେ ଗୋଟିଏ ବି ପଜିଟିଭ୍‌ ଚିହ୍ନଟ ହେଉନାହାନ୍ତି ।

ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ଲହରର ସବୁଠୁ ଅଧିକ ସାଂଘାତିକ ସ୍ଥିତି ହୋଇଥିଲା । ଏବେ ସୁନ୍ଦରଗଡ଼ରେ ପଜିଟିଭ୍‌ ହାର ୨.୯୮% ରହିଛି । ଜିଲ୍ଲାରୁ ୫୨୭୭ ନମୁନା ଟେଷ୍ଟ ହୋଇଥିବା ବେଳେ ମାତ୍ର ୧୫୭ଟି ନମୁନା ପଜିଟିଭ୍‌ ଆସିଛି । ସମ୍ବଲପୁରରେ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କକୁ ଖସିଛି । ୨୭୪୬ ନମୁନାରୁ ୪୧ ଟି ମାତ୍ର ପଜିଟିଭ୍‌ ଆସିଛି । ପଜିଟିଭ୍‌ ହାର ୧.୪୯% ରହିଛି ।

୧୭ ତାରିଖ ପରେ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣା ପଡିଛି । କିଛି ନିୟମ କୋହଳ ହୋଇପାରେ ଆଉ କିଛି ନିୟମ ବଳବତ୍ତର ରହିପାରେ। ତେବେ ଅନୁଗୁଳ, ଖୋର୍ଦ୍ଧା, କଟକ ଓ ଯାଜପୁର ପାଇଁ ସ୍ୱତନ୍ତ୍ର ନିୟମ ହେବ ବୋଲି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

ଅନଲକ୍ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି । ସମସ୍ତ ଜିଲ୍ଲାକୁ ୩ ଜୋନ୍‌ରେ ବିଭକ୍ତ କରି ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଜଣାପଡ଼ିଛି । ପଜିଟିଭ୍‌ ହାର ୧୦% ରୁ ଅଧିକ ଥିବା ଜିଲ୍ଲାରେ ବଳବତ୍ତର ରହିବ ଲକ୍‌ଡାଉନ । ଆଉ ୫% ତଳେ ପଜିଟିଭ୍‌ ହାର ଥିଲେ ନିୟମକୁ କୋହଳ କରାଯିବ । ତେବେ ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିକ୍ଷହାୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *