କଣ ଆପଣ ଜାଣନ୍ତି କେତେ ଥିଲା ଏହି 10 ଜଣ Bollywood ଆକ୍ଟର ଙ୍କ ପ୍ରଥମ ସାଲାରୀ ? ଜଣଙ୍କର ତ ପ୍ରଥମ ସାଲାରୀ ଥିଲା ମାତ୍ର 7.5 ଟଙ୍କା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ଲାଇଫ ଷ୍ଟାଇଲ ଦେଖି ବହୁତ ମାତ୍ରାରେ ପ୍ରଭାବିତ ହୋଇଥାଉ। କିନ୍ତୁ ଆମେ ଏହା ଜାଣି ନଥାଉ ଯେ, ଏହି କଳାକାର ମାନେ ନିଜ ପାଇଁ ପ୍ରତିଷ୍ଠା କରିଥିବା ଏହି ନାମ, ଧନ ଦୌଲତ, ଐଶ୍ଚର୍ଯ୍ୟ ଆଦି ପଛରେ କେତେ ବର୍ଷ ର କଠିନ ପରିଶ୍ରମ ଲୁଚି ରହିଥାଏ।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଅଭିନେତା ମାନଙ୍କର ପ୍ରଥମ ଦରମା ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ। ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ସଲମାନ ଖାଁ- ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ସବୁଠାରୁ ଧନୀ ଅଭିନେତା ମାନଙ୍କ ମଧ୍ୟରେ ସଲମାନ ଖାଁ ଙ୍କ ନାମ ସାମିଲ ରହିଛି। ବର୍ତ୍ତମାନ ସେ କୋଟି କୋଟି ସମ୍ପତ୍ତି ର ଅଧିକାରୀ ଅଟନ୍ତି। କିନ୍ତୁ ଏହି ଅଭିନେତା ଙ୍କ ପ୍ରଥମ ଦରମା ଥିଲା ୭୫ ଟଙ୍କା। ତାଜ ହୋଟେଲ ର ବ୍ୟାକ୍ ଗ୍ରାଉଣ୍ଡ ଡ୍ୟାନ୍ସର ଭାବରେ ସେ ନିଜର ପ୍ରଥମ ରୋଜଗାର କରିଥିଲେ। ସେ ନିଜର ପ୍ରଥମ ଦରମା କୁ ନିଜ ମାଆ ଙ୍କ ହାତରେ ଦେଇଥିଲେ।

୨. ହୃତିକ ରୋସନ- ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ‘ହୃତିକ ରୋସନ’ ଫିଲ୍ମ ‘ଆଶା’ ରେ ବାଲ୍ୟ କଳାକାର ଭାବରେ ଅଭିନୟ କରିଥିଲେ ଏବଂ ଏଥିପାଇଁ ତାଙ୍କୁ ୧୦୦ ଟଙ୍କା ମିଳିଥିଲା। ସେ ଏକ ଇଣ୍ଟରଭ୍ୟୁ ରେ କହିଥିଲେ ଯେ ସେ ନିଜର ପ୍ରଥମ ଦରମା ରେ ଏକ ଟଏ କାର୍ କିଣିଥିଲେ।

୩. ଅକ୍ଷୟ କୁମାର- ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ‘ଅକ୍ଷୟ କୁମାର’ ବ୍ୟାଙ୍କକକ୍ ରେ ଜଣେ ସେଫ ଓ ୱେଟର୍ ଭାବରେ କାମ କରୁଥିଲେ ଏବଂ ଏଥିପାଇଁ ତାଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଦରମା ମିଳୁଥିଲା।

୪. ସାହରୁଖ ଖାଁ- ବଲିଉଡ ଇଣ୍ଡଷ୍ଟ୍ରୀ ର ବାଦଶାହ ‘ସାହରୁଖ ଖାଁ’ ଙ୍କ ପ୍ରଥମ ଦରମା ୫୦ ଟଙ୍କା ଥିଲା। ଯାହା ସେ ତାଜମହଲ ବୁଲିବାକୁ ଯାଇ ଖର୍ଚ୍ଚ କରିଥିଲେ।

୫. ଇରଫାନ ଖାଁ- ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଏବଂ ଟ୍ୟାଲେଁଟେଡ଼ ଅଭିନେତା ‘ଇରଫାନ ଖାଁ’ ଅଟନ୍ତି। ସେ ବର୍ତ୍ତମାନ ଏହି ଦୁନିଆ ରେ ନାହାନ୍ତି। ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିବା ପୂର୍ବ ରୁ ଜଣେ ଟ୍ୟୁସନ୍ ଟିଚର ଥିଲେ ଏବଂ ପ୍ରତି ବିଦ୍ୟାର୍ଥୀ ଙ୍କ ଠାରୁ ତାଙ୍କୁ ୨୫ ଟଙ୍କା ଦରମା ମିଳୁଥିଲା।

୬. ଆମୀର ଖାଁ- ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରଫେକ୍ଟ ଅଭିନେତା ‘ଆମୀର ଖାଁ’ ପ୍ରଥମେ ଜଣେ ଆସିଷ୍ଟାଣ୍ଟ ଡାଇରେକ୍ଟର ଥିଲେ ଏବଂ ତାଙ୍କୁ ପ୍ରଥମେ ଦରମା ରୂପରେ ୧୦୦୦ ଟଙ୍କା ମିଳିଥିଲା।

୭. ଜନ୍ ଆବ୍ରାହମ- ବଲିଉଡ ର ନାମିଦାମୀ ଅଭିନେତା ରୂପରେ ପରିଚିତ ‘ଜନ୍ ଆବ୍ରାହମ’ଙ୍କ ପ୍ରଥମ ଦରମା ଥିଲା ୧୧୮୦୦ ଟଙ୍କା।

୮. ନସିରୁଦ୍ଦିନ ଶାହ- ବଲିଉଡ ଇଣ୍ଡଷ୍ଟ୍ରୀ ର ଟ୍ୟାଲେଁଟେଡ଼ ଅଭିନେତା ନସିରୁଦ୍ଦିନ ଶାହ ଫିଲ୍ମ କ୍ଷେତ୍ରକୁ ଆସିବା ପୂର୍ବରୁ ଅନ୍ୟ ବହୁତ କାମ କରିଛନ୍ତି। ରାଜେନ୍ଦ୍ର କୁମାର ଙ୍କ ପଛରେ ଏକ ଫ୍ୟୁନେରାଲ ସିନ୍ ରେ ଛିଡ଼ା ହେବା ପାଇଁ ତାଙ୍କୁ ୭.୫ ଟଙ୍କା ମିଳିଥିଲା।

୯. ଅମିତାଭ ବଚ୍ଚନ- ବଲିଉଡ ଇଣ୍ଡଷ୍ଟ୍ରୀ ର ମହାନାୟକ ‘ଅମିତାଭ ବଚ୍ଚନ’ ପ୍ରଥମେ କୋଲକାତା ରେ ଜଣେ ଏକ୍ସକ୍ୟୁଟିଭ ଡାଇରେକ୍ଟର ଭାବରେ କାମ କରିଥିଲେ ଏବଂ ଏଥିପାଇଁ ତାଙ୍କୁ ୫୦୦ ଟଙ୍କା ଦରମା ମିଳିଥିଲା।

୧୦. ଧର୍ମେନ୍ଦ୍ର- ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ‘ଧର୍ମେନ୍ଦ୍ର’ ଫିଲ୍ମ ‘ଦିଲ୍ ଭି ତେରା, ହମ୍ ଭି ତେରେ’ ରୁ ଡେବ୍ୟୁଟ କରିଥିଲେ।ଏହି ଫିଲ୍ମ ରେ ଅଭିନୟ କରିବା ନିମନ୍ତେ ତାଙ୍କୁ ୫୦ ଟଙ୍କା ଦରମା ମିଳିଥିଲା।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *