ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବଲିଉଡରେ ରହିବାକୁ ହେଲେ ଅଭିନୟ ସହିତ ଭାଗ୍ୟବାନ ହୋଇଥିବା ମଧ୍ୟ ଆବଶ୍ୟକ। କିଛି ଲୋକ ଅଛନ୍ତି ଯିଏ ବଲିଉଡରେ ପାଦ ଦେଇଥାନ୍ତି କିନ୍ତୁ , ସଫଳ ହୋଇପାରିନଥାନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି ଯୋଡି ବିଷୟରେ କହିବୁ ଯାହା ଅସଲ ରେ ତ ବହୁତ ଭଲ ହୋଇଥାଏ କିନ୍ତୁ ବଲିଉଡ କୁ ଆସିବା ପରେ ଜଣେ ଜଣଙ୍କ ଠାରୁ ଦୁରେଇ ଯାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ କେତେକ ଏପରି ଭଉଣୀ ମାନଙ୍କ ଯୋଡି ଅଛି ଯେଉଁ ମାନଙ୍କ ମଧ୍ୟରେ ଜଣେ ସୁପରହିଟ ହୋଇଥିବା ସମୟରେ ଆଉ ଜଣେ ସୁପରଫ୍ଲପ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ।
୧.ଶିଳ୍ପା ଶେଠୀ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି।ବର୍ତ୍ତମାନ ସମୟରେ ସେ ଆଉ ଫିଲ୍ମ କରୁନାହାନ୍ତି କିନ୍ତୁ ଅନେକ ରିଆଲିଟି ଶୋ ରେ ଜଜ ରହୁଛନ୍ତି , କିନ୍ତୁ ବନ୍ଧୁଗଣ ଯଦି ଆମେ ତାଙ୍କ ଭଉଣୀଙ୍କ ବିଷୟରେ କଥା ହେବା ତାହେଲେ ସେ ହେଉଛନ୍ତି ଶମିତା ଶେଠୀ ।

ସେ ବଲିଉଡରେ ସଫଳ ହୋଇପାରି ନାହାନ୍ତି । ତାଙ୍କ ଭଉଣୀ ତୁଳନାରେ ସେ ଏକଦମ ଫ୍ଲପ ରହିଆସିଛନ୍ତି ।ସେ ଫିଲ୍ମ “ମୋହବତେଂ” ଜରିଆ ରେ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଆସିଥିଲେ ଏବଂ ଏହା ପରେ ମଧ୍ୟ ସେ ଅନେକ ଫିଲ୍ମ କରିଥିଲେ କିନ୍ତୁ ହିଟ ହୋଇପାରି ନଥିଲେ । ତେଣୁ ସେ ଫିଲ୍ମ ଦୁନିଆରୁ ଦୁରେଇ ଯାଇଥିଲେ।

୨.ଏହାପରେ ଆମେ ଜାଣିବା କାଜଲ ଙ୍କ ଭଉଣୀ ବିଷୟରେ । ଆପଣମାନେ ତ କାଜଲ ଙ୍କୁ ବହୁତ ଭଲରେ ଜାଣିଥିବେ ସେ ବହୁତ ସୁପରହିଟ ଫିଲ୍ମ ବଲିଉଡ କୁ ଦେଇଛନ୍ତି , ଏବଂ ସେ ସୁପରଷ୍ଟାର ଅଜୟ ଦେବଗନଙ୍କୁ ବିବାହ କରିଛନ୍ତି , କିନ୍ତୁ ଆମେ ଯଦି ତାଙ୍କ ଭଉଣୀ ଙ୍କ କଥା କହିବା ତେବେ ସେ ହେଉଛନ୍ତି ତନିସା ମୁଖାର୍ଜୀ କିନ୍ତୁ ସେ ଫିଲ୍ମ ମାମଲାରେ ବିଲକୁଲ ବି ସଫଳତା ପାଇ ପାରିବେ ନାହିଁ। ତାଙ୍କର କୌଣସି ବି ଫିଲ୍ମ ବକ୍ସ ଅଫିସରେ ହିଟ ହୋଇପାରିନଥିଲା।ତେଣୁ ସେ ଫିଲ୍ମ ଦୁନିଆରୁ ଦୁରେଇ ଯାଇଥିଲେ। ସେ ନିଜ ଭଉଣୀ ତୁଳନା ରେ ଫ୍ଲପ ପ୍ରମାଣିତ ହୋଇଥିଲେ।

୩.ଏହା ପରେ ଆମ ଲିଷ୍ଟରେ ଅଛନ୍ତି ମଲାଇକା ଆରୋରା, ୪୬ବର୍ଷ ବୟସ ରେ ମଧ୍ୟ ବହୁତ ହଟ ଲୁକ ପାଇଁ ସେ ଦର୍ଶକଙ୍କ ପାଖରେ ଖୁବ ପରିଚିତ। ସେ ଫିଲ୍ମ ନ କରୁଥିଲେ ମଧ୍ୟ ନିଜର ବୋଲଡ଼ନେସ ପାଇଁ ସମସ୍ତଙ୍କ ପାଖରେ ବେଶ ପରିଚିତ।କିନ୍ତୁ ତାଙ୍କ ଭଉଣୀ ଅମୃତା ଆରୋରା ନିଜ ଭଉଣୀଙ୍କ ପରି ବେଶୀ ହିଟ ହୋଇପାରିନଥିଲେ , ତାଙ୍କର କୌଣସି ବି ଫିଲ୍ମ ହିଟ ହୋଇନଥିଲା ସେଥିପାଇଁ ସେ ଧୀରେ ଧୀରେ ଫିଲ୍ମ ଦୁନିଆ ରୁ ଦୁରେଇ ଯାଇଥିଲେ।ସେ ମଧ୍ୟ ନିଜ ଭଉଣୀଙ୍କ ତୁଳନା ରେ ଫ୍ଲପ ପ୍ରମାଣିତ ହୋଇଥିଲେ।

୪.ଏହା ପରେ ଆମେ ଜାଣିବା ଡ଼ିମ୍ପଲ କପାଡ଼ିଆଙ୍କ ବିଷୟରେ, ସେ ମଧ୍ୟ ଜଣେ ଭଲ ଅଭିନେତ୍ରୀ ଥିଲେ।ସେ ସମୟରେ ବହୁତ ଗୁଡିଏ ହିଟ ଫିଲ୍ମ ବଲିଉଡ କୁ ଦେଇଛନ୍ତି କିନ୍ତୁ ତାଙ୍କ ଭଉଣୀ ପୁରା ଫ୍ଲପ ହୋଇଥିଲେ। ସେ ଫିଲ୍ମ “ଅନୁରୋଧ” ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ। କିନ୍ତୁ , ସେ ବଲିଉଡରେ ସୁପରଫ୍ଲପ ରହିଥିଲେ ଏବଂ ବଲିଉଡ ରୁ ଦୁରେଇ ଯାଇଥିଲେ। ବନ୍ଧୁଗଣ ଦୁଖଃର ବିଷୟ ଯେ ସେ ୧୦ ନଭେମ୍ବର ୨୦୦୯ ମସିହାରେ ତାଙ୍କର ଦେ -ହାନ୍ତ ହୋଇଥିଲା।
ତେବେ ଏ ଥିଲା ବଲିଉଡ ର କେତେକ ସୁପରହିଟ ଓ ସୁପରଫ୍ଲପ ଭଉଣୀ ଙ୍କ ର ଯୋଡ଼ି। ଆଶା କରୁଛୁ ଆପଣଙ୍କୁ ଏହା ବହୁତ ଭଲ ଲାଗିଥିବ। ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

