ଯେତେବଳେ Bollywood ର ଏହି 3 ଅଭିନେତା ଭଲ ପାଇଁ ବସିଥିଲେ ଗୋଟିଏ ଝିଅକୁ, କିନ୍ତୁ ମିଳିଥିଲା ଧୋକା, ଜାଣନ୍ତୁ କିଏ ସେହି ସୁନ୍ଦରୀ ପ୍ରେମିକା…

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ବଲିଉଡ ସିନେମା ଜଗତ ବହୁତ ଉଚ୍ଚ ସ୍ଥାନ ରେ ପହଞ୍ଚି ସାରିଲାଣି । ଏହାର ଶ୍ରେୟ କେବଳ ବଲିଉଡ ର ଉଚ୍ଚକୋଟୀର କଳାକାର ମାନଙ୍କୁ ଯାଉଛି ।ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରି ଏପରି ଏକ ମାୟା ନଗରୀ ଅଟେ ଯେଉଁଠାରେ କେବେ କାହାକୁ ଓ କାହା ସହିତ ପ୍ରେମ ହୋଇଯିବ ତାହାର କୌଣସି ଜଣା ନ ଥାଏ । ଠିକ ଏହି ପରି ହୋଇ ଥିଲା ବଲିଉଡ ର ୩ ଜଣ ଷ୍ଟାର ଙ୍କ ସହିତ ।

ଏମାନେ ଗୋଟିଏ ସମୟ ରେ ଗୋଟିଏ ଅଭିନେତ୍ରୀ ଙ୍କ ପ୍ରେମ ରେ ପଡିଯାଇଥିଲେ । ତେବେ ବନ୍ଧୁଗଣ ସେହି ଅଭିନେତା ମାନେ ହେଉଛନ୍ତି ଅକ୍ଷୟ କୁମାର,ଅଜୟ ଦେବଗଣ ଓ ସନି ଦେଓଲ ଅଟନ୍ତି । ଏହି ତିନି ଜଣ ଅଭିନେତା ଜଣଙ୍କୁ ହିଁ ନିଜର ହୃଦୟ ଦେଇ ବସିଥିଲେ କିନ୍ତୁ ସେହି ଅଭିନେତ୍ରୀ ଜଣଙ୍କ ତାଙ୍କ ମଧ୍ୟରୁ କାହାକୁ ମଧ୍ୟ ନିଜ ଜୀବନ ସାଥି ଭାବେ ବାଛି ନ ଥିଲେ ।

ତେବେ ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରି ର ଷ୍ଟାର ଅଜୟ ଦେବଗଣ, ଅକ୍ଷୟ କୁମାର ଓ ସନି ଦେଓଲ ଯେଉଁ ଅଭିନେତ୍ରୀ ଙ୍କ ପ୍ରେମ ରେ ପାଗଳ ଥିଲେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡ ର ସୁପର ଷ୍ଟାର ଅଭିନେତ୍ରୀ ରବିନା ଟଣ୍ଡନ ।

ଏହି ଲିଷ୍ଟ ର ପ୍ରଥମ ସ୍ଥାନ ରେ ଅଛନ୍ତି ସନି ଦେଓଲ । ଯିଏ ଦିନେ ରବିନା ଙ୍କ ପ୍ରେମ ରେ ସମ୍ପୂର୍ଣ୍ଣ ଭାବରେ ପାଗଳ ହୋଇଯାଇଥିଲେ । ବନ୍ଧୁଗଣ ଏମାନେ ପୂର୍ବ ରୁ ବହୁତ ଫିଲ୍ମ ରେ କାମ କରିଛନ୍ତି କିନ୍ତୁ ଫିଲ୍ମ “ଇମତିହାନ” ରେ ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏମାନଙ୍କ ପ୍ରେମ କୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । କିନ୍ତୁ ଏମାନଂକ ପ୍ରେମ ବେଶୀ ଦିନ ପର୍ଯ୍ୟନ୍ତ ଚାଲି ନ ଥିଲା । ଯେତେବେଳେ ରବିନା ଜାଣିଲେ ଯେ ସନି ଦେଓଲ ପ୍ରଥମ ରୁ ବିବାହିତ ଅଟନ୍ତି ସେବେଠାରୁ ସେ ତାଙ୍କ ଠାରୁ ଦୂରେଇ ଗଲେ ।

ବଲିଉଡ ର ସିଂହମ ଅଜୟ ଦେବଗଣ ମଧ୍ୟ ରବିନା ଟଣ୍ଡନ ଙ୍କ ରୂପ ରେ ତାଙ୍କ ପ୍ରତି ଫିଦା ହୋଇଯାଇଥିଲେ । ଏହି ଦୁଇ ଜଣଙ୍କ ପ୍ରେମ କାହାଣୀ ଫିଲ୍ମ “ଗେର” ଜରିଆ ରେ ଆରମ୍ଭ ହୋଇଥିଲା । ଏହି ଫିଲ୍ମ ରେ ରିଲ କେମେଷ୍ଟ୍ରି ସେୟାର କରୁ କରୁ ଏହି ଦୁଇ ଜଣ ସତ ରେ ପ୍ରେମ ରେ ପଡିଯାଇଥିଲେ । ଏମାନେ ଡେଟିଂ ମଧ୍ୟ କରୁଥିଲେ । କିନ୍ତୁ ଏମାନଙ୍କ ମଧ୍ୟରେ କାଜଲ ଆସି ଯାଇଥିଲେ । ଅଜୟ ରବିନା ଙ୍କୁ ଧୋକା ଦେଇ କାଜଲ ଙ୍କୁ ୧୯୯୯ ମସିହା ରେ ବିବାହ କରିଥିଲେ ।

ବଲିଉଡ ର ଖିଲାଡି କୁହାଯାଉଥିବା ଅକ୍ଷୟ କୁମାର ମଧ୍ୟ ଦିନେ ରବିନା ଙ୍କ ପ୍ରେମ ରେ ପାଗଳ ଥିଲେ । ଯେତେବେଳେ ରବିନା ଙ୍କ ର ସନି ଙ୍କ ସହିତ ବ୍ରେକ ଅପ ହୋଇଥିଲା ସେତେବେଳେ ହିଁ ଅକ୍ଷୟ ଓ ରବିନା ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଫିଲ୍ମ” ମୋହରା” ରେ ଏମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏମାନଙ୍କ ସମ୍ପର୍କ ବହୁତ ଆଗକୁ ବଢିଯାଇଥିଲା । ଦୁହେଁ ବିବାହ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଅକ୍ଷୟ ଶିଳ୍ପା ସେଠି ଙ୍କୁ ନିଜର ହୃଦୟ ଦେଇ ବସିଥିଲେ । ଶିଳ୍ପା ଙ୍କ ସହିତ ମଧ୍ୟ ସେ ଡେଟିଂ କରୁଥିଲେ । ଏହି କଥା ଯେତେବେଳେ ରବିନା ଜାଣିଥିଲେ ସେ ଅକ୍ଷୟ ଙ୍କ ସହିତ ବ୍ରେକ ଅପ କରିଥିଲେ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

 

Leave a Reply

Your email address will not be published. Required fields are marked *