ବାହାଘରର ଏତେ ବର୍ଷ ପରେ ଶିଲ୍ପା ଓ ରାଜଙ୍କ ସମ୍ପର୍କରେ ଆସିଲା ଫାଟ, ମା’ଙ୍କୁ ମେସେଜ କରି କହିଲେ – ମୋତେ ଡିଭୋର୍ସ ଦରକାର

ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ନିଶ୍ଚୟ ଜାଣିଥିବେ । ଶିଳ୍ପା ୯୦ ଦଶକରେ ବହୁତ ସୁପର ହିଟ ଫିଲ୍ମରେ କାମ କରିଥିଲେ । ହେଲେ ତାଙ୍କର ବିବାହ କରିବା ପରେ ତାଙ୍କ ଫିଲ୍ମ କ୍ୟାରିୟର ବନ୍ଦ ହେଇ ଯାଇଥିଲା । ବିବାହ କରିବା ପରେ ଶିଲ୍ପା ଫିଲ୍ମ ଲାଇନରେ କାମ କରିଲେ ନାହିଁ । ଶିଲ୍ପା ୨୦୦୯ରେ ବିଜନେସ ମ୍ୟାନ ରାଜ କୁନ୍ଦ୍ରାଙ୍କ ସହ ବିବାହ କେରିଥିଲେ । ତାଙ୍କର ଏକ ପୁଅ ମଧ୍ୟ ଅଛି ଯାହାର ନାମ ବିୟାନ ରାଜ କୁନ୍ଦ୍ରା ଅଟେ ।

ଶିଲ୍ପା ଓ ତାଙ୍କ ପରିବାର ଲୋକଙ୍କ ଚର୍ଚା ସୋସିଆଲ ମିଡିଆରେ ବହୁତ ହେଉଛି । ହେଲେ କଣ ଆପଣ ମାନେ ଜାଣିଛନ୍ତି ଗୋଟେ ସମୟରେ ଶିଲ୍ପା ଓ ରାଜଙ୍କର ତଲାକ ହେଉ ହେଉ ରହିଯାଇଥିଲା । ଏଥିପାଇଁ ଶିଲ୍ପା ତାଙ୍କ ମା’ଙ୍କୁ ଫୋନ କରି ସମ୍ବନ୍ଧ ବିଷୟରେ କହିଥିଲେ । ହେଲେ ଆପସ ବୁଝାବଣା ହେତୁ ଏହି ମାମଲାଟି ବଢି ନଥିଲା । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯେତେବେଳେ ଶିଲ୍ପା ‘ସୁପର ଡ୍ୟାନ୍ସର’ ରିଆଲିଟି ଶୋରେ ଜଜ୍ ଥିଲେ, ସେତେବେଳେ ତାଙ୍କ ସହିତ ଫିଲ୍ମ ଡାଇରେକ୍ଟର ଅନୁରାଗ ବାସୁ ଏବଂ ଗୀତା କପୁର ମଧ୍ୟ ଜଜ୍ ଥିଲେ । ଅନୁରାଗ ସେତେବେଳେ ଶିଲ୍ପାଙ୍କ ସହିତ ଏକ ଫ୍ରାଙ୍କ ବା ମଜାକ କରିଥିଲେ । ଏହି ଫ୍ରାଙ୍କ ଶିଲ୍ପାଙ୍କୁ ବହୁତ ମହଙ୍ଗା ପଡିଯାଇଥିଲା । ସେହି ଘଟଣାଟି ହେଉଛି ଯେତେବେଳେ ଶିଲ୍ପା ଏହି ଶୋରେ ବ୍ୟସ୍ତ ଥିଲେ ସେତେବେଳେ ଅନୁରାଗ ଶିଲ୍ପାଙ୍କ ଫୋନ ନେଇ ଶିଲ୍ପାଙ୍କ ମା’ଙ୍କୁ ଏକ ମେସେଜ କରିଥିଲେ । ସେହି ମେସେଜଟି ଥିଲା ମୁଁ ରାଜ ଙ୍କ ଠାରୁ ତଲାକ ନେବା ପାଇଁ ଚାହୁଁଛି ।

ଶିଲ୍ପାଙ୍କର ଏହି ମେସେଜ ପଢି ତାଙ୍କ ମା ବ୍ୟସ୍ତ ହୋଇଯାଇଥିଲେ । ସେହି ସମୟରେ ଶିଲ୍ପାଙ୍କ ମା ଶିଲ୍ପାଙ୍କୁ ଫୋନ କରି ପାଟି କରିଥିଲେ ଓ କହିଥିଲେ, ଏ ସବୁ କଣ ହେଉଛି ? ଅନ୍ୟ ପକ୍ଷରେ ଶିଲ୍ପାଙ୍କୁ ଏହି ସବୁ ଫ୍ରାଙ୍କ ବିଷୟରେ କୌଣସି କଥା ଜଣା ନଥିଲା । ଏହା ପରେ ଗୀତା କପୁର ଶିଲ୍ପାଙ୍କୁ ସବୁ କଥା କହିଥିଲେ ।


ଏହାର ସୂଚନା ଶିଲ୍ପା ତାଙ୍କ ମାଙ୍କୁ ମଧ୍ୟ ଦେଇଥିଲେ ଓ କହିଥିଲେ ଯେତେବେଳ ପର୍ଯ୍ୟନ୍ତ ମୁ ନିଜେ ଯାଇ ଆପଣଙ୍କୁ ମୋ ତଲାକ ବିଷୟରେ କିଛି କହିନାହିଁ, ସେତେବେଳ ପର୍ଯ୍ୟନ୍ତ ତମେ କାହା ଉପରେ ବିଶ୍ଵାସ କରିବ ନାହିଁ । ବନ୍ଧୁଗଣ ଏହି ଘଟଣାଟି ସୋସିଆଲ ମିଡିଆରେ ମଧ୍ୟ ବହୁତ ଚର୍ଚାରେ ଥିଲା । କେବଳ ଏକ ଫ୍ରାଙ୍କ ପାଇଁ ଶିଲ୍ପାଙ୍କ ତଲାକ ହେଉ ହେଉ ରହିଯାଇଥିଲା ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *