ଲକଡାଉନ ରେ ବିନା ବିବାହ କରି ହନିମୁନ ର ମଜା ନେଲେ Bollywood ର ଏହି Star ମାନେ

ବନ୍ଧୁଗଣ ବର୍ତ୍ତମାନର ସମୟରେ ସାରା ବିଶ୍ଵରେ କରୋନା ମହାମାରୀ ପାଇଁ ଲକଡାଉନର ନିୟମ ଲାଗୁ ହୋଇଥିଲା । ଏମିତିକି ଏହା ଭାରତରେ ମଧ୍ୟ ଲାଗୁ ହୋଇଥିଲା । ଏହି ନିୟମକୁ ଆଖିରେ ରଖି କୌଣସି ଲୋକ ଘର ବାହାରକୁ ଯାଇପାରିବେ ନାହିଁ । ହେଲେ ଏହି ଲକଡାଉନ ସମୟରେ ଆମର ବଲିଉଡର କେତେକ ଷ୍ଟାର ମାନେ ବିବାହ ନକରି ମଧ୍ୟ ବହୁତ ଏଞ୍ଜୟ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଷ୍ଟାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ଷ୍ଟାର ମାନଙ୍କ ବିଷୟରେ ।

ଅର୍ଜୁନ କପୁର ଏବଂ ମଲାଇକା ଅରୋରା

ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଦୁଇଜଣ ଷ୍ଟାର ବହୁତ ମାତ୍ରାରେ ଚର୍ଚାରେ ଅଛନ୍ତି । ଆପଣମାନେ ସମସ୍ତେ ବଲିଉଡ ଅଭିନେତା ଅର୍ଜୁନ କପୁର ଓ ମଡେଲ ମଲାଇକା ଅରୋରାଙ୍କୁ ନିଶ୍ଚୟ ଜାଣିଥିବେ । ଲକଡାଉନ ସମୟରେ ଏହି ଦୁଇଜଣ ବିବାହ ନକରି ମଧ୍ୟ ଗୋଟିଏ ଘରେ ରହିଥିଲେ । ଏହିପରି ଖରାପ ଅବସ୍ଥାରେ ଏହି ଦୁଇଜଣ ପରସ୍ପର ସହ ରହିଥିଲେ ।

ଆଲିଆ ଭଟ୍ଟ ଏବଂ ରଣବିର କପୁର

ଆପଣମାନେ ସମସ୍ତେ ଏହି ଦୁଇଜଣ ଷ୍ଟାରଙ୍କୁ ନିଶ୍ଚୟ ଜାଣିଥିବେ । ଏହି ଲକଡାଉନ ସମୟରେ ଏହି ଦୁଇଜଣଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ରଣବିର ଓ ଆଲିଆ ନିଜ ପୋଷା କୁକୁରକୁ ବୁଲେଇବାର ନଜର ଆସିଛନ୍ତି । ରଣବିର ଏହି ଲକଡାଉନ ସମୟରେ ଆଲିଆ ଭଟ୍ଟଙ୍କ ସହ ଗୋଟିଏ ହିଁ ଘରେ ରହିଥିଲେ ।

ସୁସ୍ମିତା ସେନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନିଶ୍ଚୟ ଜାଣିଥିବେ । ସୁସ୍ମିତା ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ବନ୍ଧୁଗଣ ଏହି ଲକଡାଉନ ସମୟରେ ସୁସ୍ମିତା ନିଜ ବୟଫ୍ରେଣ୍ଡ ରୋମନ ସୋଲଙ୍କ ସହ ସମୟ ଅତିବାହିତ କରିବାର ଏକ ଭିଡିଓରେ ନଜର ଆସିଥିଲେ । ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ମଧ୍ୟ ହୋଇଛି । ଏଥିରୁ ଜଣା ପଡିଯାଇଛି ଯେ, ସୁସ୍ମିତା ସେନ ଏହି ଲକଡାଉନ ସମୟରେ ନିଜ ବୟଫ୍ରେଣ୍ଡ ରୋମନଙ୍କ ସହ ଗୋଟିଏ ହିଁ ଘରେ ରହିଥିଲେ ।

ହ୍ରୀତିକ ରୋସନ ଏବଂ ଶୁଜେନ ଖାନ

ବନ୍ଧୁଗଣ ଆପଣମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତା ହ୍ରୀତିକ ରୋସନଙ୍କୁ ନିଶ୍ଚୟ ଜାଣିଥିବେ । ହ୍ରୀତିକ ବିବାହ କରିଥିଲେ ଶୁଜେନ ଖାନଙ୍କ ସହିତ । ହେଲେ କିଛିଟା ବାଦବିବାଦ ହେତୁ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଥିଲା । କିନ୍ତୁ ଏହି ଲକଡାଉନ ସମୟରେ ଏହି ଦୁଇଜଣ ଏକା ସହ ନଜର ଆସିଥିଲେ । ଏହି ଦୁଇଜଣ ନିଜ ପିଲା ମାନଙ୍କ ଭବିଷ୍ୟତକୁ ଦେଖି ଏକା ସହ ରହିବାର ନିଷ୍ପତ୍ତି ନେଇଛନ୍ତି ।

ଦୀପିକା ପାଦୁକୋନ ଓ ରଣବିର ସିଂହ

ବନ୍ଧୁଗଣ ବଲିଉଡର ସମସ୍ତ ଯୋଡି ମଧ୍ୟରୁ ଏହି ଯୋଡିକୁ ସମସ୍ତ ଲୋକ ବହୁତ ପସନ୍ଦ କରିଛନ୍ତି । ଏହି ଦୁଇଜଣ ଷ୍ଟାର ପରସ୍ପର ମଧ୍ୟରେ ବିବାହ କରି ମଧ୍ୟ ପରସ୍ପରକୁ ସମୟ ଦେଇପାରୁ ନଥିଲେ । ହେଲେ ଏହି ଲକଡାଉନ ସମୟରେ ଏମାନେ ବହୁତ ସମୟ ଏକା ସହ ବିତାଇଛନ୍ତି ଓ କେତେକ ଏଞ୍ଜୋଏମେଣ୍ଟ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *