କ୍ୟାମେରା ସାମ୍ନା ରେ ଭିଡ଼ରେ Deepika Padukone ଙ୍କ ସହିତ ହେଲା ଏମିତି ଖରାପ ବ୍ୟବହାର କି ଭାଇରାଲ ହେଲା ଫଟୋ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଲିଉଡ ଫିଲନ ଇଣ୍ଡଷ୍ଟ୍ରୀ ନାମ ସମଗ୍ର ବିଶ୍ୱରେ ପରିଚୟ ସୃଷ୍ଟି କରିପାରିଛି । ଏହା ସମ୍ଭବ ହୋଇପାରିଛି କେବଳ ବଲିଉଡର କେତେକ ମହାନ ଅଭିନେତା ଙ୍କ ପାଇଁ । ବଲିଉଡର ସମସ୍ତ ଫିଲ୍ମ ବର୍ତ୍ତମାନ ସମୟ ରେ ଅନେକ ଟଙ୍କା ରୋଜଗାର କରୁଥିବା ବ୍ୟତୀତ ଏଥିରେ ଥିବା ଆକ୍ସନ , ରୋମାନ୍ସ , କମେଡି ସମସ୍ତଙ୍କୁ ବହୁତ ଭଲ ଲାଗୁଛି । ଆମେ ଆମ ମନୋରଞ୍ଜନ ପାଇଁ ଚଳଚ୍ଚିତ୍ର ଦେଖିଥାଉ ।

କିନ୍ତୁ ଫିଲ୍ମ ଟି ସେତେବେଳେ ଭଲ ଲାଗିଥାଏ ଯେତେବେଳେ ଅଭିନେତ୍ରୀ ର ପ୍ରବେଶ ହୋଇଥାଏ । ଅନେକ ଗୁଡିଏ ଫିଲ୍ମ ତ କେବଳ ନାୟିକା ମାନଙ୍କ ର ଷ୍ଟାଇଲ ଓ ଲୁକ ପାଇଁ ହିଁ ହିଟ ହୋଇଯାଇଛି । ସେହିପରି ବଲିଉଡର ଜଣେ ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକନ । ଦୀପିକା ଙ୍କୁ କିଏ ବା ନ ଜାଣେ । ନିଜର ଅତି ଚମତ୍କାର ଅଭିନୟ ପାଇଁ ସେ ସମଗ୍ର ବିଶ୍ୱ ରେ ପରିଚିତ ।

ତେବେ ବନ୍ଧୁଗଣ ଦୀପିକା ଙ୍କ ସହିତ ଭିଡ଼ ମଧ୍ୟରେ ଏପରି ଏକ ଘଟଣା ଘଟି ଯାଇଥିଲା ଯାହା କ୍ୟାମେରା ରେ କଏଦ ହୋଇଯାଇଥିଲା । ତେବେ କଣ ହୋଇଥିଲା ସେଗି ସମୟ ରେ ଆସନ୍ତୁ ଜାଣିବା । ଅଭିନେତ୍ରୀ ଦୀପିକା ପାଦୁକନ ଙ୍କ ର ଏତେ ଫାନ ରହିଛନ୍ତି ଯେ ସେ ଯେଉଁ ସ୍ଥାନ କୁ ଗଲେ ମଧ୍ୟ ସବୁବେଳେ ଭିଡ଼ ମଧ୍ୟରେ ରହିଥାନ୍ତି ତେଣୁ ଏହିପରି ଘଟଣା ଘଟିବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ସେହିପରି କିଛି ଘଟଣା ଏବେ ଦୀପିକା ଙ୍କ ସହିତ ଘଟିଥିଲା ।

ଦୀପିକା ମୁମ୍ବାଇ କୌଣସି ଏକ ସ୍ଥାନ ରୁ ନିଜ କାର ପାଖକୁ ଫେରୁଥିବା ସମୟ ରେ ଏତେ ଭିଡ଼ ହୋଇଯାଇଥିଲା କି ତାହା ସମ୍ଭାଳିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଥିଲା । ଏତେ ଭିଡ଼ ମଧ୍ୟରେ ଦୀପିକା ନିଜର ଗାଡି ପାଖରେ ପହଞ୍ଚିବା ମଧ୍ୟ ବହୁତ କଷ୍ଟକର ଥିଲା । ଏହା ମଧ୍ୟରେ ଜଣେ କେହି ତାଙ୍କ ପର୍ସ କୁ ଟାଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସର୍ବ ଶେଷ ରେ ସେ ବହୁତ କଷ୍ଟ ରେ ନିଜେ ଗାଡି ପାଖରେ ପହଁଚି ପାରିଥିଲେ । ବେଳେ ବେଳେ ଜଣେ ସେଲିବ୍ରିଟି ର ଲୋକପ୍ରିୟତା ହିଁ ତାଙ୍କୁ ବହୁତ ହଇରାଣ ରେ ପକାଇଥାଏ । ଦୀପିକା ଙ୍କ ସହିତ ଘଟିଥିବା ଘଟଣା ଟି ତାର ଏକ ଉଦାହରଣ ସ୍ୱରୂପ ଅଟେ ।

ଦୀପିକା ପାଦୁକନ ଏକ ରେଷ୍ଟୁରାଣ୍ଟ କୁ ଡିନର କରିବାକୁ ଯାଇଥିବା ସମୟ ରେ କେହିଜଣେ ବାହାରେ ଏହି କଥା କୁ ପ୍ରଚାର କରିଦେଇଥିଲା । ସେହି ସମୟ ରେ ସେ ବାହାରକୁ ଆସିବା ପୂର୍ବ ରୁ ହିଁ ଲୋକ ମାନେ ତାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇ ରଖିଥିଲେ । ଏହା କୁ ଦେଖି ଦୀପିକା ଖୁସି ଯେତିକି ହୋଇଥିଲେ ତାହା ଠାରୁ ବେଶୀ ଡରି ଯାଇଥିଲେ । ସେହି ଭିଡ଼ ରେ ଲୋକ ମାନେ ତାଙ୍କୁ ବହୁତ ହଇରାଣ କରିଥିଲେ ।

ସେହି ସମୟ ରେ ସେଠାରେ ଟିସୁ ପେପର ବିକ୍ରି କରୁଥିବା ଜଣେ ମହିଳା ଦୀପିକା ଙ୍କ ପାଖକୁ ଆସିଥିଲେ ଟିସୁ ପେପର କିଣିବା ପାଇଁ ବାଧ୍ୟ କରିଥିଲେ । ଏହା ପରେ ସେ ଦୀପିକା ଙ୍କ ର ପର୍ସ କୁ ଟାଣିବାକୁ ଚେଷ୍ଟା କରିଥିଲେ । ଏହି ପରି ଘଟଣା ଦେଖି ଦୀପିକା ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ପରେ ତାଙ୍କର ବଡ଼ି ଗାର୍ଡ ମାନେ ଏହାକୁ ସମ୍ପୂର୍ଣ୍ଣ ଭାବରେ ସମ୍ଭାଳି ନେଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *