ଶାରୀରିକ ସମ୍ବନ୍ଧ ବନାଇବା ସର୍ତ୍ତରେ ମିଳିଥିଲା କାମର ଅଫର , ଏହି ୫ ଜଣ ଅଭିନେତ୍ରୀ ହେଇଛନ୍ତି କାଷ୍ଟିଂ କାଉଚର ଶିକାର

ବଲିଉଡରେ ଏମିତି କେତେ ଅଭିନେତ୍ରୀମାନେ ଅଛନ୍ତି , ଯିଏ କି ଆଜି ନିଜ ସଫଳତା ହାସଲ କରିସାରିଲେଣି , କିନ୍ତୁ କେବେ ନା କେବେ  ତାଙ୍କୁ କ୍ୟାରିୟରରେ କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥିଲା । ଏହାକୁ ଆପଣ ଫିଲ୍ମ୍ ଇଣ୍ଡଷ୍ଟ୍ରିର ଖରାପ କଥା ବୋଲି କହି ପାରିବେ । ହିରୋଇନ ହେବାର ସ୍ବପ୍ନ ନେଇ କେତେକ ବଲିଉଡ ଅଭିନେତ୍ରୀମାନେ ଫିଲ୍ମ ଇଣ୍ଡଷ୍ଟ୍ରିକୁ କାମ ପାଇଁ ଆସିଥିଲେ, କିନ୍ତୁ ତାଙ୍କୁ କାଷ୍ଟିଂ କାଉଚର ସାମ୍ନା କରିବାକୁ ପଡିଥିଲା ।

କେତେକ ଅଭିନେତ୍ରୀମାନଙ୍କ ତରଫରୁ କାଷ୍ଟିଂ କାଉଚର ଘଟଣାକୁ ସାର୍ବଜନୀକ ରୁପରେ ଶିକାର କରାଯାଇଛି ଓ ତାଙ୍କ ଦ୍ଵାରା ଏହାର ଅନୁଭବ ମଧ୍ୟ ଶେୟାର କରାଯାଇଥିଲା, ଏଠି ଆମେ ଆପଣଙ୍କୁ ବଲିଉଡର ଏମିତି ହିଁ ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ କାଷ୍ଟିଂ କାଉଚର ଶିକାର ହୋଇ ସାରିଛନ୍ତି ।

1. ରାଧିକା ଆପ୍ଟେ

ବଲିଉଡରେ ଆଜି କିଛି କମରେ ନାହାନ୍ତି ରାଧିକା ଆପ୍ଟେ, ସେ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜର ବିଶେଷ ପରିଚୟ ବନାଇ ସାରିଛନ୍ତି । ତାମିଲ, ବେଙ୍ଗଲି , ତେଲୁଗୁ , ଓ ମଲାୟାଲାମ ଫିଲ୍ମ୍ରେରେ ବି ହିନ୍ଦୀ ଫିଲ୍ମ ବ୍ୟତୀତ ସେ କାମ କରିଛନ୍ତି । ବର୍ଷ ୨୦୧୮ ରେ ଅକ୍ଷୟ କୁମାରଙ୍କ ଲୋକପ୍ରିୟ ଫିଲ୍ମ ପ୍ୟାଡମ୍ୟାନ ରେ ସେ ନଜର ଆସିଥିଲେ । ରାଧିକା ଆପ୍ଟେ ଏହି କଥାକୁ ସ୍ଵୀକାର  କରିସାରିଛନ୍ତିକି ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କୁ କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥିଲା ।

2-ସୁରବୀନ ଚାୱଲା

ବହୁତ ହିଁ ସୁନ୍ଦର ଅଭିନେତ୍ରୀ ଅଟନ୍ତି ସୁରବୀନ ଚାୱଲା । ସେ କେତେକ ସିରିୟଲରେ  କାମ କରିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କୁ ବି କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥିଲା, କିନ୍ତୁ ତାଙ୍କ କହିବା ଅନୁଯାୟୀ ସେ ସିଧା ମନା କରିଦେଇଥିଲେ ଓ ସୁରବୀନ ଚାୱଲା ଏହା ମଧ୍ୟ କହିଛନ୍ତି କି ବଲିଉଡରେ ତାଙ୍କୁ କେବେ ଏହି ପ୍ରକାରର ସାମ୍ନା କରିବାକୁ ପଡ଼ିନାହିଁ ।

3- କଳ୍କୀ କୋଚଲିନ

ବଲିଉଡ୍ ଅଭିନେତ୍ରୀ କଳ୍କୀ କୋଚଲିନ, ଯିଏ ଫିଲ୍ମ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ପୂର୍ବ ପତ୍ନୀ ମଧ୍ୟ, ସାର୍ବଜନୀକ ରୁପରେ ସେ ଏହି କଥାକୁ ସ୍ଵୀକାର କରିସାରିଛନ୍ତି କି ତାଙ୍କ କ୍ୟାରିୟରରେ ତାଙ୍କୁ କାଷ୍ଟିଂ କାଉଚର ସାମ୍ନା କରିବାକୁ ପଡିଥିଲା । କଳ୍କୀ କହିଥିଲେ କି ଲୋକଙ୍କୁ ଏହା ଲାଗିଲାକି ମୁଁ ଭାରତର ନୁହେଁ ବୋଲି ସହଜରେ ମୋର ଫାଇଦା ଉଠାଇ ମୋର ଶୋଷଣ କରିବେ ।କିନ୍ତୁ କଳ୍କୀ କେବେ ମାନିନଥିଲେ । ନିଜ ପ୍ରତିଭା ଦମରେ ନିଜ ପାଇଁ ଜାଗା ବନାଇଛନ୍ତି ।

4-ଟିସ୍କା ଚୋପଡା

ଟିସ୍କା ଚୋପଡା, ଯିଏକି ଆଜି ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ କେତେ ପପୁଲାର ସିରିୟଲ୍ସ ଓ ୱେବ ସିରିଜରେ ମଧ୍ୟ କାମ କରିଛନ୍ତି । ତାରେ ଜମିନ ପର ରେ ଇସାନର ମା
ର ଅଭିନୟ ସେ କରିଥିଲେ । ସେ ସମସ୍ତଙ୍କ ଆଗରେ ଏହି କଥାକୁ ସ୍ଵୀକାର କରିସାରିଛନ୍ତି କି ନିଜର କ୍ୟାରିୟରର ଆରମ୍ଭରେ ଗୋଟେ ଫିଲ୍ମରେ କାମ କରିବା ପାଇଁ ତାଙ୍କୁ କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥିଲା ।

5- ଏଲି ଅବରାମ

ବଲିଉଡ ଅଭିନେତ୍ରୀ ଏଲି ଅବରାମ ନିଜେ କହିଛନ୍ତି କି କ୍ୟାରିୟରର ଆରମ୍ଭର ଦିନରେ ଦୁଇ ଜଣ ନିର୍ଦେଶକ ତାଙ୍କୁ ତାଙ୍କ ସହିତ ଶୋଇବା ପାଇଁ ସଂକେତ ଦେଇଥିଲେ । ଅବରାମଙ୍କ କହିବା ଅନୁଯାୟୀ ବଡ଼ି ସେମୀଙ୍ଗ ପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ସାମ୍ନା କରିବାକୁ ପଡିଥିଲା । ତାଙ୍କୁ ଖୁବ ଛୋଟ ହେବା କାରଣରୁ କୁହା ଯାଉଥିଲା କି  ସେ ଅଭିନେତ୍ରୀ ହୋଇ ପାରିବେନି ଓଜନ କମ କରିବା ପାଇଁ ତାଙ୍କୁ କୁହା ଯାଉଥିଲା । ଆଗକୁ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *