ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ହିନ୍ଦୀ ସିରିଏଲ ବିଷୟରେ କହିବାକୁ ଯାଉଛୁ ଯାହା ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିଲା, ବନ୍ଧୁଗଣ ଏହି ସିରିଏଲର ନାମ ହେଉଛି ‘ବିଦାଇ’ । ଏହି ସିରିଏଲଟି ଦୁଇଟି ଭଉଣୀଙ୍କ ଉପରେ ଆଧାରିତ ଥିଲା । ଏହି ସିରିଏଲରେ ଗୋଟେ ଭଉଣୀର ଚେହେରା ରଙ୍ଗ ଗୋରା ଥିଲା ଓ ଅନ୍ୟର ଶ୍ୟାମଳ ରଙ୍ଗ । ଯାହା ଫଳରେ ଶ୍ୟାମଳ ରଙ୍ଗର ଝିଅକୁ ସମାଜରେ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥିଲା ।
ଏହି ସିରିଏଲଟି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ସିରିଏଲରେ ମୁଖ୍ୟ ଦୁଇଜଣ ଅଭିନେତ୍ରୀ ସାବନା ଓ ରାଗିଣୀର ଭୂମିକାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଏହି ଦୁଇଜଣ ଅଭିନେତ୍ରୀଙ୍କ ଲୋକପ୍ରିୟତା ସେହି ସମୟରେ ବହୁତ ଅଧିକ ବଢିଯାଇଥିଲା । ଯାହା ଫଳରେ ଏହି ଦୁଇଜଣ ଅଭିନେତ୍ରୀ ହୋଇ ଯାଇଥିଲେ ।
ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଏହି ଦୁଇଜଣ ଅଭିନେତ୍ରୀ ବର୍ତ୍ତମାନ କେଉଁଠି ଅଛନ୍ତି, କଣ କରୁଛନ୍ତି ଓ କେମିତି ଦେଖାଯାଉଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଦୁଇଜଣ ଅଭିନେତ୍ରୀଙ୍କ ବିଷୟରେ ।
ସରା ଖାନ- ସିରିଏଲ ‘ବିଦାଇ’ରେ ସାବନାଙ୍କ ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି ସାରା ଖାନ । ସାରାଙ୍କ ଜନ୍ମ ୬ ଅଗଷ୍ଟ ୧୯୮୯ରେ ଭୋପାଳରେ ହୋଇଥିଲା । ସେ ନିଜର ପାଠ ପଢା ଭୋପାଳରେ ପୂରଣ କରିଥିଲେ । ସେ ନିଜ ଅଭିନୟ କାରିୟରର ଆରମ୍ଭ ‘ବିଦାଇ’ ସିରିଏଲରୁ କରିଥିଲେ । ଏହି ସିରିଏଲରୁ ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ ଓ ଅନ୍ୟ କେତେକ ସିରିଏଲରେ କାମ କରିବାର ମଉକା ପାଇଥିଲେ ।
ଏହାପରେ ସେ ବହୁତ ଫେମସ ସିରିଏଲରେ କାମ କରି ଲୋକପ୍ରିୟତା ହାସଲ କରିଥିଲେ । ଏହା ସହିତ ସେ ଫିଲ୍ମ ‘ହମାରି ଅଧୁରୀ କାହାନି’ରେ ମଧ୍ୟ ଅଭିନୟ କରିଥିଲେ । ସାରା ଖାନ ବର୍ତ୍ତମାନ ବହୁତ ବଦଳି ଯାଇଛନ୍ତି । କାରଣ ସାରା ନିଜର ଲିପ୍ସ ସର୍ଜରୀ କରିଥିଲେ । ଯାହା ଫଳରେ ତାଙ୍କର ଲିପ୍ସ ଖରାପ ହୋଇ ଯାଇଥିଲା । ହେଲେ ବର୍ତ୍ତମାନ ତାଙ୍କ ଲିପ୍ସ ଠିକ ହୋଇସାରିଛି ଓ ସେ ବହୁତ ସୁନ୍ଦର ନଜର ଆସୁଛନ୍ତି, କିନ୍ତୁ ସେ ଟିଭି ଇଣ୍ଡଷ୍ଟ୍ରିରୁ ଦୂରରେ ରହୁଛନ୍ତି । ସେ ବର୍ତ୍ତମାନ ମଧ୍ୟ ଶିଂଗଲ ଅଛନ୍ତି ।
ପାରୁଲ ଚୌହାନ- ବନ୍ଧୁଗଣ ଏହି ସିରିଏଲରେ ରାଗିଣୀର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି ପାରୁଲ ଚୌହାନ । ପାରୁଲଙ୍କ ଜନ୍ମ ୧୯ ମାର୍ଚ ୧୯୮୮ରେ ଉତ୍ତର ପ୍ରଦେଶରେ ହୋଇଥିଲା । ସେ ନିଜ ଟେଲିଭିଜନ କାରିୟରର ଆରମ୍ଭ ୨୦୦୩ ରେ ଆସିଥିବା ସିରିଏଲ ‘କହିଁ ତୋ ହୋଗା’ରୁ କରିଥିଲେ ।
ଏହା ପରେ ସେ ‘ବିଦାଇ’ ସିରିଏଲ କରି ଫେମସ ହୋଇ ଯାଇଥିଲେ । ଏହି ସିରିଏଲ ପରେ ସେ ‘ମେରି ଆସିକି ତୁମସେ ହି, ରିସ୍ତୋ କି ବଡି ପ୍ରଥା, ୟେ ରିସତା କ୍ୟା କେହେଲାତା ହେ ଓ ପୁନର୍ବିବାହ ପରି ସିରିଏଲ କରିଥିଲେ । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ବହୁତ ଅଧିକ ବଦଳି ଯାଇଛନ୍ତି । ପାରୁଲ ଏହି ବିତିଯାଇଥିବା ବର୍ଷରେ ବହୁତ ଅଧିକ ବଦଳି ଯାଇଛନ୍ତି । ପୂର୍ବ ଅପେକ୍ଷା ବର୍ତ୍ତମାନ ସେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି । ପାରୁକ ପ୍ରଡ୍ୟୁସର ଚିରାଗ ଠାକର ଙ୍କୁ ବିବାହ କରି ନେଇଛନ୍ତି ଓ ଖୁସିରେ ନିଜ ବୈବାହିକ ଜୀବନ ବିତାଉଛନ୍ତି ।
ତେବେ ଏହି ଦୁଇ ଜଣ ଆକ୍ଟ୍ରେସ ଙ୍କ ଅଭିନୟ ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ