ବନ୍ଧୁଗଣ, କାମେଡିଆନ ନାଲି ଆମ୍ବ “ଦମନ” ଚଳଚିତ୍ର କୁ ନେଇ ନିଜର ବିଶେଷ ମତାମତ ଦେଇଛନ୍ତି । ତେବେ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । କମେଡିଆନ ନାଲି ଆମ୍ବ କହିଛନ୍ତି ଯେ ଓଡିଆ ଇଣ୍ଡଷ୍ଟ୍ରୀ ଋଟର୍ନ କାହିଁକି ଆସିବ ନାହିଁ ? ମାତ୍ର ମଝିରେ ଯେଉଁସବୁ ଚଳଚିତ୍ର ହେଲା ପ୍ରେମ ଉପରେ ଲୋକ ତାହା ଚାହୁଁ ନାହାଁନ୍ତି । ଫିଲ୍ମ ରେ କେବଳ କଣ ହିରୋ ହିରୋଇନ ଆଉ କେହି ନାହାଁନ୍ତି ?
ମାତ୍ର ଦମନ ଚଳଚିତ୍ର ରେ ଗୋଟିଏ କ୍ୟାରେକ୍ଟର । ତଥା ସେଠାରେ ବାବୁଶାନ କିଛି ନୁହେଁ । କାହାଣୀ ହେଉଛି ହିରୋ । ସେଥିପାଇଁ ଚଳଚିତ୍ର ବର୍ତ୍ତମାନ ହିଟ ହେଇଛି । ବାବୁଶାନ ଆଜି ତାହା ପ୍ରମାଣ କରି ଦେଖାଇଦେଲେ ଯେ ସେ ଆଜି ଏକ ଚରିତ୍ର ରେ ଆସିଲେ । ମାତ୍ର ଚଳଚିତ୍ରରେ ଯଦି ଏକ କୋଟି ଟଙ୍କ କିଏ ଇନଭେସ୍ଟ କରନ୍ତି ତେବେ ତାହା ନିଶ୍ଚିତ ଭାବରେ ଋଟର୍ନ ଆସିବ । ତାହା 20 ଲକ୍ଷ ହେଉ 30 ଲକ୍ଷ ହେଉ ତାହାର ହିସାବ ପ୍ଳାନଆଉଟ କରିଦେଲେ ନିଶ୍ଚିତ ଭାବରେ ତାହାର ହିସାବ ପାଇବେ ।
ମାତ୍ର ବହୁତ ଲୋକ କହିଛନ୍ତି ଯେ ତାଙ୍କ ଫିଲ୍ମ ରେ ଆଉ ଋଟର୍ନ ନାହିଁ । କିନ୍ତୁ ଯଦି ଦମନ ଭଳି ଚଳଚିତ୍ର ଆସିବ ତେବେ ନିଶ୍ଚିତ ଭାବରେ ତାହା ଋଟର୍ନ ଆସିବ । ହିସାବ ଦେବାକୁ ଯାଇ ନାଲି ଆମ୍ବ କହିଛନ୍ତି ଯେ ଓଡିଶାରେ 30 ଟି ଜିଲ୍ଲା ଏବଂ ସବୁ ଜିଲ୍ଲାର ପଞ୍ଚାୟତ କୁ ଆକଳନ କରିଲେ ସମୁଦାୟ ୩ ହଜାର ପଞ୍ଚାୟତ ଅଛି ।
ସବୁ ପଞ୍ଚାୟତରେ ଯଦି ପ୍ରୋଜେକ୍ଟର ସାହାର୍ଯ୍ୟ ରେ ଚଳଚିତ୍ର ଦେଖାଇ ସେମାନଙ୍କ ଠାରୁ ଆୟ ଆଦାୟ କରିବେ ତେବେ ନିଶ୍ଚିତ ଭାବରେ ଏଥିରେ ଲାଭବାନ ହେବେ । ମାତ୍ର ଓଡିଆ ଚଳଚିତ୍ର ଓଡିଆ ଭଳି ହେଲେ ତାହା ସୁନ୍ଦର ଲାଗିବା ଏବଂ ଦେଖିବାକୁ ଲୋକେ ନିଶ୍ଚିତ ଚାହିଁବେ ।
ପୂର୍ବରୁ ଯେଉଁସବୁ ଚଳଚିତ୍ର ଥିଲା ତାହାକୁ ଅନୁଧ୍ୟାନ କରି ସେହିଭଳି ଓଡିଆ ସଂସ୍କୃତି ତଥା ମା’ ଝିଅ ଙ୍କୁ ନେଇ ଚଳଚିତ୍ର ବନାଇବାକୁ ହେବ । ଯେତେବେଳେ ପୁରୁଣା କଳାକାର ଏବଂ ନୂଆ କଳାକାର ଙ୍କୁ ମିଶାଇବେ ତେବେ ଚଳଚିତ୍ର ନିଶ୍ଚିତ ଭାବରେ ଦେଖିବେ ଦର୍ଶକେ । ତେବେ ଏହିଭଳି କିଛି ବିଶେଷ ମନ୍ତବ୍ୟ ଦେଇଛନ୍ତି କମେଡିଆନ ନାଲି ଆମ୍ବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।