ନାବାଳିକା ଅବସ୍ଥାରେ ହିଁ ମା ହେଇ ଯାଇଥିଲେ Bollywood ର ଏହି 3 ଜଣ ଫେମସ Actress, ନମ୍ବର ୩ ତ ସବୁଠୁ କମ ବୟସର ଥିଲେ

ମା’ ଦୁନିଆର ଏକ ଏମିତି ଶବ୍ଦ ଯାହା ବିନା ଦୁନିଆ ଅସମ୍ଭବ । ସବୁ ଝିଅଙ୍କର ମା ହେବା ଏକ ସ୍ଵପ୍ନ ହୋଇଥାଏ । ଗୋଟିଏ ମା ତାର ପିଲାର ସବୁ ଦୁଃଖ ସୁଖ ବିନା କହି ଅନୁଭବ କରିନିଏ । ଗୋଟିଏ ମା ତାର ପିଲା ପାଇଁ କିଛି ବି କରିପାରେ । ସାରା ଦୁନିଆ ସହିତ ମଧ୍ୟ ଲଢିପାରେ । ଗୋଟିଏ ଝିଅର ଜୀବନ ସେତେବେଳେ ସାର୍ଥକ ହୋଇଥାଏ ଯେତେବେଳେ ସେ ମା ହୋଇଥାଏ । ମା ହେବା ଭଗବାନ ଙ୍କର ଆଶୀର୍ବାଦ ଅଟେ । କିନ୍ତୁ କିଛି ଝିଅଙ୍କ ପାଇଁ ଏହା ଅଭିଶାପ ପାଲଟିଯାଏ ଯେତେବେଳେ ସେମାନେ ବିନା ବିବାହରେ ମା ହେଇଯାନ୍ତି ।

ଦେଖିବାକୁ ଗଲେ ଏହା ଏକ ସାଧାରଣ ମଣିଷ ପାଇଁ ବହୁତ ବଡ କଥା ହୋଇଥାଏ କିନ୍ତୁ ବଲିଉଡରେ ଏହା ଆଜିକାଲି ଏକ ସାଧାରଣ କଥା ହେଇ ଗଲାଣି । ବିବାହ, ବିବାହ ପରେ ଡିଭୋର୍ସ, ବିନା ବିବାହରେ ମା ହେବା ଏସବୁ ବଲିଉଡ ରେ ନର୍ମାଲ କଥା । ଯେଉଁଠି ସାଧାରଣ ଲୋକ ସହିତ ଯଦି ଏମିତି ହୋଇଥାଏ ତାକୁ ଦୁନିଆରେ ବହୁତ ନିନ୍ଦା ଅପବାଦ ର ସାମ୍ନା କରିବାକୁ ପଡିଥାଏ କିନ୍ତୁ ବଲିଉଡ ରେ ଏମିତି ନୁହେଁ ।

ଆଜି ଆମେ ଆପଣ ମାନଙ୍କୁ ଏହିପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବହୁତ କମ ବୟସରେ ହିଁ ମା ହେଇ ଯାଇଥିଲେ । ଏମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀ ତ ବିବାହ ଆଗରୁ ହିଁ ମା ହେଇ ଯାଇଥିଲେ । ଏମାନେ ନାବାଳିକା ଅବସ୍ଥାରେ ହିଁ ମା ହେଇ ଯାଇଥିଲେ ।

ଭାଗ୍ୟଶ୍ରୀ

ଫିଲ୍ମ ‘ମେନେ ପ୍ୟାର କିୟା’ ରୁ ସମସ୍ତଙ୍କ ହୃଦୟରେ ଜାଗା କରିଥିବା ଭାଗ୍ୟଶ୍ରୀ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି, କହି ଦେଉଛୁ କି 1990 ମସିହାରେ ଭାଗ୍ୟଶ୍ରୀ ବ୍ୟବସାୟୀ ହିମାଳୟ ଦଶାନି ସହିତ ବିବାହ କରିଥିଲେ , ଆଜି ଭାଗ୍ୟଶ୍ରୀ ଦୁଇଟି ପିଲାର ମାଆ ଅଟନ୍ତି , ତାଙ୍କର ଜଣେ 23 ବର୍ଷୀୟ ପୁଅ ଯାହାର ନାମ ଅଭିମନ୍ୟୁ ଅଟେ ଜଣେ 21 ବର୍ଷୀୟ ଝିଅ ଅଛି ଯାହାର ନାମ ଅବନ୍ତିକା ଅଟେ , ଭାଗ୍ୟଶ୍ରୀ ମାତ୍ର 17 ବର୍ଷରେ ମା ହୋଇଯାଇଥିଲେ , କୁହାଯାଏ କି ହିମାଳୟ ଦଶାନିଙ୍କୁ ବିବାହ କରିବା ଆଗରୁ ସେ ପ୍ରେଗ୍ନେଣ୍ଟ ଥିଲେ ।

ଡିମ୍ପଲ କପାଡିଆ

ଡିମ୍ପଲ କପାଡିଆ ତାଙ୍କ ସମୟରେ ସବୁଠୁ ହଟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଥିଲେ , ତାଙ୍କର ପ୍ରଥମ ଫିଲ୍ମ ବବି ଥିଲା ଓ ତାଙ୍କର ପ୍ରଥମ ଫିଲ୍ମରେ ସେ ସମସ୍ତଙ୍କୁ ତାଙ୍କର ଚେହେରାରେ ଦିୱାନା କରିଥିଲେ , 16 ବର୍ଷରେ ସେ ସୁପର ଷ୍ଟାର୍ ରାଜେଶ ଖାନାଙ୍କ ସହିତ 1973 ରେ ବିବାହ କରିଥିଲେ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି 1973 ରେ ବିବାହ କରିଥିବା ଡିମ୍ପଲ କପାଡିଆ ଡିସେମ୍ବର 1973 ରେ ଟ୍ଵିଙ୍କଲଙ୍କର ମାଆ ହୋଇ ଯାଇଥିଲେ , ତା ପରେ ମନ ମୁତାବ କାରଣରୁ ରାଜେଶ ଓ ଡିମ୍ପଲ ମଧ୍ୟରେ ଡିଭୋର୍ସ ହୋଇ ଯାଇଥିଲା , ନିଜ ଦମରେ ସେ ଏକୁଟିଆ ହିଁ ନିଜର ଦୁଇଟି ଝିଅକୁ ବଡ଼ କରିଥିଲେ ।

ଉର୍ବଶୀ ଢୋଲକିୟା

ଉର୍ବଶୀ ଢୋଲକିୟା ଛୋଟ ପର୍ଦାର ନାମୀଦାମୀ ହିରୋଇନ ଅଟନ୍ତି , ତାଙ୍କୁ କୋମଲିକାଙ୍କ ରୋଲ ପାଇଁ ଆଜି ବି ଲୋକ ମନେ ପକାଉଛନ୍ତି , ଉର୍ବଶୀ ନିଜ ପ୍ରଫେସନାଲ୍ ଲାଇଫରେ ଯେତିକି ନା କରିଛନ୍ତି , ତାଙ୍କ ପର୍ଶନାଲ୍ ଲାଇଫ ସେତିକି ହିଁ ଭଲ ରହିଥିଲା , କହି ଦେଉଛୁ କି ଉର୍ବଶୀ ମାତ୍ର 15 ବର୍ଷ ବୟସରେ ହିଁ ବିବାହ କରିଥିଲେ ଓ 16 ବର୍ଷରେ ଦୁଇଟି ଯାଁଳା ପିଲା ସାଗର ଓ ଖିତିଜର ମାଆ ହେଇ ସାରିଥିଲେ , ବିବାହର ଦେଢ଼ ବର୍ଷ ପରେ ଉର୍ବଶୀଙ୍କର ଡିଭୋର୍ସ ହୋଇ ଯାଇଥିଲା ଓ ସେ ଏକୁଟିଆ ଦୁଇଟି ପିଲାର ଦାୟିତ୍ଵ ନେଇଥିଲେ ଓ ତାଙ୍କର ପାଳନ ପୋଷଣ କରିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *