ପ୍ରଜ୍ଞା ରଞ୍ଜନ ଖଟୁଆ ଯିଏକି ଓଲିଉଡ ଦୁନିଆର ଜଣେ ପ୍ରଖ୍ୟାତ ଓ ଜଣାଶୁଣା କମେଡିୟାନ ଓ କଳାକାର ଅଟନ୍ତି । ତାଙ୍କର ଅଭିନତ ସବୁ ଫିଲ୍ମ ଓ ଶୋ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥାଏ । ପ୍ରଜ୍ଞା ଆଜି ନିଜର ଅଭିନୟ ଦମରେ ପୁରା ଓଡିଶାରେ ରାଜ କରୁଛନ୍ତି । ତାଙ୍କର ଭିଡିଓ ବହୁତ ଭାଇରାଲ ମଧ୍ୟ ହୋଇଥାଏ । କହିଦେଉଛୁ କି ସେ ଯେତିକି ଭଲ କମେଡି କରନ୍ତି ସେତିକି ସେ ଜଣେ ଭଲ ମଣିଷ । ତାଙ୍କର ଅଭିନୟକୁ ଲକ୍ଷ ଲକ୍ଷ ଦର୍ଶକମାନେ ଭଲ ପାଇବା ଦିଅନ୍ତି ।

ଆଜି ସେ ପ୍ରତ୍ୟକଙ୍କ ଘରେ ବହୁତ ପରିଚିତ । ସେ ନିଜର କମେଡି ମାଧ୍ୟମରେ ଦୁଃଖୀ ଚେହେରାରେ ହସ ନେଇ ଆସନ୍ତି । ଏହି କ୍ରମରେ ଯେତେବେଳେ ତାଙ୍କର ବାହାଘର ଖବର ସାମ୍ନାକୁ ଆସିଲା ତେବେ ତାଙ୍କୁ ପସନ୍ଦ କରୁଥିବା ଦର୍ଶକମାନେ ତାଙ୍କର ବାହାଘର ଓ ବାହାଘର ସମ୍ବନ୍ଧିତ ସମସ୍ତ ଭିଡିଓ ଫଟୋ ଦେଖିବା ପାଇଁ ଉତ୍ସାହିତ ଥିଲେ ।
ନିଜର ପସନ୍ଦିତା ଅଭିନେତାଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକମାନେ ସବୁବେଳେ ଉତ୍ସାହିତ ରୁହନ୍ତି । ନିର୍ବନ୍ଧ ଦିନ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପ୍ରଜ୍ଞାଙ୍କ ସବୁ ଭିଡିଓ ସାମ୍ନାକୁ ଆସୁଛନ୍ତି । ଏହି ଭିଡିଓ ସବୁ ଭାଇରାଲ ମଧ୍ୟ ହେଉଛି । ସମସ୍ତେ ପ୍ରଜ୍ଞାଙ୍କ ବିବାହକୁ ନେଇ ଖୁସି ନଜର ଆସୁଛନ୍ତି । ବିଶେଷ କରି ପ୍ରଜ୍ଞାଙ୍କ ପରିବାର ଲୋକମାନେ । କହିବାକୁ ଗଲେ ପ୍ରଜ୍ଞାଙ୍କ ନିର୍ବନ୍ଧ ଦିନ ଠାରୁ ତାଙ୍କର ବିବାହର ଖବର ଚାରିଆଡେ ଚର୍ଚା ହେଉଛି ।

ବର୍ତ୍ତମାନ ତ ତାଙ୍କର ପତ୍ନୀ ବି ସୁନନ୍ଦା କିଛି ଭିଡିଓ କରି ପୋସ୍ଟ କରିଛନ୍ତି ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ । ପ୍ରଜ୍ଞା ଓ ସୁନନ୍ଦାଙ୍କ ବିବାହ ଦିନର ସବୁ ଭିଡିଓ ଓ ଫଟୋ ଭାଇରାଲ ହେଉଛି । ବର୍ତ୍ତମାନ ସୁନନ୍ଦା ଶାଶୁ ଘରେ କଣ କରୁଛନ୍ତି ତାହାର ବି ଭିଡିଓ ସାମ୍ନାକୁ ଆସୁଛି । ଆପଣ ଯେମିତି କି ଦେଖି ପାରିବେ କି ସୁନନ୍ଦା ଶାଶୁ ଘର ପରିବାରଙ୍କ ସହ ହସ ଖୁସିରେ ପଖାଳ ଭାତ ଓ ଶାଗ ଭଜାର ଆନନ୍ଦ ନେଉଛନ୍ତି ।

କହିଦେଉଛୁ କି ପ୍ରଜ୍ଞା ଓଲିଉଡର ସେ କଳାକାରମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଯିଏକି ନିଜ ଜୀବନରେ ବହୁତ ସଂଘର୍ଷ କରିଛନ୍ତି । ଯାହାର ଫଳ ସ୍ୱରୂପ ଆଜି ସେ ସଫଳତା ପାଇଛନ୍ତି । ସେ ନିଜର ଅଭିନୟ କାରଣରୁ କେତେକ ପୁରଷ୍କାର ଦ୍ଵାରା ମଧ୍ୟ ସମ୍ମାନିତ ହୋଇଛନ୍ତି ।

