South ର ଫେମସ Actress Anushka Shetty ଙ୍କ ଲାଇଫ ଷ୍ଟାଇଲ, ଫ୍ୟାମିଲି ଓ Biography

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଙ୍କ ସମ୍ବନ୍ଧରେ କହିବାକୁ ଯାଉଛୁ। ବନ୍ଧୁଗଣ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତ୍ରୀ ଅଛନ୍ତି ଯିଏ ନିଜ ଅଭିନୟ ଜରିଆ ରେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି। କିନ୍ତୁ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର କୁଇନ ଭାବରେ ପରିଚିତ। ଅନୁଷ୍କା ସେଟ୍ଟୀଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲେଡି ଡନ ବୋଲି କୁହାଯାଏ। ସେ ନିଜର ଅଭିନୟ ମାଧ୍ୟମରେ ତ ଦର୍ଶକ ମାନଙ୍କୁ ମୋହିତ କରି ଦେଇଛନ୍ତି ଏହାସହିତ ସେ ନିଜର ସୁନ୍ଦରତା ପାଇଁ ମଧ୍ୟ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଦେଇଛନ୍ତି।

ଏହି ଅଭିନେତ୍ରୀ ଜଣକ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଅନେକ ବ୍ଲକ ବଷ୍ଟର ଫିଲ୍ମ ପ୍ରଦାନ କରିଛନ୍ତି। ଏହି ଅଭିନେତ୍ରୀ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସବୁଠାରୁ ସଫଳ ଅଭିନେତ୍ରୀ ଭାବେ ପରିଚିତ। ଯଦି ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିବେ ତେବେ ବଲିଉଡ ର ସମସ୍ତ ଅଭିନେତ୍ରୀ ଙ୍କୁ ପଛରେ ପକାଇ ଦେବେ।

ବନ୍ଧୁଗଣ ଅନୁଷ୍କା ଙ୍କ ଜନ୍ମ ୧୯୮୧ ମସିହା ୭ ନଭେମ୍ବର ରେ ବାଙ୍ଗାଲୁର କର୍ଣ୍ଣାଟକ ରେ ହୋଇଥିଲା ଏବଂ ବର୍ତ୍ତମାନ ଅନୁଷ୍କା ୩୯ ବର୍ଷ ବୟସ ର ଅଟନ୍ତି। ସେ ବାଙ୍ଗାଲୁର ରେ ହିଁ ନିଜର ପାଠପଢ଼ା କରିଥିଲେ। ଏହା ସହିତ ସେ ଜଣେ ଯୋଗ ଶିକ୍ଷିକା ଅଟନ୍ତି। ସେ ଜଣେ ମଡେଲର, ଅଭିନେତ୍ରୀ ଏବଂ ଯୋଗ ଶିକ୍ଷିକା ଅଟନ୍ତି।

ସେ ନିଜର କ୍ୟାରିଆର ର ଆରମ୍ଭ ୨୦୦୫ ମସିହାରେ ଫିଲ୍ମ ‘ସୁପରଷ୍ଟାର’ ରୁ ଆରମ୍ଭ କରିଥିଲେ।କିନ୍ତୁ ଏହି ଫିଲ୍ମ ଫ୍ଲପ ହୋଇଥିଲା। ପରେ ଅନୁଷ୍କା କିଛି ଫିଲ୍ମ ରେ ଅଭିନୟ କରିଥିଲେ କିନ୍ତୁ ତାଙ୍କର ପରିଚୟ ସୃଷ୍ଟି ହୋଇପାରି ନଥିଲା। ୨୦୦୭ ରୁ ୨୦୦୮ ମସିହା ର ସମୟ ଅନୁଷ୍କା ଙ୍କ ପାଇଁ ବହୁତ ଲକି ଥିଲା। ପରବର୍ତ୍ତୀ ସମୟରେ ସେ ଅନେକ ଫିଲ୍ମ ରେ ଅଭିନୟ କରିଥିଲେ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ କି ଅନେକ ବ୍ଲକ ବଷ୍ଟର ଫିଲ୍ମ ପ୍ରଦାନ କରିଥିଲେ। ତାଙ୍କ ଫିଲ୍ମ ମଧ୍ୟରୁ ମିର୍ଚି, ଡନ ନଂ୧, ଅରୁନ୍ଧତୀ, ବାହୁବାଲୀ, ରୁଦ୍ରମାଦେବୀ,ଭାଗମତୀ ଆଦି ଫିଲ୍ମ ଚର୍ଚ୍ଚା ରେ ଆସିଥାଏ।

ଅନୁଷ୍କା ବହୁତ ଆୱାର୍ଡ଼ ର ଅଧିକାରୀ ମଧ୍ୟ ହୋଇ ସାରିଛନ୍ତି । ଅନୁଷ୍କା ଗୋଟିଏ ଫିଲ୍ମ ରେ ଅଭିନୟ କରିବା ନିମନ୍ତେ ୫କୋଟି ଟଙ୍କା ଚାର୍ଜ କରନ୍ତି। ବନ୍ଧୁଗଣ ଆସନ୍ତୁ ଜାଣିବା ଅନୁଷ୍କା ଏବଂ ତାଙ୍କ ପରିବାର ର ସମସ୍ତ ସଦସ୍ୟ ଙ୍କ ସମ୍ବନ୍ଧରେ । ଅନୁଷ୍କା ସେଟ୍ଟୀ ହିନ୍ଦୁ ପରିବାର ର ଅଟନ୍ତି। ତାଙ୍କ ସମେତ ପରିବାର ରେ ୪ ଜଣ ସଦସ୍ୟ ଅଛନ୍ତି। ଅନୁଷ୍କା ଙ୍କ ସହ ତାଙ୍କ ବାପା, ମାଆ ଏବଂ ୨ଭାଇ ରୁହନ୍ତି । ଅନୁଷ୍କା ଙ୍କ ପିତା ଙ୍କ ନାଁ ଏ.ଏନ ବିଟ୍ଟଲ ସେଟ୍ଟୀ ଅଟେ।ଅନୁଷ୍କା ଙ୍କ ପିତା ପେସାରୁ ଜଣେ ଡାକ୍ତର ଅଟନ୍ତି।

ଅନୁଷ୍କା ଙ୍କ ମାଆ ଙ୍କ ନାଁ ପ୍ରଫୁଲ୍ଲା ସେଟ୍ଟୀ ଅଟେ। ଅନୁଷ୍କା ଙ୍କ ମାଆ ଜଣେ ଗୃହିଣୀ ଅଟନ୍ତି। ଅନୁଷ୍କା ତାଙ୍କ ମାତା ପିତା ଙ୍କ ସହ ନିଜ ଫଟୋ କୁ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ତଥା ଇଂଷ୍ଟାଗ୍ରାମ ରେ ସେୟାର କରିବାର ଦେଖିବାକୁ ମିଳେ ଏବଂ ସେଥିରୁ ହିଁ ଅନୁଷ୍କା ଙ୍କ ର ନିଜ ମାତା ପିତା ଙ୍କ ସହ ଥିବା ଘନିଷ୍ଠ ସମ୍ପର୍କ ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ।ଏହି କାରଣ ରୁ ତାଙ୍କ ଫଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ ମଧ୍ୟ ହୋଇଥାଏ। ଅନୁଷ୍କା ଙ୍କ ବଡ଼ ଭାଇ ଙ୍କ ନାଁ ଗୁନର୍ଜନ ସେଟ୍ଟୀ ଏବଂ ସାନ ଭାଇ ସାଇ ରମେଶ ଅଟେ।

ଅନୁଷ୍କା ଙ୍କ ବଡ଼ ଭାଇ ଜଣେ ସଫଳ ବିଜନେସ ମ୍ୟାନ ଅଟନ୍ତି ଏବଂ ଯଦି ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କହିବାକୁ ଯିବା ତେବେ ସେ ବିବାହିତ ଅଟନ୍ତି ଏବଂ ନିଜ ଜୀବନ ରେ ସେ ବହୁତ ଖୁସି ରେ ଅଛନ୍ତି। ଅନୁଷ୍କା ଙ୍କ ସାନ ଭାଇ ଜଣେ ସଫଳ କସମେଟିକ ସର୍ଜନ ଅଟନ୍ତି। ସେ ନିଜ ଗାର୍ଲଫ୍ରେଣ୍ଡ ଙ୍କୁ ବିବାହ କରି ବର୍ତ୍ତମାନ ବହୁତ ଖୁସି ରେ ଅଛନ୍ତି ଏବଂ ତାଙ୍କ ବାହାଘର ର ଫଟୋ ସୋସିଆଲ ମିଡିଆ ରେ ଭାଇରାଲ ମଧ୍ୟ ହୋଇଥିଲା।ଯେଉଁଥିରେ ଅନୁଷ୍କା ଙ୍କ ସମ୍ପୂର୍ଣ୍ଣ ପରିବାର କୁ ଦେଖିବାକୁ ମିଳିଥିଲା।

ଅନୁଷ୍କା ନିଜ ପରିବାର ସଦସ୍ୟ ଙ୍କ ସହ ହାଇଦ୍ରାବାଦ ରେ ରୁହନ୍ତି। ତାଙ୍କ ଅପାର୍ଟମେଣ୍ଟ ର ମୂଲ୍ୟ ପ୍ରାୟ ୪୦ କୋଟି ଅଟେ। ତାଙ୍କ ଅପାର୍ଟ ମେଣ୍ଟ ରେ ୪ ଟି ବେଡ଼ରୁମ, କିଚେନ ଏବଂ ଏକ ଆକର୍ଷଣୀୟ ବାଲ୍କୋନି ମଧ୍ୟ ରହିଛି ଏବଂ ଅନୁଷ୍କା ଙ୍କ ପାଖରେ ବିଭିନ୍ନ ପ୍ରକାର ଦାମି କାରର କଲେକ୍ସନ ମଧ୍ୟ ରହିଛି । ବର୍ତ୍ତମାନ ଅନୁଷ୍କା ନିଜ କ୍ୟାରିଆର ରେ ଧ୍ୟାନ ଦେବାରେ ଲାଗିଛନ୍ତି।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *