Amir Khan ଙ୍କ ଡିଭୋର୍ସ କୁ ନେଇ ବର୍ଷିଲେ Sura Routray, କହିଲେ କିଛି ଏମିତି କଥା, ଶୁଣିଲେ ଆପଣ ପ୍ରଶଂସା ନକରି ରହି ପାରିବେନି, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯେପରି କି ଆପଣ ମାନେ ଜାଣିଛନ୍ତି ଯେ, ଆମୀର ଖାଁ ନିଜ ଦ୍ଵିତୀୟ ପତ୍ନୀ କିରନ୍ ରାଓ ଙ୍କୁ ଛାଡ଼ପତ୍ର ଦେବାର ଘୋଷଣା କରିଛନ୍ତି । ୫୬ ବର୍ଷ ବୟସ ର ଆମୀର ଖାଁ ଙ୍କ ଏହା ଦ୍ଵିତୀୟ ଛାଡ଼ପତ୍ର ଅଟେ ।

ସେ ୨୦୦୫ ମସିହାରେ କିରନ୍ ରାଓ ଙ୍କୁ ବିବାହ କରିଥିଲେ । ଏହା ପୂର୍ବରୁ ସେ ୧୯୮୬ ମସିହାରେ ରୀନା ଦତ୍ତା ଙ୍କୁ ବିବାହ କରିଥିଲେ । ରୀନା ଓ ଆମୀର ଙ୍କ ମଧ୍ୟରେ ୨୦୦୨ ମସିହାରେ ଛାଡ଼ପତ୍ର ହୋଇଥିଲା । ଏହି ଯୋଡ଼ି ଙ୍କ ଦୁଇଟି ସନ୍ତାନ ଅଛନ୍ତି । ଜୁନେଦ ଓ ଆଏରା ଖାଁ । ଆମୀର ଓ କିରନ୍ ସରୋଗେସି ମାଧ୍ୟମରେ ମାତାପିତା ହୋଇଥିଲେ । ତାଙ୍କ ପୁଅ ଙ୍କ ନାମ ହେଉଛି, ଆଜାଦ ରାଓ ଖାଁ ।

ଆମୀର ଖାଁ ଙ୍କ ଏଭଳି ଘୋଷଣା ଶୁଣି ସମସ୍ତ ଦର୍ଶକ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି । ଏହି ଛାଡ଼ପତ୍ର ପଛରେ କାରଣ କଣ ରହିଛି ତାହା ମଧ୍ୟ ସ୍ପଷ୍ଟ ରୂପରେ ଜଣା ପଡ଼ିନାହିଁ । ତେବେ କଂଗ୍ରେସ ଏମ୍ଏଲଏ ସୁର ରାଉତରାୟ ଙ୍କୁ ଯେତେବେଳେ ଆମୀର ଖାଁ ଙ୍କ ଏହି ନିଷ୍ପତ୍ତି ସମ୍ବନ୍ଧରେ ପଚରାଗଲା ସେତେବେଳେ ସେ ଉତ୍ତର ରେ ଆମୀର ଖାଁ ଙ୍କୁ ନିନ୍ଦା କରି କହିଲେ ଯେ, ଏଭଳି ଘୃଣ୍ୟ କାମ ଭାରତ ଭଳି ପବିତ୍ର ଦେଶରେ ହୋଇପାରିବ ନାହିଁ ।

ଆମୀର ଖାଁ ଙ୍କ ଏଭଳି କାର୍ଯ୍ୟ ଦ୍ୱାରା ଭାରତ ରେ ଯୁବ ପିଢ଼ି ଙ୍କ ଉପରେ କୁପ୍ରଭାବ ପଡୁଛି । ସେମାନେ ଏହି ନିନ୍ଦନୀୟ କାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇ କୁଶିକ୍ଷା ପାଇବେ । ସେ ଏହା ମଧ୍ୟ କହିଲେ ଯେ, ଆମୀର ଖାଁ ଯେଉଁଠାରେ ରହୁଛନ୍ତି ତାହା ଆମ ଭାରତ ଦେଶ, ଏହା ପାକିସ୍ତାନ ବା ଆରବୀୟ ଦେଶ ନୁହେଁ ଯେ, ଏଠାରେ ଯେତେବେଳେ ଇଚ୍ଛା ଯାହାକୁ ଛାଡ଼ପତ୍ର ଦେଇ ଅନ୍ୟ କୁ ବିବାହ କରିଦେବେ ।

କଂଗ୍ରେସ ନେତା ସୁର ରାଉତରାୟ ପୁଣି କହିଲେ, ଯେ ଯାହାକୁ ପ୍ରେମ କରୁଛ କେବଳ ଜଣକୁ କର । ଏଠି ବିବାହ ହେବା ପରେ ସ୍ବାମୀ ଓ ସ୍ତ୍ରୀ ରାମ ସୀତା ଙ୍କ ଭଳି ରହିବା ଆବଶ୍ୟକ । ଭାରତ ମାଟି ରେ ଏଭଳି ନିନ୍ଦା ଜନକ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି କହିଛନ୍ତି ସୁର ରାଉତରାୟ । ଭାରତ ଭଳି ପବିତ୍ର ଦେଶରେ ଏଭଳି କାର୍ଯ୍ୟ ଘୃଣ୍ୟ ଅଟେ ।

ଏହା ସହିତ ଶେଷରେ ସୁର ରାଉତରାୟ ଭାରତୀୟ ଯୁବ ସମାଜ କୁ ଅନୁରୋଧ କରି କହିଛନ୍ତି ଯେ, ଆମୀର ଖାଁ ଙ୍କ ଚରିତ୍ର କୁ ଭୁଲ ରେ ବି କେହି ଅନୁସରଣ କରନ୍ତୁ ନାହିଁ । ଯାହାକୁ ପ୍ରେମ କରୁଛ ସତ ହୃଦୟ ରେ କର ଏବଂ ବିବାହ ପରେ ଜୀବନ ସାରା ଏକାଠି ରୁହ । ତେବେ ଏହିପରି ଭାବରେ କଂଗ୍ରେସ ଏମ୍ଏଲଏ ସୁର ରାଉତରାୟ ଅଭିନେତା ଆମୀର ଖାଁ ଙ୍କ ଏଭଳି କାର୍ଯ୍ୟ କୁ ନିନ୍ଦା କରିଛନ୍ତି ଏବଂ ନିଜର ମତ ପ୍ରକାଶ କରିଛନ୍ତି । ସୁରଙ୍କ କଥାରେ ଆପଣ ଏକମତ ଥିଲେ ଗୋଟିଏ ଲାଇକ ଓ ଶେୟାର ନିଶ୍ଚୟ କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *