ଅଜୟ ଦେବଗନଙ୍କ ୩ ଜଣ ଗର୍ଲଫ୍ରେଣ୍ଡ ଯେଉଁମାନେ ସୁନ୍ଦରତାରେ କେହି ନୁହଁନ୍ତି କାହା ଠାରୁ କମ

ବନ୍ଧୁଗଣ ଆପଣମାନେ ସମସ୍ତେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କୁ ନିଶ୍ଚୟ ଜାଣି ଥିବେ । ଅଜୟ ଦେବଗନ ଏକ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ଫିଲ୍ମ ନିର୍ମାତା ଅଟନ୍ତି । ଅଜୟ ଦେବଗନଙ୍କ ଜନ୍ମ ୨ ଏପ୍ରିଲ ୧୯୭୯ରେ ହୋଇଥିଲା । ତାଙ୍କ ପରିବାର ବଲିଉଡ ସହ ଗଭୀର ସମ୍ପର୍କ ରଖିଥିଲା । ଅଜୟ ଦେବଗନଙ୍କ ମା ବିନା ଦେବଗନ ହିନ୍ଦୀ ଫିଲ୍ମ ନିର୍ମାତା ଥିଲେ । ଅଜୟ ଦେବଗନ ୧୦୦ ରୁ ଅଧିକ ହିନ୍ଦୀ ଫିଲ୍ମରେ କାମ କରିସାରିଛନ୍ତି ।

ଫିଲ୍ମରେ କରିଥିବା ତାଙ୍କର ଅଭିନୟ ପାଇଁ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ ଟି ପୁରସ୍କାର ମିଳି ସାରିଛି । ଅଜୟ ଦେବଗନଙ୍କୁ ପଦ୍ମଶ୍ରୀ ଉପାଧି ମଧ୍ୟ ମିଳିଛି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଅଜୟଙ୍କର ଜୀବନରେ ଆସିଥିବା ଗର୍ଲଫ୍ରେଣ୍ଡ ମାନଙ୍କ ବିଷୟରେ କହିବୁ । ଯେଉଁ ମାନେ ବହୁତ ଫେମସ ଅଟନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଅଜୟ ଦେବଗନଙ୍କର ଏହି ଗର୍ଲଫ୍ରେଣ୍ଡ ମାନଙ୍କ ବିଷୟରେ ।

୧. କରିସ୍ମା କପୁର


ଫିଲ୍ମ ‘ଫୁଲ ଅର କାଣ୍ଟେ’ର ସଫଳତା ପରେ ଅଜୟ ଦେବଗନଙ୍କୁ ବହୁତ ଫିଲ୍ମ ଅଫର ହୋଇଥିଲା । ଏହା ପରେ ଅଧିକାଂଶ ଫିଲ୍ମରେ ଅଜୟ ଦେବଗନଙ୍କ ସହ କରିସ୍ମା କପୁର ନଜର ଆସିଛନ୍ତି । ଅଜୟଙ୍କ ସହ କରିସ୍ମା କିଛି ଫିଲ୍ମ କରିବା ଦ୍ଵାରା ସେ ଅଜୟଙ୍କ ଉପରେ ଆକର୍ଷିତ ହୋଇଯାଇଥିଲେ । ଏହି ଦୁଇ ଜଣଙ୍କ ରୋମାନ୍ସର ଖବର ବହୁତ ଚର୍ଚାରେ ଥିଲା । ଏମାନେ ବହୁତ ବର୍ଷ ପର୍ଯ୍ୟନ୍ତ ରିଲେସନରେ ରହିଥିଲେ ହେଲେ ଶେଷରେ ଏମାନେ ନିଜ ରାସ୍ତାରେ ଅଲଗା ଅଲଗା ହୋଇଯାଇଥିଲେ ।

୨. ରବିନା ଟଣ୍ଡନ

ରବିନାଙ୍କ କାରଣରୁ ଅଜୟ ଏବଂ କରିସ୍ମାଙ୍କର ବ୍ରେକଅପ୍ ହୋଇଥିଲା । ଏହି ଦୁଇ ଜଣ କଳାକାର ଏକ ସହ ବହୁତ ଫିଲ୍ମରେ କାମ କରିଥିଲେ । ଧୀରେ ଧୀରେ ଏହି ଦୁଇ ଜଣ କଳାକାର ପରସ୍ପରକୁ ପ୍ରେମ କରି ବସିଥିଲେ । ଏହି ଦୁଇଜଣଙ୍କର ରୋମାନ୍ସ ଖବର ବହୁତ ପ୍ରଚାର ହୋଇଥିଲା । ହେଲେ କିଛି ବର୍ଷ ପରେ ଏମାନଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିଲା ।

୩. କାଜୋଲ


ଫିଲ୍ମ ‘ହଲଚଲ’ର ଶୁଟିଙ୍ଗ ସମୟରେ ଏହି ଦୁଇ ଜଣ କଳାକାର ପରସ୍ପରକୁ ଦେଖିଲେ । ଅଜୟ ଏକ ଇଣ୍ଟରଭ୍ୟୁରେ କହିଥିଲେ ପ୍ରଥମେ ସେ କାଜୋଲଙ୍କୁ ପସନ୍ଦ କରୁ ନ ଥିଲେ, କାରଣ ତାଙ୍କୁ ଲାଗୁଥିଲା କଜୋଲ ବହୁତ ଗର୍ବୀ ଓ ଅହଙ୍କାରୀ ମହିଳା ଅଟନ୍ତି । ହେଲେ ଏହି ଦୁଇ ଜଣ ପ୍ରଥମେ ସାଙ୍ଗ ହୋଇଥିଲେ ଓ ସମୟ କ୍ରମେ ଏମାନେ ପରସ୍ପରକୁ ପ୍ରେମ କରି ବସିଥିଲେ । ଶେଷରେ ଏହି ଦୁଇଜଣ ଷ୍ଟାର ବିବାହ କରିବାର ନିଷ୍ପତ୍ତି ନେଇଥିଲେ । ମିଡିଆରେ ଏମାନଙ୍କ ବିବାହର ଚର୍ଚା ବହୁତ ହୋଇଥିଲା । ୧୯୯୯ ମସିହାରେ ଏହି ଦୁଇ ଜଣ ବିବାହ କରିଥିଲେ । ବର୍ତ୍ତମାନ ଏମାନେ ବହୁତ ସୁଖରେ ଜୀବନ ଅତିବାହିତ କରୁଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ସବୁ ଛୋଟ ବଡ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *