Bollywood ଅଭିନେତ୍ରୀ Raveena Tandon ଙ୍କ ଘରକୁ ଆସିଲା ବଡ ଦୁଃଖ ଖବର ! କାନ୍ଦି କାନ୍ଦି ରବୀନାଙ୍କ ଅବସ୍ଥା ହେଲା ଖରାପ !

ବଲୀଉଡର ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପିତା ଓ ଫିଲ୍ମ ନିର୍ଦ୍ଦେଶକ ରବି ଟଣ୍ଡନ ଆର ପାରିକୁ ଚାଲି ଯାଇଛନ୍ତି । ରବି ଟଣ୍ଡନ ନିଜର ଜୀବନକାଳରେ ବହୁତ ବଲୀଉଡ ଫିଲ୍ମ ଗୁଡିକରେ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କର ନିର୍ଦ୍ଦେଶିତ ଫିଲ୍ମ ଗୁଡିକ ମଧ୍ୟରେ ଖେଳ ଖେଳ ମେ, ଅନହୋନୀ, ନଜରାନା, ମଜବୁର, ଖୁଦାର, ଜିନ୍ଦେଗୀ ଭଳି ଫିଲ୍ମ ସାମିଲ ଅଛି । ଅଭିନେତ୍ରୀ ରବୀନା ଟଣ୍ଡନ ଆଜି ସକାଳେ ଏକ ଟୁଇଟ କରି ନିଜ ପିତାଙ୍କ ବିୟୋଗ ବିଷୟରେ ସମସ୍ତଙ୍କୁ କହିଥିଲେ ।

ଆଜି ସକାଳ ୩.୪୫ରେ ରବି ଟଣ୍ଡନଙ୍କ ମୃତ୍ୟୁ ହୋଇଯାଇଛି । ଏହି ଖବର ସାମ୍ନାକୁ ଆସିବା ପରେ ବଲୀଉଡର କିଛି ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକ ରବୀନା ଟଣ୍ଡନଙ୍କୁ ଶୋକ ବ୍ୟକ୍ତ କରିଛନ୍ତି । ରବୀନା ଟଣ୍ଡନ ପ୍ରଥମେ ନିଜର ପିତାଙ୍କ ସହ ଉଠାଇଥିବା କିଛି ଫଟୋ ଶେୟାର କରିଥିଲେ ଓ ଲେଖିଥିଲେ କି ବାପା ତୁମେ ସବୁବେଳେ ମୋ ସହିତ ରହିବ । ମୁଁ ତୁମକୁ କେବେ ବି ଛାଡିବିନି ।

ମୁଁ ସବୁବେଳେ ତମ ସହ ଚାଲିବି । ତୁମେ ବି ମୋ ସହିତ ସବୁବେଳେ ଚାଲ । ନିର୍ଦ୍ଦେଶକ ରବି ଟଣ୍ଡନଙ୍କ ମୃତ୍ୟୁ ପରେ ବଲୀଉଡର କଳାକାରମାନେ ତାଙ୍କର ଅନ୍ତିମ ଦର୍ଶନ ନିମନ୍ତେ ତାଙ୍କର ବାସଭବନକୁ ପହଞ୍ଚିଛନ୍ତି । ରବି ଟଣ୍ଡନ ଜନ୍ମ ଆଗ୍ରାରେ ହୋଇଥିଲା । ସେ ଅମିତାଭ ବଚ୍ଚନକୁ ନେଇ ମଜବୁର ଓ ଖୁଦ୍ଦାର ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

କିନ୍ତୁ ଦୁଃଖର କଥା ଏହା ଅଟେ କି ଶୁକ୍ରବାର ଦିନ ମୁମ୍ବାଇରେ ତାଙ୍କର ନିଧନ ହୋଇ ଯାଇଛି । ସଂଜୀବ କୁମାରଙ୍କ ସମ୍ପର୍କୀୟ ବନ୍ଧୁ ମଧ୍ୟରୁ ଜଣେ ଥିଲେ ରବି ଟଣ୍ଡନ । ରବି ଟଣ୍ଡନ ବଲୀଉଡରେ ସହୟାକ ନିର୍ଦ୍ଦେଶକ ରୂପରେ କାମ ଆରମ୍ଭ କରିଥିଲେ । ଫିଲ୍ମ ‘ଲବ ଇନ ଶିମଲା’ ଓ ୟେ ରାସ୍ତେ ହୈଂ ପ୍ୟାର କେ’ରେ ସହାୟକ ନିର୍ଦ୍ଦେଶନା ରୂପରେ କାମ କରିଥିଲେ ।

ଏହା ପରେ ସେ ନିଜର ପ୍ରଥମ ଫିଲ୍ମ ଅନହୋନୀକୁ ନିର୍ଦ୍ଦେଶନା କରିଥିଲେ । ଏହି ଫିଲ୍ମରେ ସଂଜୀବ କୁମାରଙ୍କ ଅଭିନୟକୁ ଲୋକମାନେ ଆଜି ବି ପ୍ରଶଂସା କରୁଛନ୍ତି । ସେ ରୁଷି କପୁରଙ୍କ ସହ ବି ଫିଲ୍ମ କରିଛନ୍ତି । ସେ ବଲୀଉଡର ପ୍ରାୟତଃ କଳାକାରମାନଙ୍କ ସହ ଫିଲ୍ମ କରିଛନ୍ତି । ସେ ନିଜ ଜମାନାରେ ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ ଥିଲେ । ବଲୀଉଡ ଆଜି ଜଣେ ମହାନ ନିର୍ଦ୍ଦେଶକକୁ ହରାଇଛି ।

Leave a Reply

Your email address will not be published. Required fields are marked *