Harnaaz Sandhu (Miss Universe 2021) ଙ୍କ Life Story ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ !

ବନ୍ଧୁଗଣ, ଭାରତରେ ୨୧ ବର୍ଷ ପରେ Miss Universe ର ତାଜ କୁ ନିଜ ନାମରେ କରି ସାରିଛନ୍ତି । ଏବଂ ଏହି ତାଜ କୁ ଭାରତ ନାମରେ କରିଥିବା ଝିଅ ଙ୍କ ନାମ ହେଉଛି, “ହର୍ନାଜ କୌର ସାନ୍ଧୁ” । ଏହା ପୂର୍ବ ରୁ ଏହି ତାଜ କୁ ୨୦୦୦ ମସିହାରେ ଭାରତର ଲାରାଦତ୍ତା ଜିତିଥିଲେ । ସୂଚନା ଅନୁଯାୟୀ ଏହି ବର୍ଷ ହର୍ନାଜ କୌର ସାନ୍ଧୁ ଙ୍କର ଜନ୍ମଗ୍ରହଣ ହୋଇଥିଲା । ୧୭ ତମ Miss Universe ର କଣ୍ଟେଷ୍ଟ ଅଥବା ପ୍ରତିଯୋଗୀତା ର  ଇଜ୍ରାହିଲ ର ଏଲାଗ ସହରରେ ହୋଇଥିଲା ।

ଯେଉଁଥିରେ ୮୦ ଦେଶ ର ଝିଅ Miss Universe ର ତାଜ ନିମନ୍ତେ ପରସ୍ପର ମଧ୍ୟରେ କମ୍ପିଟ କରୁଥିଲେ । ୧୨ ଡିସେମ୍ବର ରେ ଏହି ତାଜ ଭାରତର ପଞ୍ଜାବ ସହରରେ ରହୁଥିବା ହର୍ନାଜ କୌର ସାନ୍ଧୁ ନିଜ ନାମରେ କରିଛନ୍ତି । ଭାରତର ଏହି ଝିଅ ବର୍ତ୍ତମାନ ମାତ୍ର ୨୧ ବର୍ଷ ର ଅଟନ୍ତି । ଏବଂ ସେ ଚଣ୍ଡୀଗଡ ପଞ୍ଜାବ ରେ ରୁହନ୍ତି । ଏବଂ ବର୍ତ୍ତମାନ ସେ ନିଜ ମାଷ୍ଟର ଡିଗ୍ରୀ ନିମନ୍ତେ ଶିକ୍ଷା ଗ୍ରହଣ କରୁଛନ୍ତି । କଲେଜ ଯିବା ସହିତ ସେ ମଡେଲିଙ୍ଗ ମଧ୍ୟ କରୁଥିଲେ । ହର୍ନାଜ ର ପରିବାର ଲୋକେ ଗମେଣ୍ଟ ଚାକିରି ନଚେତ କ୍ଷେତ କାମ କରନ୍ତି ।

କିନ୍ତୁ 2017 ରେ ହର୍ନାଜ ନିଜ କଲେଜ ପ୍ରୋଗ୍ରାମ ରେ ଯେତେବେଳେ ଏକ ପର୍ଫୋମାଂସ ଦେଲେ ସେତେବେଳେ ସେ ନିଶ୍ଚୟ କଲେ ଯେ ତାଙ୍କୁ ଏହି ଲାଇନ ରେ ନିଜର ପ୍ରଦର୍ଶଣ ଦେଖେଇବାର ଅଛି । ଏହାପରେ ସେ ଭାରତରେ ଅନେକ ମଡେଲିଙ୍ଗ କମ୍ପିଟିସନ ଜିତିଲେ । ଏହା ସହିତ ସେ ୨ ଟି ପଞ୍ଜାବୀ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି ।

ହର୍ନାଜ ପିଲାଦିନେ ବହୁତ ପତଳା ଥିବା କାରଣରୁ ସେ ମାନସିକ ଭାରସାମ୍ୟ ମଧ୍ୟ ହରାଇ ଥିଲେ । ସ୍କୁଲ ରେ ସମସ୍ତେ ହର୍ନାଜ ଙ୍କର ମଜାକ ଉଡାଉଥିଲେ ଏବଂ ଏହି କାରଣରୁ ସେ ଧୀରେ ଧୀରେ ଡିପ୍ରେସନ ର ଶିକାର ହୋଇଗଲେ । ମାତ୍ର ହର୍ନାଜ ହାର ନ ମାନି ଆଗକୁ ବଢିଲେ, ଏବଂ ବର୍ତ୍ତମାନ ସେ ସାରା ବିଶ୍ଵ ରେ Miss Universe ନାମରେ ପରିଚିତ ।

ଜର୍ଜ ମାନଙ୍କ ପଚାରିଥିବା ସମସ୍ତ ପ୍ରଶ୍ନ ର ଆଶ୍ଚର୍ଯ୍ୟ ଜନକ ଉତ୍ତର ଦେଇ ଜର୍ଜ ମାନଙ୍କୁ ପ୍ରଭାବିତ କରିଥିଲେ । ଆମ୍ଭ ମାନଙ୍କ ତରଫରୁ ଭାରତର Miss Universe ହର୍ନାଜ କୌର ସାନ୍ଧୁ ଙ୍କୁ ଅନେକ ଅନେକ ଶୁଭେଛା ଏବଂ ଶୁଭକାମନା । ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *