ରମେଶ ଯାଦବ କିପରି ହେବେ ଫେମସ କୋରିୟଗ୍ରାଫର ରେମୋ ଡିସୁଜା ? ଘରୁ ଲୁଚି ପଳେଈ ଆସିଥିଲେ ମୁମ୍ବାଇ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଡ୍ୟାନ୍ସର ଓ କରିଓଗ୍ରାଫର ରେମୋ ଡିସୌଜାଙ୍କୁ ନିଶ୍ଚୟ ଜାଣିଥିବେ । ରେମୋ ଅନେକ ସୁପର ହିଟ ଫିଲ୍ମର ଗୀତକୁ କରିଓଗ୍ରାଫ କରିଛନ୍ତି । ରେମୋ ନିଜ ଜୀବନରେ ଅନେକ କଷ୍ଟ ଓ ସଂଘର୍ଷ କରି ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ରେମୋଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ରେମୋ ନିଜ ପର୍ଶନାଲ ଲାଇଫ ଓ ନିଜ ରିଆଲିଟି ସୋ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରେମୋ ଡିସୌଜାଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣି ଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ରେମୋ ୨ ଏପ୍ରିଲ ୧୯୭୨ ମସିହାରେ କର୍ଣ୍ଣାଟକ ରାଜଧାନୀ ବେଙ୍ଗଲୁରୁରେ ଜନ୍ମ ଗ୍ରହଣ କରିଥିଲେ । ରେମୋଙ୍କ ଅସଲି ନାମ ହେଉଛି ରମେଶ ଯାଦବ । ରେମୋ ଗୁଜୁରାଟର ଜାମନଗରରେ ପାଠ ପଢୁଥିଲେ ଓ ସେହି ସମୟରେ ସେ ନିଜ ଘର ଛାଡି ମୁମ୍ବାଇ ଚାଲି ଆସିଲେ । ରେମୋ ନିଜ ସ୍ଵପ୍ନ ପୂରଣ କରିବା ପାଇଁ ମୁମ୍ବାଇ ଆସିଥିଲେ ।

ପିଲା ଦିନରୁ ରେମୋଙ୍କୁ ଅଭିନୟରେ ବହୁତ ରୁଚି ଥିଲା । ରେମୋଙ୍କୁ ମୁମ୍ବାଇରେ ନିଜ ସ୍ଵପ୍ନ ସାକାର କରିବାର ଅବସର ମିଳିଲା । ରେମୋ ମୁମ୍ବାଇ ଆସିବାରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ଧୀରେ ଧୀରେ ସେ ଅନେକ କଳାକାର ମାନଙ୍କୁ ନିଜ ଇସାରାରେ ନଚାଇ ଥିଲେ ଓ ଦେଖୁ ଦେଖୁ ସେ ଏକ ବଡ କରିଓଗ୍ରାଫର ହୋଇଗଲେ । ରେମୋ ଆଜି ଏକ ଲକ୍ସରି ଜୀବନ ଅତିବାହିତ କରୁଛନ୍ତି ହେଲେ ଗୋଟେ ସମୟରେ ସେ ଏକ ସାଧାରଣ ଜୀବନ ବଞ୍ଚୁ ଥିଲେ । ରେମୋଙ୍କ ବାପା ଇଣ୍ଡିଆନ ଏୟାରଫୋର୍ସରେ କୁକ୍ ର ଚାକିରି କରୁଥିଲେ ।

ଘର ଚଳାଇବା ଭଳି ତାଙ୍କ ପାଖରେ ଟଙ୍କା ରହୁଥିଲା । ସେହି ସମୟରେ ରେମୋ ନିଜ ଘରର ଆର୍ଥିକ ଅବସ୍ଥାକୁ ଦେଖି ନିଜେ କାମ କରିଥିଲେ । ରେମୋ ସେହି ସମୟରେ ସାଇକେଲ ମରାମତି, ସୋଉଦା ଦୋକାନ ଓ ବେକେରି ଦୋକାନ ଆଦିରେ କାମ କରିଥିଲେ । ଏହି ସବୁ ସ୍ଥାନରେ କାମ କରିବା ବେଳେ ମଧ୍ୟ ତାଙ୍କ ମନ ଡ୍ୟାନ୍ସରେ ଥିଲା । ମୁମ୍ବାଇ ଆସିବା ପରେ ରେମୋ ଅନେକ ରାତି ଭୋକିଲା ସୋଇ ଛନ୍ତି ।

ସେ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସଂଘର୍ଷ କରୁଥିବା ବେଳେ ସେ ଲିଜେଲଙ୍କ ସହ ସାକ୍ଷାତ କରିଥିଲେ ଓ ଏହି ଦୁଇଜଣ ସେତେବେଳେ ବିବାହ କରିଦେଲେ । ବିବାହ ପରେ ବି ରେମୋ ବହୁତ କଷ୍ଟ କରିଛନ୍ତି ଓ ତାଙ୍କ ସଂଘର୍ଷ ସମୟରେ ତାଙ୍କ ପାଖରେ କେବଳ ତାଙ୍କ ପତ୍ନୀ ଛିଡା ହୋଇଥିଲେ । ହେଲେ ଆଜି ସମୟ ବଦଳି ଯାଇଛି ଓ ରେମୋ ଭାରତର ଜଣାଶୁଣା କରିଓଗ୍ରାଫର ଭାବେ ପରିଚିତ ଅଛନ୍ତି । ବର୍ତ୍ତମାନ ସେ ନିଜ ପତ୍ନୀଙ୍କ ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

Leave a Reply

Your email address will not be published. Required fields are marked *