ଦାନ୍ତ ହଳଦିଆ ପଡୁଛି କି ? ଜାଣନ୍ତୁ କଣ କୁହନ୍ତି Dr Arpita Dash

ବନ୍ଧୁଗଣ ସାଧାରଣତଃ ସମସ୍ତଙ୍କ ଦାନ୍ତ ଏକଦମ ଧଳା ହୋଇ ନଥାଏ । ଏହି ଦୁନିଆରେ ଥିବା ପ୍ରତ୍ୟକ ମଣିଷଙ୍କ ଦାନ୍ତ ରଙ୍ଗ ଭିନ୍ନ ଭିନ୍ନ ଥାଏ । ଦାନ୍ତ ରଙ୍ଗ ଆମେ ଖାଉଥିବା ଖାଦ୍ୟ ଉପରେ ମଧ୍ୟ ନିର୍ଭର କରିଥାଏ । ଅନ୍ୟ ପକ୍ଷରେ ଏପରି ମଧ୍ୟ ବହୁତ ଲୋକ ଅଛନ୍ତି ଯେଉଁ ମାନେ ଦିନ ରାତି ପାନ ଚୋବାଇ ଥାନ୍ତି । ପାନ ଚୋବାଉ ଥିବା ଲୋକଙ୍କ ଦାନ୍ତ ବହୁତ ଦୁର୍ବଳ ହୋଇଯାଇଥାଏ । ଦାନ୍ତ ଦୁର୍ବଳ ହେବା ସହ ସେମାନଙ୍କ ଗାଲ ଭିତର ରଙ୍ଗ ମଧ୍ୟ ବଦଳି ଯାଇଥାଏ ।

ପାଣିରେ ଯେତେବେଳେ ଫୁରାଇଟ ଅଂଶ ଅଧିକ ମାତ୍ରାରେ ଥାଏ ସେତେବେଳେ ଦାନ୍ତ ଖରାପ ହୋଇଥାଏ ।  ସାଧାରଣତଃ ପିଲା ମାନଙ୍କର ଦାନ୍ତ ଯଦି ଧୀରେ ଧୀରେ ବଢୁଥିବ ଓ ସେମାନେ ଅଧିକ ଫୁରାଇଟ ଥିବା ପାଣି ପିଇବେ ତା ହେଲେ ସେମାନଙ୍କ ଦାନ୍ତର ଗ୍ରୋଥ ହେବ ନାହିଁ । ଯେଉଁ ମାନେ ବହୁତ ଅଧିକ ଧୂମ୍ରପାନ କରନ୍ତି ସେମାନଙ୍କ ଦାନ୍ତ କଳା ପଡିଥାଏ ଓ ଦାନ୍ତ ସହ ସେମାନଙ୍କ ପାଟି ଭିତର ମଧ୍ୟ କଳା ପଡିଯାଇଥାଏ ।

ବନ୍ଧୁଗଣ ଯଦି ଆପଣଙ୍କର ଦାନ୍ତ ହଳଦିଆ ହୋଇଯାଇଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ମାନେ ଡାକ୍ତରଙ୍କ ପରାମର୍ଶ ନେଇ ଦାନ୍ତ କ୍ଲିନିଙ୍ଗ କରିପାରେ । ଦାନ୍ତ କ୍ଲିନିଙ୍ଗ କରିବା ପରେ ଆପଣ ମାନେ ନିଜର ସମସ୍ତ ଖରାପ ଅଭ୍ୟାସକୁ ଧୀରେ ଧୀରେ ଛାଡିବା ପାଇଁ ଚେଷ୍ଟା କରନ୍ତୁ । ସାଧାରଣତଃ ଯେଉଁ ମାନେ ପାନ, ପୁଡିଆ ଆଦି ସେବନ କରୁଛନ୍ତି ସେମାନେ ଏହି ସବୁ ଖରାପ ଅଭ୍ୟାସକୁ ତୁରନ୍ତ ଛାଡିବା ଉଚିତ । ଏହା ସହିତ ଆପଣ ମାନେ ନିଜ ଖାଦ୍ୟ ପେୟ ଉପରେ ମଧ୍ୟ ଅଧିକ ଧ୍ୟାନ ଦେବା ଉଚିତ ।

ଏହା ସହିତ ଆପଣ ମାନେ ୬ ମାସକୁ ଥରେ ଡାକ୍ତରଙ୍କ ପାଖକୁ ଯାଇ ଦାନ୍ତ ଚେକ ଅପ୍ କରାଉ ଥିବେ । ଏହି ସବୁ କାମ କରିବା ଦ୍ଵାରା ଆପଣଙ୍କ ଦାନ୍ତର ଅବସ୍ତା ପୂର୍ବ ପରି ଭଲ ହୋଇଯିବ । ତା ହେଲେ ବନ୍ଧୁଗଣ ଦାନ୍ତ ସହ ଜଡିତ ଏହି ସବୁ ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ଧ୍ୟାନ ନିଶ୍ଚୟ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *