‘ପ୍ରେମ ମୋର ଭାସିଗଲା’ ନିଜ ଜୀବନର କିଛି ଅକୁହା କଥା କହିଦେଲେ ଯାତ୍ରା ଅଭିନେତା Jinu, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ଜିନୁଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଜିନୁ ହେଉଛନ୍ତି ଏକ ଏପରି ଅଭିନେତା ଯିଏ ବହୁତ କମ ସମୟ ମଧ୍ୟରେ ଯାତ୍ରା ଜଗତରେ ସଫଳତା ହାସଲ କରିଛନ୍ତି । ଜିନୁଙ୍କ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ଗତ କିଛି ଦିନ ତଳେ ଜିନୁ ଗଣମାଧ୍ୟମ ସାମ୍ନାକୁ ଆସି ନିଜ ଯାତ୍ରା ଜୀବନୀ ବିଷୟରେ କହିଥିଲେ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଜିନୁଙ୍କ ସାକ୍ଷାତ୍କାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଜିନୁ ସେହି ସାକ୍ଷାତ୍କାରରେ କହିଛନ୍ତି-‘ମୁ ୨୦୦୮ ମସିହାରେ ଯାତ୍ରା ଜଗତରେ ପାଦ ଦେଇଥିଲି । ସେହି ସମୟରେ ସୋ-ସି-ଆ-ଲ ମି-ଡି-ଆ ନଥିଲା । ଏବେ ତ ସୋ-ସି-ଆ-ଲ ମି-ଡି-ଆ ବହୁତ ଆଗକୁ ପଳାଇଛି ଓ କଳାକାର ମାନେ ସୋ-ସି-ଆ-ଲ ମି-ଡି-ଆ ଜରିଆରେ ପରିଚିତ ହୋଇଛନ୍ତି । ମୋ କାରିୟରର ପ୍ରଥମ ଯାତ୍ରା ହେଉଛି ତ୍ରିରଙ୍ଗା’ ।

ଆଗକୁ ଜିନୁ କହିଛନ୍ତି-‘ମୁ ଲକଡାଉନ ସମୟରେ ମଞ୍ଜରି ଚ୍ୟାନେଲରେ କାମ କରୁଥିଲି । ମୁ ଯେତେବେଳେ ପ୍ରଥମ ଥର ପାଇଁ ଆସିଲି ସେତେବେଳେ ମୋତେ ହିରୋ ଭୂମିକା ଦିଆଯାଇ ନଥିଲା ମୁ ବାସ ସାଇଡ ରୋଲରେ କାମ କରୁଥିଲି । ପିଲା ଦିନରୁ ମୋର ଅଭିନୟରେ ବହୁତ ରୁଚି ଥିଲା’ । ଆଗକୁ ଜିନୁ କହିଛନ୍ତି- ‘ମୋ ବାପା ଥିଲେ ଜଣେ ଡ୍ରାମା କଳାକାର । ଅଭିନୟ ମୋ ରକ୍ତରେ ଥିଲା ତେଣୁ ମୁ ଯାତ୍ରା ଜଗତରେ କାମ କରିଲି ।

ଅବଶ୍ୟ ଆମେ ଯାତ୍ରା ଜଗତକୁ ଆସି ସାରା ଓଡିଶା ବୁଲୁଛୁ ହେଲେ ଘର ଲୋକଙ୍କ ସହ ସମୟ ଅତିବାହିତ କରି ପାରୁନୁ ବାସ ଏତିକି ଦୁଃଖ ରହିଗଲା’ । ଜିନୁ ନିଜ ପ୍ରେମ ବିଷୟରେ ମଧ୍ୟ କହିଛନ୍ତି- ‘ଯେତେବେଳେ ମୁ ସ୍କୁଲରେ ପଢୁଥିଲି ସେତେବେଳେ ଗୋଟେ ଝିଅ ସହ ପ୍ରେମ ହୋଇଯାଇଥିଲା । ହେଲେ ଦ୍ଵାଦଶରେ ପଢୁଥିବା ବେଳେ ସେ ମୋ ଠାରୁ ଦୂରେଇ ଗଲା । ଏହା ପରେ ମୋ ପ୍ରେମ ଭାସିଗଲା ଆଉ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯାତ୍ରା କଳାକାର ଜିନୁ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ କହିବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *