ବିବାହ ସାତ ଜନ୍ମର ବନ୍ଧନ ବୋଲି ବିଶ୍ୱାସ ରହିଛି । ମାତ୍ର ଆଜିକାଲି କେଉଁ ବିବାହ ଗୋଟିଏ ଜନ୍ମ ପାଇଁ ହିଁ ସଫଳ ହେଲେ ବହୁତ କଥା । ତେବେ ଛାଡ଼ପତ୍ରର ପ୍ରଭାବ ପୁରୁଷଙ୍କ ଠାରୁ ଅଧିକ ମହିଳାଙ୍କ ଉପରେ ପଡ଼ିଥାଏ । ଭାବନାତ୍ମକ ଭାବେ ଏପରି ଭାଙ୍ଗି ଯାଆନ୍ତି ଯେ ଆଉ ଥରେ କାହାକୁ ଭରସା କରିବାକୁ ସାହାସ ଜୁଟାଇ ପାରନ୍ତି ନାହିଁ । ଆମ ରାଜନୀତି ଦୁନିଆରେ ମଧ୍ୟ ଏପରି କିଛି ମହିଳା ଅଛନ୍ତି ଯେଉଁମାନେ ପୁନର୍ବାର ବିବାହ କରିପାରି ନାହାଁନ୍ତି । ଆଜି ଆମେ ଆପଣଙ୍କୁ ଏହିପରି ମହିଳା ନେତାଙ୍କ ସହ ପରିଚିତ କରାଇବୁ ।
୧- ଜୟା ଜେଟଲୀ- ସମତା ପାର୍ଟିର ପୂର୍ବ ଅଧ୍ୟକ୍ଷ ଜୟା ଜେଟଲୀ ହେଉଛନ୍ତି ପ୍ରସିଦ୍ଧ ନେତା ଅଶୋକ ଜେଟଲୀଙ୍କ ପୂର୍ବ ପତ୍ନୀ । ସେମାନେ ଦୁହେଁ ୧୯୬୫ ମସିହାରେ ବିବାହ କରିଥିଲେ ଓ ସେହି ବିବାହରୁ ତାଙ୍କର ଅକ୍ଷୟ ଓ ଆଦିତି ନାମକ ଦୁଇ ସନ୍ତାନ ମଧ୍ୟ ଅଛନ୍ତି । ଆରମ୍ଭରୁ ସେମାନଙ୍କ ବୈବାହିକ ଜୀବନ ଠିକ୍ ଚାଲିଥିଲା ।
ମାତ୍ର ସନ୍ତାନ ହେବାର କିଛି ବର୍ଷ ପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଓ ପରେ ସେମାନେ ଛାଡ଼ପତ୍ର ନେଇଥିଲେ । ଛାଡ଼ପତ୍ର ପରେ ଦ୍ଵିତୀୟ ବିବାହ କରିବା ପାଇଁ ଜୟା ଜେଟଲୀ ଆଉ ସାହାସ କରି ପାରି ନ ଥିଲେ । ବର୍ତ୍ତମାନ ତାଙ୍କୁ ୭୮ ବର୍ଷ ବୟସ ଓ ସେ ଏବେ ପର୍ଯ୍ୟନ୍ତ ସିଙ୍ଗଲ ଜୀବନ କାଟୁଛନ୍ତି ।
୨- ଜୟା ପ୍ରଦା- ବଲିଉଡ ରୁ ରାଜନୀତିରେ ପାଦ ଦେଇଥିବା ଜୟା ପ୍ରଦାଙ୍କ ପୂର୍ବ ପତି ହେଉଛନ୍ତି ଶ୍ରୀକାନ୍ତ ନାହଟା । ଏମାନେ ୧୯୮୬ ମସିହାରେ ବିବାହ କରିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଜୟା ପ୍ରଦାଙ୍କ ସ୍ବାମୀ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଇ ଜୟା ପ୍ରଦାଙ୍କୁ ବିବାହ କରି ନେଇଥିଲେ । କିନ୍ତୁ ଏହି ବିବାହ ପରେ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟା ସୃଷ୍ଟି ହୋଇଥିଲା ଓ ସେମାନେ ଅଲଗା ହୋଇ ଯାଇଥିଲେ । ଶ୍ରୀକାନ୍ତଙ୍କ ଠାରୁ ଅଲଗା ହେବା ପରେ ଜୟା ପ୍ରଦା ଆଉ ଦ୍ଵିତୀୟ ବିବାହ କରି ନ ଥିଲେ ।
୩- ରୂପା ଗାଙ୍ଗୁଲି
ରୂପା ଭାରତୀୟ ଜନତା ପାର୍ଟିର ଜଣେ ରାଜ୍ୟସଭା ସାଂସଦ । ସେ ୧୯୯୪ ମସିହାରେ ଧ୍ରୁବ ମୁଖାର୍ଜୀ ଙ୍କୁ ବିବାହ କରିଥିଲେ । ୧୪ ବର୍ଷ ଏକାଠି ରହିବା ପରେ ୨୦୦୬ ରେ ଦୁଇଜଣଙ୍କ ଛାଡ଼ପତ୍ର ହୋଇ ଯାଇଥିଲା । ଏହାପରେ ରୂପା ଦ୍ଵିତୀୟ ବିବାହ କରିବାକୁ ଆଉ ଚିନ୍ତା ମଧ୍ୟ କରି ନ ଥିଲେ । ପ୍ରଥମ ବିବାହ ରୁ ରୂପାଙ୍କର ଗୋଟିଏ ପୁଅ ଅଛି ।
୪- ଅଳକା ଲାମ୍ବା
ଅଳକା ଆମ୍ ଆଦମୀ ପାର୍ଟିର ପୂର୍ବ ବିଧାୟକ ଥିଲେ, ମାତ୍ର ବର୍ତ୍ତମାନ ସେ ଜଣେ କଂଗ୍ରେସ ନେତା । ଅଳକା ଲୋକେଶ କପୁରଙ୍କୁ ଇଣ୍ଟରକାଷ୍ଟ ବିବାହ କରିଥିଲେ । ଏହି ବିବାହରେ ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା । ମାତ୍ର ସନ୍ତାନ ହେବାର କିଛି ସମୟ ପରେ ଦୁହିଁଙ୍କ ମଧ୍ୟରେ ଦୂରତା ବଢ଼ିବାକୁ ଲାଗିଲା ଓ ଅଳକା ଲୋକେଶ ଙ୍କୁ ଛାଡପତ୍ର ଦେଇଦେଲେ । ଏହା ପରେ ଅଳକା ଦ୍ଵିତୀୟ ବିବାହ କରିବାକୁ ଉଚିତ୍ ମଣିଲେ ନାହିଁ ।
୫- ସ୍ଵାତୀ ମାଲିବାଲ
ସ୍ଵାତୀ ହେଉଛନ୍ତି ଦିଲ୍ଲୀ ମହିଳା ଆୟୋଗର ଚେୟାରମ୍ୟାନ । ସେ ନବୀନ ଜୟହିନ୍ଦ୍ ଙ୍କୁ ବିବାହ କରିଥିଲେ । ମାତ୍ର ନିକଟରେ ୨୦୨୦ ରେ ତାଙ୍କର ଛାଡ଼ପତ୍ର ହୋଇ ଯାଇଥିଲା । ସେବେଠୁ ଏ ପର୍ଯ୍ୟନ୍ତ ସ୍ଵାତୀ ସିଙ୍ଗଲ ଅଛନ୍ତି ।