ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଗାୟକ ହୁମାନ ସାଗର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ଆପଣ ମାନେ କଣ ଜାଣିଛନ୍ତି କି ଓଡ଼ିଶା ର ଅରିଜିତ ସିଂ କିଏ? ତେବେ ସେ ଅନ୍ୟ କେହି ନୁହେଁ, ସେ ହେଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ହୁମାନ ସାଗର । ତେବେ ବନ୍ଧୁଗଣ ଆଜି ଆମେ ଓଲିଉଡ ର ଏହି ପ୍ରସିଦ୍ଧି ଗାୟକ ହୁମାନ ସାଗରଙ୍କ ଘର,ପରିବାର ଓ ତାଙ୍କ ଲାଇଫ ଷ୍ଟାଇଲ ଆଦି କିଛି ଅଜଣା ତଥ୍ୟ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ ।
ଯାହା ଜାଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହେବେ । ତେବେ ଆସନ୍ତୁ ଜାଣିବା ଓଲିଉଡ ଗାୟକ ହୁମାନ ସାଗର ଙ୍କ ଲାଇଫ ଷ୍ଟାଇଲ ସମ୍ବନ୍ଧରେ । ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଗାୟକ ହୁମାନ ସାଗର ୨୫ ନଭେମ୍ବର ୧୯୯୦ ରେ ଟିଟିଲାଗଡ଼ ରେ ଜନ୍ମ ହୋଇଥିଲେ । ବର୍ତ୍ତମାନ ହୁମାନ ସାଗର ନିଜର ୩୦ ବର୍ଷ ବୟସ ପୂର୍ଣ୍ଣ କରି ସାରିଛନ୍ତି ।
ବହୁତ କମ୍ ଲୋକ ଜାଣିଛନ୍ତି ଯେ, ଯେତେବେଳେ ସେ ତୃତୀୟ ଶ୍ରେଣୀ ରେ ପାଠ ପଢୁଥିଲେ ସେତେବେଳେ ସେ ଗୁରୁ ଶ୍ରୀ ଶୁଭ୍ରାଂଶୁ ମିଶ୍ର ଙ୍କ ଠାରୁ ସଂଗୀତ ଶିକ୍ଷା ଗ୍ରହଣ କରୁଥିଲେ । ଏହି ଗାୟକ ଙ୍କ ଘର ବଲାଙ୍ଗୀର ରେ ସ୍ଥିତ ଅଟେ । ଛୋଟବେଳେ ହୁମାନ ସାଗର ଅନେକ ସ୍କୁଲ ପ୍ରୋଗ୍ରାମ ଓ ଷ୍ଟେଜ ସୋ ରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ହୁମାନ ଙ୍କ ଜେଜେବାପା ସମ୍ବଲପୁରୀ ଲୋକ ସଂଗୀତ ରେ ନିର୍ଦ୍ଧେଶନା ଦେଉଥିଲେ ଏବଂ ତାଙ୍କ ବାପା ଜଣେ ଅଲ୍ ଇଣ୍ଡିଆ ରେଡିଓ ର ବି ଗ୍ରେଡ଼ ଗାୟକ ଥିଲେ । ଏହାଛଡା ତାଙ୍କ ମାଆ ମଧ୍ୟ ଜଣେ ଗାୟିକା ଥିଲେ । ବନ୍ଧୁଗଣ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହୁମାନ ସାଗର ଡାକ୍ତରୀ ପାଠ ଛାଡ଼ି ଜଣେ ଗାୟକ ହେବାକୁ ଚାହୁଁଥିଲେ ।
ପ୍ରଥମେ ସେ ଡ଼ାକ୍ତର ହେବା ପାଇଁ ମେଡିକାଲ କଲେଜ ରେ ଯୋଗ ଦେଇଥିଲେ । କିନ୍ତୁ ତାଙ୍କର ସଂଗୀତ ପ୍ରତି ଅଧିକ ରୁଚି ଓ ଆଗ୍ରହ ରହି ଥିବାରୁ ସେ ପ୍ରଥମ ବର୍ଷ ରୁ ହିଁ ଡାକ୍ତରୀ ପାଠପଢ଼ା ଛାଡ଼ି ଦେଇଥିଲେ । ଏହାପରେ ସେ ସଂଗୀତ ମାଧ୍ୟମରେ ନିଜ କ୍ୟାରିଅର ର ଆରମ୍ଭ କରିଥିଲେ । ହୁମାନ ସାଗର ପ୍ରଥମେ ତରଙ୍ଗ ଚ୍ୟାନେଲ ରେ ରିଆଲିଟି ସୋ ଭଏସ ଅଫ ଓଡିଶା ରେ ଭାଗ ନେଇଥିଲେ ଏବଂ ସେହି ସୋ କୁ ଜିତିଥିଲେ ମଧ୍ୟ । ଏହି ସୋ ଜିତିବା ପରେ ଦର୍ଶକ ମାନେ ତାଙ୍କୁ ଜାଣିଥିଲେ ।
ଏହାପରେ ସେ ଅଭିଜିତ ମଜୁମଦାର ଙ୍କ ନିର୍ଦେଶନା ରେ ଇସ୍କ ତୁ ହି ତୁ ଫିଲ୍ମ ରେ ଏକ ଗୀତ ଗାଇଥିଲେ । ସେ ୨୦୧୭ ମସିହାରେ ଓଡ଼ିଆ ଗୀତ ‘ଗଜଲ-ଗଜଲ’ ରେ ଶ୍ରେଷ୍ଠ ଗାୟକ ରୂପରେ ପୁରସ୍କାର ପାଇଥିଲେ । ଏହାଛଡା ସେ ଏକ ହିନ୍ଦୀ ଗୀତ ‘ମେରା ୟେ ଜହାଂ’ ରେ ମଧ୍ୟ ନିଜର କଣ୍ଠଦାନ କରିଥିଲେ ।
ଏହାଛଡା ସେ ଓଡ଼ିଆ ଫିଲ୍ମ ‘ବେବି’, ‘ଅଗସ୍ତ୍ୟ’, ‘ନିଝୁମ ରାତିର ତାରା’, ‘ହାପି ଲକି’ ଭଳି ସୁପରହିଟ ଫିଲ୍ମ ର ଗୀତରେ ନିଜର କଣ୍ଠଦାନ କରିଥିଲେ । ଏହିପରି ଅନେକ ଫିଲ୍ମ ଓ ଆଲବମ୍ ରେ ସେ ନିଜର କଣ୍ଠଦାନ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ସଂଗୀତ ମାଧ୍ୟମରେ ନିଜର କ୍ୟାରିଅର କୁ ବଜାୟ ରଖିଛନ୍ତି ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ