ବାହା ହେଲେ ଓଲିଉଡ ର ଲୋକପ୍ରିୟ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା, ଦେଖନ୍ତୁ ବାହାଘର ର ପ୍ରଥମ ଝଲକ

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ କୁ ସ୍ଵାଗତ । ବନ୍ଧୁଗଣ ଓଲିଉଡ ର ଖୁବ ଚର୍ଚ୍ଚିତ ଯୋଡି ମଧ୍ୟରୁ ଗୋଟିଏ ଯୋଡି ଅଟେ ଅର୍ଚ୍ଚିତା ଓ ସବ୍ୟସାଚୀ ଙ୍କର ଯୋଡି। ଏହି ଯୋଡି କୁ ଓଡିଶାର ଲୋକମାନେ ଖୁବ ସାରା ଭଲ ପାଇବା ଦେଇଛନ୍ତି । ଏମାନେ ଏକା ସହିତ ଅନେକ ଫିଲ୍ମ ମଧ୍ୟ କଇଛନ୍ତି ଯାହା ହିଟ ମଧ୍ୟ ହୋଇଛି । ଏହା ସହିତ ସବୁବେଳେ ସୋସିଆଲ ମିଡିଆରେ ମଧ୍ୟ ଏହି ଦୁଇ ଜଣଙ୍କର ପ୍ରେମ ର ଚର୍ଚ୍ଚା ଖୁବ ହୋଇଥାଏ । ଏମାନଙ୍କୁ ଅନେକ ଥର ଏକାଠି ମଧ୍ୟ ସ୍ପଟ କରା ଯାଇଥାଏ ।

ଅନେକ ସାମାଜିକ କାର୍ଯ୍ୟରେ ମଧ୍ୟ ଦୁହେଁ ଏକା ସହିତ ଯୋଗ ଦେଇଥାନ୍ତି । ଏମିତି କି ଓଡିଶାର ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କର ପ୍ରଥମ ପସନ୍ଦ ଏହି ଯୋଡି ଅଟେ । ତାଙ୍କର ଅଭିନୀତ ସବୁ ଫିଲ୍ମ ମଧ୍ୟ ଲୋକମାନେ ଦେଖିବାକୁ ବହୁତ ଭଲ ପାଇଥାନ୍ତି । କିନ୍ତୁ ସବୁ ଚର୍ଚ୍ଚା ଏବେ ସମାପ୍ତ ହୋଇ ଯାଇଛି କାରଣ ରିଲ ଲାଇଫ ର ଏହି ଯୋଡି ଆଜି ରିଅଲ ଲାଇଫ ରେ ସାତ ଜନମ ର ସାଥି ହୋଇଛନ୍ତି ।

ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ ର ସୁପର ଷ୍ଟାର ସବ୍ୟସାଚୀ ଓ ଓଲିଉଡ ର ଚୂଲବୁଲି ଅଭିନେତ୍ରୀ ଅର୍ଚ୍ଚିତା । ସମସ୍ତ ଷ୍ଟାର ମାନଙ୍କ ତରଫରୁ ଓ ଓଡିଶା ବାସୀ ଙ୍କ ତରଫରୁ ମଧ୍ୟ ଏମାନଙ୍କୁ ଶୁଭେଶ୍ଛା ର ସୁଅ ଛୁଟୁଛି । ତେବେ ଆଜି ରାଜସ୍ଥାନରେ ଏହି 2 ଜଣ ଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇ ସାରିଛି ।

ଉଭୟ ସୋସିଆଲ ମିଡିଆରେ ତାଙ୍କର ଫଟୋ ପୋସ୍ଟ କରିଛନ୍ତି । ସବ୍ୟସାଚୀ ଅର୍ଚ୍ଚିତା ଙ୍କ ଫଟୋ ପୋସ୍ଟ କରିଛନ୍ତି । ଯେଉଁଥିରେ ବୋହୁ ବେଶରେ ସଜେଇ ହୋଇଛନ୍ତି ଅର୍ଚ୍ଚିତା ଓ ଏହା ସହିତ ସବ୍ୟସାଚୀ ଲେଖିଛନ୍ତି ଆଜି ଠାରୁ ତୁମର ସବୁ ସୁଖ ଦୁଃଖ ଭଲ ମନ୍ଦ ମୋର । ଏହା ସହିତ ଅର୍ଚ୍ଚିତ ମଧ୍ୟ ସବ୍ୟସାଚୀ ଙ୍କର ବର ବେଶର ଫଟୋ ଶେୟାର କରିଛନ୍ତି ।

ସେ ମଧ୍ୟ ସେହି ସମାନ କଥା ଲେଖିଛନ୍ତି କି ଆଜି ଠାରୁ ତୁମର ସବୁ ସୁଖ ଦୁଃଖ ଭଲ ମନ୍ଦ ମୋର । ତେବେ ଖବର ଅନୁସାରେ ଦୁଇ ଜଣଙ୍କ ବିବାହ କାର୍ଯ୍ୟ ସରିଛି । ଆମ ୱେବ ପୋର୍ଟାଲ ତରଫରୁ ମଧ୍ୟ ଏହି ଯୋଡି କୁ ଅନେକ ଅନେକ ଶୁଭେଶ୍ଚା ଓ ଶୁଭକାମନା ।

ତେବେ ବନ୍ଧୁଗଣ ଆପଣଙ୍କୁ ଏହି ଦୁଇ ଜଣଙ୍କ ଯୋଡି କିପରି ଲାଗେ ଓ ବାର ବେଶରେ ଓ ବୋହୁ ବେଶରେ ଅର୍ଚ୍ଚିତା ସବ୍ୟସାଚୀ କିପରି ଦେଖା ଯାଉଛନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *