12 ବର୍ଷ ପରେ ଆଜି ବହୁତ ବଦଳି ଯାଇଛନ୍ତି ସିରିଏଲ “ବାଳିକା ବଧୁ’ ର ଛୋଟ ଆନନ୍ଦି ଓ ଜଗ୍ୟା, ଆଜି ଦେଖାଯାନ୍ତି କିଛି ଏମିତି…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କଲର୍ସ ଚ୍ୟାନେଲ ର ଟିଭି ସିରିଆଲ ‘ବାଲିକା ବଧୁ’ ତ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ।ଏହି ସିରିଆଲ ୨୦୦୮ ମସିହାରେ ଟିଭି ରେ ପ୍ରସାରିତ ହୋଇଥିଲା। ଏହି ସିରିଆଲ ର କାହାଣୀ ରାଜସ୍ଥାନ ର ଏକ ଛୋଟ ଗାଁ କୁ ନେଇ ଆଧାରିତ ଥିଲା ଯେଉଁଠାରେ ବାଲ୍ୟ ଅବସ୍ଥାରେ ହିଁ ଛୁଆ ମାନଙ୍କର ବିବାହ କରାଯାଉଥିଲା। ବାଲ୍ୟ କାଳ ରେ ହିଁ ବିବାହ କରି ସେମାନଙ୍କୁ ଘରର ସମସ୍ତ ଦାୟିତ୍ୱ ବହନ କରିବାକୁ ପଡ଼ୁଥିଲା। ଏହି ସିରିଆଲ ରେ ବାଲ୍ୟ ବିବାହ କରା ଯାଇଥିବା ଯୋଡ଼ି ରୂପରେ ଅଭିନୟ କରିଥିବା କଳାକାର ଙ୍କ ଚରିତ୍ର ଥିଲା ‘ଆନନ୍ଦି’ ଏବଂ ‘ଜଗିୟା’।

ଏହି ଦୁଇ କଳାକାର ଙ୍କ ନିରୀହ ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ହୋଇଥିଲା ଏବଂ ଏମାନେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ। ଏହି ସିରିଆଲ କୁ ବନ୍ଦ ହେବାର ପ୍ରାୟ ୫ ବର୍ଷ ହୋଇସାରିଛି। କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଏହି ସିରିଆଲ ରେ ଅଭିନୟ କରିଥିବା ଦୁଇ ବାଲ୍ୟ କଳାକାର ଙ୍କ ବର୍ତ୍ତମାନ ସମ୍ବନ୍ଧରେ ଜଣିଛନ୍ତି? ତେବେ ଆଜି ଆମେ ଆପଣଙ୍କୁ ଏହି ଦୁଇ କଳାକାର ଙ୍କ ବର୍ତ୍ତମାନ ସମୟରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ଟିଭି ସିରିଆଲ ‘ବାଲିକା ବଧୁ’ ରେ ଜଗିୟା ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତା ଙ୍କ ରିଅଲ ନାମ ହେଉଛି ‘ଅବ୍ନିଶ ମୁଖାର୍ଜୀ’। ଏହି ଅଭିନେତା ଙ୍କ ଜନ୍ମ ୧ ଅଗଷ୍ଟ ୧୯୯୭ ମସିହାରେ ଉତ୍ତରପ୍ରଦେଶ ର ନଏଡା ରେ ହୋଇଥିଲା।ଏହି ଅଭିନେତା ମୁମ୍ବାଇ କୁ ଆସିବା ପରେ ନିଜର ପଟପଢ଼ା ‘ରିୟାନ ଇଣ୍ଟରନ୍ୟାସନାଲ ସ୍କୁଲ’ ରେ ପୂର୍ଣ କରିଥିଲେ।

ଯଦି ଏହି ଅଭିନେତା ଙ୍କ କ୍ୟାରିଅର ସମ୍ବନ୍ଧରେ କହିବା ତେବେ ସେ ସିରିଆଲ ‘ବାଲିକା ବଧୁ’ ରେ ଜଗିୟା ନାମକ ଚରିତ୍ର ରେ ଅଭିନୟ କରି ନିଜ କ୍ୟାରିଆର ଆରମ୍ଭ କରିଥିଲେ ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ। ଏହାପରେ ତାଙ୍କୁ ‘ଇତନା କରୋ ନା ମୁଝେ ପ୍ୟାର’ ଏବଂ ‘ପ୍ୟାର ତୁନେ କ୍ୟା କିୟା’ ଭଳି ସିରିଆଲ ରେ ଦେଖିବାକୁ ମିଳିଥିଲା।

ଏହି ଅଭିନେତା ବର୍ତ୍ତମାନ ନିଜର ୨୩ ବର୍ଷ ବୟସ କଂପଲିଟ କରିସାରିଛନ୍ତି। ଏହି ଅଭିନେତା ପୂର୍ବ ଅପେକ୍ଷା ବହୁତ ହ୍ୟାଣ୍ଡସମ ଏବଂ ଡ୍ୟାସିଙ୍ଗ ଦେଖା ଯାଉଛନ୍ତି ଏବଂ ତାଙ୍କୁ ବର୍ତ୍ତମାନ ଟିଭି ସିରିଆଲ ‘ଶକ୍ତି ଅସ୍ତିତ୍ବ କି ଏହାସାସ’ ରେ ‘ସୋହମ’ ନାମକ ଚରିତ୍ର ରେ ଦେଖିବାକୁ ମିଳୁଛି ।

୨. ସିରିଆଲ ‘ବାଲିକା ବଧୁ’ ରେ ଆନନ୍ଦି ନାମକ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କ ରିଅଲ ନାଁ ହେଉଛି, ‘ଅବିକା ଗୌର’। ଏହି ଅଭିନେତ୍ରୀ ଙ୍କ ଜନ୍ମ ୩୦ଜୁନ ୧୯୯୭ ମସିହାରେ ମୁମ୍ବାଇ ରେ ହୋଇଥିଲା। ଏହି ଅଭିନେତ୍ରୀ ‘ରିୟାନ ଇଣ୍ଟରନ୍ୟାସନାଲ ସ୍କୁଲ’ ରେ ନିଜର ପାଠପଢ଼ା ପୂର୍ଣ କରିଥିଲେ।

ଯଦି ଏହି ଅଭିନେତ୍ରୀ ଙ୍କ କ୍ୟାରିଆର ସମ୍ବନ୍ଧରେ କହିବା ତେବେ, ସେ ଟିଭି ସିରିଆଲ ‘ବାଲିକା ବଧୁ’ ରେ ଆନନ୍ଦି ନାମକ ଚରିତ୍ର ରେ ଅଭିନୟ କରି ନିଜ କ୍ୟାରିଆର ର ଆରମ୍ଭ କରିଥିଲେ। ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ ଏବଂ ଅବିକା ଙ୍କୁ ଘରେ ଘରେ ଲୋକ ଆନନ୍ଦି ନାମରେ ଜାଣିଥିଲେ। ଏହାପରେ ଅଭିନେତ୍ରୀ ଅବିକା ଗୌର ଙ୍କୁ ଟିଭି ସିରିଆଲ ‘ସସୁରାଲ ସିମର କା’, ‘ଲାଡୋ’ ଏବଂ ‘ଲାଡୋ ୨’ ଭଳି ସିରିଆଲ ରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା।

ବର୍ତ୍ତମାନ ଏହି ଅଭିନେତ୍ରୀ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ଏବଂ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ନିଜର କାୟା ବିସ୍ତାର କରି ସାରିଛନ୍ତି।ଏହି ଅଭିନେତ୍ରୀ ପୂର୍ବ ଅପେକ୍ଷା ବହୁତ ମାତ୍ରା ରେ ବଦଳି ସାରିଛନ୍ତି ଏବଂ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି।ଏହି ଅଭିନେତ୍ରୀ ପୂର୍ବ ଅପେକ୍ଷା ଷ୍ଟାଇଲିସ ଏବଂ ଗ୍ଲାମରିଅସ ଦେଖା ଯାଉଛନ୍ତି ଏବଂ ନିଜର ୨୩ ବର୍ଷ ବୟସ କଂପଲିଟ କରିସାରିଛନ୍ତି। ବର୍ତ୍ତମାନ ମଧ୍ୟ ସେ ନିଜର ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି।

ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହି ଦୁଇ ଜଣଙ୍କ ଆକଟିଂ ବାଳିକା ବଧୂରେ କିପରି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନୟବାଦ

Leave a Reply

Your email address will not be published. Required fields are marked *