ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ମଣିଷ ଶରୀର ରେ ବିଭିନ୍ନ ଅଙ୍ଗ ରହିଛି ।ସେ ସବୁ ଅଙ୍ଗରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଏ । ଆଜି ଆପଣଙ୍କୁ ପ୍ରାକୃତିକ ଔଷଧ ବିଷୟରେ କିଛି କଥା ଜଣେଇବା । ଆୟୁର୍ବେଦ ବହି ଅଷ୍ଟାଙ୍ଗ ହ୍ରଦୟମ ରେ ଲିଖିତ କିଛି କଥା ଆଜି ଆମେ ଆପଣଂକୁ ଜଣେଇବୁ ଯେମିତି କି ନାଭି ରେ ତେଲ ଲଗାଇବା ଦ୍ବାରା ଏବଂ ନାଭି ରେ ଓଦା ମାଟି ଲଗେଇବା ଦ୍ବାରା କଣ ସବୁ ଉପକାରୀତା ମିଳିଥାଏ ତାହା ମଧ୍ୟ ଜଣାଇବୁ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ନାଭି ରେ ତେଲ ଲଗାଇବା ଦ୍ୱାରା ଆମର କଣ ସବୁ ଉପକାର ହୋଇଥାଏ।
ବନ୍ଧୁଗଣ ଆମ ନାଭି ରେ ଏହି ଓଦା କପଡା ମାଟି ର ଲେପ ଦେବା ଦ୍ବାରା ସମସ୍ତ ପ୍ରକାର ରୋଗ ଠିକ ହୋଇଯାଇଥାଏ । ବନ୍ଧୁଗଣ ଯେତେବେଳେ ଗୋଟେ ଛୁଆ ତା ମା ପେଟ ରେ ଥାଏ ସେତେବେଳେ ତାକୁ ପୋଷଣ କେଉଁଠାରୁ ମିଳିଥାଏ? ଯେତେବେଳେ ଛୁଆ ପେଟ ରେ ଥିବା ବେଳେ ଡାକ୍ତର ଚେକ କରନ୍ତି ସେତେବେଳେ କୁହାଯାଏ କି ଛୁଆ ର ହୃଦୟ ର ଶବ୍ଦ ଶୁଣାଯାଏ ।
କିନ୍ତୁ ଛୁଆ ର ସେତେବେଳେ କିଛି ଏମିତି ନଥାଏ । ଏହା ନାଭି ର ଧକଧକ ଶବ୍ଦ ହୋଇଥାଏ । ଏବଂ ଛୁଆ କୁ ପୋଷଣ ମଧ୍ୟ ଏହିଠାରୁ ହିଁ ମିଳିଥାଏ । ଯେତେବେଳେ ଯୋଗ କରନ୍ତି ଲୋକ ସେତେବେଳେ କୁହାଯାଏ କି ନାଭି ସହ ସମସ୍ତ ଅଙ୍ଗ ଯୋଡ଼ି ହୋଇରହିଥାଏ । ତେବେ ସବୁ ପ୍ରକାର ରୋଗ ଯାହା ବି ଆପଣଙ୍କର ଅଛି ତାକୁ କେବଳ ନାଭି ହିଁ ଠିକ କରିଦେଇପାରିବ ।
ଆପଣଙ୍କର ଯେତେ ପ୍ରକାର ବି ରୋଗ ହେଉଛି ଯେମିତି କି କିଡନୀ , ପେଟ ରୋଗ , ଆଦି କିଛି ବି ତେବେ ତାକୁ ନାଭି ମାଧ୍ୟମରେ ହିଁ ଠିକ କରାଯାଇଥାଏ । ଆପଣ ଯଦି କେଉଁ ଡାକ୍ତର ଖାନା କୁ ଯାଇଛନ୍ତି ଏବଂ ସେହିଠାରେ ପ୍ରାକୃତିକ ରୂପରେ ଆପଣଙ୍କର ଚିକିତ୍ସା କରାଯାଏ ତେବେ ଦେଖିବେ ପ୍ରଥମେ ସେ ଗୋଟେ ସଫା କପଡା କୁ ଗୋଲ କରି ଆପଣଙ୍କର ପେଟ ଉପରେ ରଖିବେ ଏବଂ ତାପରେ ସେ ଓଦା କପଡ଼ା ମଝିରେ ଓଦା ମାଟି କୁ ଦେଇଥାନ୍ତି । ଏହାଦ୍ବାରା ଆପଣଙ୍କର ସବୁ ରୋଗ ଭଲ ହେଇଯାଇଥାଏ । କାରଣ ଆପଣ ଜାଣିଛନ୍ତି ଆମ ଶରୀର ପାଞ୍ଚ ତତ୍ବ ନେଇ ଗଠିତ ତା ଭିତରେ ଦୁଇଟି ହେଲା ପାଣି ଏବଂ ମାଟି ।
ତେବେ ଆପଣଙ୍କର ଏହି ଚିକିତ୍ସା ରେ ପ୍ରାୟ ତ ମାଟି ଆଉ ପାଣି ମିଶି ୯୦ % ହୋଇଗଲା । କାରଣ ଆପଣ ଜାଣିଛନ୍ତି ଆମ ଶରୀର ଅଧିକାଂଶ ଭାବେ ପାଣି ରେ ଗଠିତ ବୋଲି । ଯେତେବେଳେ ମାଟି ଆଉ ପାଣି ଦୁଇଟା ବ୍ୟବହାର ହୋଇଛି ତେବେ ଆପଣଙ୍କର ଶରୀର ତ ନିଶ୍ଚିତ ଭାବରେ ଭଲହେବା ସ୍ୱାଭାବିକ କଥା । ଏହି ସବୁ ଚିକିତ୍ସା କରିବା ସହ ଆପଣ ସବୁଦିନ ଟିକେ ଟିକେ ଚାଲନ୍ତୁ ଏହା ଛଡା ଆପଣ ଟିକେ ବାହାର ଖାଦ୍ୟ ଛାଡ଼ି ଘର ଖାଦ୍ୟ ଏବଂ ସବୁ ପ୍ରକାର ଫଳ , ଫଳ ରସ ପିଅନ୍ତୁ ।
ଏବେ ଜାଣନ୍ତୁ ନାଭି ରେ ସୋରିଶ ତେଲ କିମ୍ବା ନଡ଼ିଆ ତେଲ , ବାଦାମ ତେଲ ଆଦି ଲଗାଇବା ଦ୍ୱାରା କଣ ଲାଭ ହୋଇଥାଏ । ଯଦି ଆପଣ ସୋରିଶ ତେଲ କୁ ନାଭିରେ ଲଗାଉଛନ୍ତି ତେବେ ତାହା ଆପଣଙ୍କର ଥଣ୍ଡା ଜାତୀୟ ରୋଗ , ଓଠ ଫାଟିବା , ଆଦି ସମସ୍ତ ପ୍ରକାର ଶୀତ ଦିନ ର ଅସୁବିଧା ଦୂର ହୋଇଯାଇଥାଏ । ଯଦି ନଡ଼ିଆ ତେଲ ଲଗାଉଛନ୍ତି ତେବେ ତାହା ଗରମ ଦିନ ରେ ଖୁବ ଭଲ ହୋଇଥାଏ ବ୍ରଣ ଆଦି ଅସୁବିଧା ସବୁ ଏହା ଦୂର କରିଥାଏ ।
ଆପଣ ବାଦାମ ତେଲ ମଧ୍ୟ ବ୍ୟବହାର କରିପାରିବେ ଯାହା ଆପଣଙ୍କର ସବୁ ପ୍ରକାର ଚୁଟି ସମସ୍ୟା ଦୂର କରିଥାଏ ।ତେବେ ବନ୍ଧୁଗଣ ଆଶା କରୁଛୁ ଏହା ଆପଣଂକର ଯଦି ଏହି ପରି କିଛି ସମସ୍ୟା ଅଛି ତେବେ ଆପଣ ଏହି ଉପାୟ ରେ ସମାଧାନ କରିପାରିବେ।
ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ