ଏମାନେ ହେଲେ Salman Khan ଙ୍କ ସୁପରହିଟ ‘ଫିଲ୍ମ ହମ ଆପକେ ହେଁ କନ’ ରୁ ଫେମସ ହୋଇଥିବା କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନର, ଆପଣ ବି ଦେଖନ୍ତୁ

ବନ୍ଧୁଗଣ ଆପଣମାନେ 1994 ର ଫିଲ୍ମ ହମ ଆପକେ ହେଁ କନ ତ ନିଶୟ ଦେଖିଥିବେ । ଯାହା ସେହି ସମୟର ଲୋକପ୍ରିୟ ଫିଲ୍ମ ମନାଯାଏ । ଏହି ଫିଲ୍ମ ଟି ସେହି ସମୟରେ ସୁପର ହିଟ ହୋଇଥିଲା । ଏହି ଫିଲ୍ମ ରେ ସଲମାନ ଖାନ ଓ ମାଧୁରୀ ଦୀକ୍ଷିତ ମୁଖ୍ୟ ଭୂମିକାରେ ଥିଲେ । ଯାହାଙ୍କ ଜବରଦସ୍ତ କେମେଷ୍ଟ୍ରି କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମ ର ବାକି କଳାକାର ମାନେ ମଧ୍ୟ ବହୁତ ଭଲ ଆକଟିଂ କରିଥିଲେ ଓ ନିଜ ଭୂମିକା ପାଇଁ ଫେମସ ହୋଇଥିଲେ ।

କିନ୍ତୁ ଆପଣ ତ ଏମାନଙ୍କ ବିଷୟରେ ସବୁ ଜାଣିଛନ୍ତି କିନ୍ତୁ କଣ ଆପଣ ତାଙ୍କର ରିଅଲ ଲାଇଫ ପାର୍ଟନରଙ୍କ ବିଷୟରେ ଜାଣିଛନ୍ତି । ଯିଏ ନିଜ ନିଜ ଫିଲ୍ଡ ରେ ବି ସଫଳ ଅଟନ୍ତି । ଆଜି ଆମେ ଆପଣଙ୍କୁ ହମ ଆପକେ ହେଁ କନ ର ଫିଲ୍ମ ର କଳାକାରମାନଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ବିଷୟରେ କହିବୁ ଯାହାଙ୍କ ବିଷୟରେ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହେବେ ।

୫. ଅନୁପମ ଖେର

ଫିଲ୍ମ ରେ ପ୍ରଫେସର ଚୌଧୁରୀ ଚରିତ୍ରରେ ନଜର ଆସିଥିବା ଅଭିନେତା ଅନୁପମ ଖେର ନିଜେ ନିଶା ଓ ପୂଜାଙ୍କର ପିତା ହୋଇଥିଲେ । ଯାହାକୁ ସେ ବହୁତ ଭଲ ଭାବେ କରିଥିଲେ ଓ ଏହି ଅଭିନୟ ଜରିଆରେ ସେ ଫେମସ ବି ହେଲେ । କିନ୍ତୁ ଯଦି କଥା ହେବା ତାଙ୍କ ପତ୍ନୀ ଙ୍କ ବିଷୟରେ ତ ତାଙ୍କ ପତ୍ନୀ ଙ୍କ ନାମ କିରଣ ଖେର ଅଟେ । ଯାହାଙ୍କ ସହିତ ସେ ୧୯୮୫ ରେ ବିବାହ କରିଥିଲେ । ଆଜି ତାଙ୍କର ଏକ ପୁଅ ମଧ୍ୟ ଅଛନ୍ତି ଯାହାଙ୍କ ନାମ ସିକନ୍ଦର ଖେର ଅଟେ ।

୪. ସାହିଲ ଚଡ୍ଡା

ଏହି ଫିଲ୍ମ ରେ ସାହିଲ ଚଡ୍ଡା ରୀତା ର ଚରିତ୍ର କରିଥିଲେ ଯିଏ ସବୁବେଳେ ପ୍ରେମ ଙ୍କ ପଛରେ ପଡିଥାଏ ଯାହା ଦ୍ଵାରା ସେ ତାଙ୍କୁ ବାହା ହେଇ ପାରିବ । ଏହା ସହିତ ଦିଦି ତେରା ଦେବର ଦିବାନା ରେ ଯେଉଁ ଅଭିନୟ କରିଥିଲେ ତାହାକୁ ଲୋକମାନେ ଆଜି ବି ଖୁବ ପସନ୍ଦ କରନ୍ତି । ଯଦି କଥା ହେବା ତାଙ୍କ ସ୍ବାମୀଙ୍କ ବିଷୟରେ ତେବେ ତାଙ୍କ ନାମ ନିମାଇ ବାଲି ଅଟେ । ଆଜି ତାଙ୍କର ଏକ ୮ ବର୍ଷର ଝିଅ ବି ଅଛି । ଯାହାର ନାମ ପ୍ରିନସେସ ଅଟେ । ନିମାଇ ବାଲି ଛୋଟ ପରଦାର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି ।

୩. ମନୀଷ ବେହଲ

ଏହି ଫିଲ୍ମ ରେ ପ୍ରେମ ର ବଡ ଭାଇ ରାଜେଶ ର ଚରିତ୍ର ମନିଷ ବେହଲ କରିଥିଲେ । ଏହି ଫିଲ୍ମ ରେ ସେ ଏକ ଭଲ ଭାଇ ଓ ଭଲ ସ୍ଵାମୀ ର ଚରିତ୍ର ବହୁତ ଭଲ ଭାବେ କରିଥିଲେ । ଯଦି ଆମେ କଥା ହେବା ତାଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ବିଷୟରେ ତ ତେବେ ତାଙ୍କ ପତ୍ନୀ ଙ୍କ ନାମ ଏକତା ସୋନି ଅଟେ ଯାହାଙ୍କ ସହିତ ସେ ୧୯୯୨ ରେ ବିବାହ କରିଥିଲେ । ଆଜି ତାଙ୍କର ଦୁଇଟି ଝିଅ ଅଛନ୍ତି । ତାଙ୍କ ପତ୍ନୀ ମଧ୍ୟ ଜଣେ ଫେମସ ହିରୋଇନ ରହି ସାରିଛନ୍ତି ।

୨. ମାଧୁରୀ ଦୀକ୍ଷିତ

ରାଜେଶ ଙ୍କ ଶାଳି ଓ ପ୍ରେମ ଙ୍କ ପ୍ରେମିକା ନିଶା ର ଚରିତ୍ର କରିଥିଲେ ମାଧୁରୀ ଦୀକ୍ଷିତ । ଯିଏ ସ୍ଵଭାବରେ ବହୁତ ନଟଖଟ ଅଟନ୍ତି ଓ ନିଜର ଏହି ନଟଖଟ ଅନ୍ଦାଜ ରେ ଘରେ ସବୁବେଳେ ଖୁସିର ମାହୋଲ ରଖିଥାନ୍ତି । ଏହି ଚରିତ୍ର କୁ ସେ ବହୁତ ଭଲ ଭାବେ କରିଥିଲେ । କିନ୍ତୁ ଯଦି କଥା ହେବା ତାଙ୍କ ସ୍ବାମୀଙ୍କ ବିଷୟରେ ତ ତାଙ୍କ ସ୍ବାମୀଙ୍କ ନାମ ଶ୍ରୀ ରାମ ନେନେ ଅଟେ । ଯାହାଙ୍କ ସହିତ ସେ ୧୯୯୯ ରେ ବିବାହ କରିଥିଲେ । ଆଜି ତାଙ୍କର ଦୁଇଟି ପୁଅ ଅଛନ୍ତି । ଆପଣଙ୍କୁ କହି ଦେଉଛୁ କି ତାଙ୍କ ସ୍ଵାମୀ ଆମେରିକା ରେ ଜଣେ ଫେମସ ହାର୍ଟ ସର୍ଜନ ଅଟନ୍ତି ।

୧. ରେଣୁକା ସାହାଣେ

ଏହି ଫିଲ୍ମ ରେ ପୂଜା ଚୌଧୁରୀ ର ଚରିତ୍ର ରେଣୁକା ସାହାଣେ କରିଥିଲେ । ଯିଏ ରାଜେଶ ଙ୍କ ପତ୍ନୀ ଅଟନ୍ତି ଓ ସିଡିରୁ ଖସି ଯିବା କାରଣରୁ ତାଙ୍କର ଜୀବନ ଚାଲିଯାଏ । ଏହି ଚରିତ୍ରକୁ ସେ ବହୁତ ସୁନ୍ଦର ଭାବେ କରିଥିଲେ ଓ ସମସ୍ତଙ୍କ ଫେବ୍ରେଟ ହୋଇଗଲେ । କିନ୍ତୁ ଯଦି କଥା ହେବା ତାଙ୍କ ସ୍ବାମୀଙ୍କ ବିଷୟରେ ତ ତାଙ୍କ ସ୍ବାମୀଙ୍କ ନାମ ଆଶୁତୋଷ ରାଣା ଅଟେ । ଯାହାଙ୍କ ସହିତ ସେ ୨୦୦୧ ରେ ବିବାହ କରିଥିଲେ । ଆଜି ତାଙ୍କର ୨ ଟି ପୁଅ ଅଛନ୍ତି । ଆପଣଙ୍କୁ କହି ଦେଉଛୁ କି ତାଙ୍କ ସ୍ଵାମୀ ଆଶୁତୋଷ ରାଣା ମଧ୍ୟ ଜଣେ ଫେମସ ଅଭିନେତା ଅଟନ୍ତି । ଯିଏ ହିନ୍ଦୀ ଫିଲ୍ମ ସହିତ ମରାଠୀ, ତେଲୁଗୁ, କାନ୍ନଡା ଓ ତାମିଲ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି ।

ତେବେ ବନ୍ଧୁଗଣ ଆପଣଙ୍କୁ ଏମାନଙ୍କ ମଧ୍ୟରୁ କାହା ଯୋଡି ସବୁଠୁ ଭଲ ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *