ସମସ୍ତଙ୍କୁ ଲୁଚେଇ ଗୁପ୍ତ ରୂପେ ମା’ ହେଇଗଲେ TV ର ଏହି 4 ଜଣ ଫେମସ Actress

ସବୁ ନାରୀ ମାନଙ୍କ ପାଇଁ ମା ହେବା ଏକ ବହୁତ ବଡ ସୌଭାଗ୍ୟର କଥା ହୋଇଥାଏ । ଦୁନିଆର ସମସ୍ତ ନାରୀ ନିଜ ଜୀବନରେ ବହୁତ ସଂଘର୍ଷ ଓ କଷ୍ଟ କରିଥାନ୍ତି । ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନର ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଏହି ହିନ୍ଦୀ ଟେଲିଭିଜନରେ ଅଭିନୟ କରୁଥିବା କେତେକ ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ, ଯେଉଁମାନେ ମା ହେଲା ପରେ ମଧ୍ୟ ଏହି ସତ କଥାକୁ ନିଜ ଫ୍ୟାନ୍ସ ଏବଂ ନିଜ କୋ ଷ୍ଟାରଙ୍କ ସାମ୍ନାରେ ଲୁଚାଇ ରଖିଥିଲେ, ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ପରିଧି ଶର୍ମା

ପରିଧି ଶର୍ମା ନିଜ କ୍ୟାରିୟରର ଆରମ୍ଭ ୨୦୧୦ରେ କରିଥିଲେ । ହେଲେ ତାଙ୍କର ଲୋକପ୍ରିୟତା ବଢିଥିଲା Zee TVର ପପୁଲାର ଷୋ ‘ଯୋଦ୍ଧା ଆକବର’ରେ । ଏହି ସିରିଏଲରେ ପରିଧିଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ସୋ ରେ ପରିଧି ଯୋଦ୍ଧାବାଇଙ୍କ ଭୂମିକା କରିଥିଲେ । ଏହା ସହିତ ପରିଧି ବହୁତ ଗୁଡିଏ ସୋ ରେ ନଜର ଆସିଛନ୍ତି । ୨୦୦୯ ରେ ପରିଧି ବିଜନେସ ମ୍ୟାନ ତନ୍ମୟ ସକସେନାଙ୍କ ସହ ବିବାହ କରିଥିଲେ ।

ଏହି ଦୁଇଜଣ ପ୍ରଥମେ ନିଜ କଲେଜ ଲାଇଫରେ ପରସ୍ପରକୁ ସାକ୍ଷାତ କରିଥିଲେ । ଏହା ପରେ ଏହି ଦୁଇଜଣଙ୍କୁ ପ୍ରେମ ହୋଇଥିଲା ଯାହା ଫଳରେ ଏମାନେ ବିବାହ କରିଥିଲେ । ୨୦୧୬ ରେ ସେମାନଙ୍କର ଏକ ପୁଅ ଜନ୍ମ ହୋଇଥିଲା । ହେଲେ ପରିଧି ଏହା ବିଷୟରେ ସମସ୍ତଙ୍କୁ ଲୁଚାଇ ରଖିଥିଲେ । ଏହି କଥା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପରିଧି ନିଜ ପୁଅର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ମେହେକା କବାଇ

ଟେଲିଭିଜ ଦୁନିଆର ବହୁତ ଫେମସ ଅଭିନେତ୍ରୀ ହେଉଛନ୍ତି ମେହେକା । ଷ୍ଟାରପ୍ଲସର ଫେମସ ସୋ ‘ୟେ ହେ ମହୋବତେ’ ସିରିଏଲରେ ଅଭିନୟ କରିଥିଲେ । ହେଲେ ବର୍ତ୍ତମାନ ମେହେକା ଟିଭି ଇଣ୍ଡଷ୍ଟ୍ରିକୁ ତ୍ୟାଗ କରିସାରିଛନ୍ତି । କାରଣ ସେ ଆମେରିକାର ବେଷ୍ଟ ବିଜନେସ ମ୍ୟାନ ଆନନ୍ଦ କପାଇଙ୍କ ସହ ବିବାହ କରିଛନ୍ତି । ବିବାହ ପରେ ମେହେକା ଗର୍ଭବତୀ ହୋଇଥିଲେ । ହେଲେ ଏହା ବିଷୟରେ ବହୁତ ଦିନ ପରେ ଜଣା ପଡିଥିଲା । ମେହେକା ନିଜ ସୋସିଆଲ ମିଡିଆରେ ମଧ୍ୟ ଏହାର ଖୁଲାସା କରି ନଥିଲେ ।

ସୋମ୍ୟା ସେଟ


୨୦୧୮ରେ ଏହି ଅଭିନେତ୍ରୀ ଜଣକ ଅଭିନେତା ଅରୁନ କପୁରଙ୍କ ସହ ବିବାହ କରିଥିଲେ । ବିବାହର କିଛି ସମୟ ପରେ ସେ ନିଜ ଛୁଆର ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

ଗୁଲ ପନାଙ୍ଗ

ଅଭିନେତା ଗୁଲ ପନାଙ୍ଗ ମଧ୍ୟ ନିଜ ପ୍ରେଗନେନ୍ସି ବିଷୟରେ ସମସ୍ତଙ୍କୁ ୯ ମାସ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ । ପିଲା ଜନ୍ମ ହେବାର ୬ ମାସ ପରେ ମଧ୍ୟ କେହି ଏହା ବିଷୟରେ ଜାଣି ନଥିଲେ । ଗୁଲ ପନାଙ୍ଗ ନିଜ ବୟଫ୍ରେଣ୍ଡ ରିଷି ଅଟାରିଙ୍କ ସହ ୨୦୧୧ରେ ବିବାହ କରିଥିଲେ ।

ଟିଭି ଦୁନିଆର ସମସ୍ତ ଚଟପଟା ଖବର ପଢିବା ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *