କେବଳ ଏହାର ୧ ଟି ପତ୍ର ଦ୍ଵାରା ଦୂର ହେବ ଅନେକ ସମସ୍ୟା, ସବୁ ଦିନ ପାଇଁ ରହିବେ ଯବାନ

ବର୍ତ୍ତମାନର ଦୁନିଆରେ ସବୁ ମଣିଷ ନିଜ ନିଜ କର୍ମକ୍ଷେତ୍ରରେ ବ୍ୟସ୍ତ ରହୁଛନ୍ତି ଯାହାଦ୍ୱାରା ସେମାନେ ନିଜ ଶରୀରର ଧ୍ୟାନ ଠିକ ଭାବରେ ରଖିପାରୁ ନାହାନ୍ତି । କେତେକ ଲୋକଙ୍କର ବହୁତ କମ ବୟସରେ ଚୁଟି ଝଡିବା ଓ ଚୁଟି ଧଳା ହୋଇଯିବାର ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟା ପାଇଁ ଲୋକମାନେ ବହୁତ ଚିନ୍ତା କରନ୍ତି, ଯାହା ଫଳରେ ମାର୍କେଟରୁ ସେମାନେ ବିଭିନ୍ନ ପ୍ରକାରର କସମେଟିକ୍ସର ବ୍ୟବହାର କରିଥାନ୍ତି । ହେଲେ ଏହା ଦ୍ଵାରା ସେମାନଙ୍କ କେଶ ଅଧିକ ଖରାପ ହୋଇଥାଏ, କାରଣ ଏହି କସମେଟିକ୍ସରେ କେମିକାଲ ମିଶି ଥାଏ ।

ବନ୍ଧୁଗଣ ତେଣୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପାୟ ବିଷୟରେ କହିବୁ ଯାହାକୁ ବ୍ୟବହାର କରିଲେ ଆପଣଙ୍କ କେଶ ମଝବୁତ ହେବା ସହ ଆପଣଙ୍କ ଚେହେରା ସୁନ୍ଦର ହେବ। ଏହା ସହିତ ଏହି ଉପାୟ ଦ୍ଵାରା ଆପଣ ନିଜ ଚେହେରାରେ ଥିବା ବ୍ରଣ ଓ ଦାଗ ଆଦିର ସମସ୍ୟାକୁ ମଧ୍ୟ ଦୂର କରିପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଘରୋଇ ଉପାୟ ବିଷୟରେ ।

ଆପଣ ମାନଙ୍କ ଘର ପାଖରେ ନିଶ୍ଚୟ ସଦାବିହାରି ର ଗଛ ଥିବ । ଏହାର ଫୁଲ ଗୋଲାପି ଓ ଧଳା ରଙ୍ଗର ହୋଇଥାଏ । ଯଦି ଆପଣ ନିଜ କେଶକୁ ମଝବୁତ କରିବା ପାଇଁ ଚାହୁଞ୍ଚନ୍ତି ତା ହେଲେ ଆପଣ ଏହି ଗଛ ଓ ଫୁଲକୁ ନିଅନ୍ତୁ ଓ ଏହାକୁ ଭଲ ଭାବରେ ପେଶି ଦିଅନ୍ତୁ । ଭଲ ଭାବରେ ପେଶିବା ପରେ ଆପଣ ଏହା ମଧ୍ୟରେ ଥିବା ରସକୁ ଛାଣି ଅଲଗା କରିଦିଅନ୍ତୁ । ଏହି ରସ ଆପଣଙ୍କ କେସ ପାଇଁ ଅମୃତ ପରି କାମ କରିବ ।

ଏହି ରସକୁ ଆପଣ ଏକ କାଚ ଜାରରେ ରଖିଦିଅନ୍ତୁ । ସବୁଦିନ ଆପଣ ଏହି ରସକୁ ନିଜ କେସର ଜଡରେ ଲଗାନ୍ତୁ । ଲଗାଇବା ସମୟରେ କେସକୁ ଭଲ ଭାବରେ ମାଲିସ କରନ୍ତୁ । ଏହି ରସକୁ ନିୟମିତ ଲଗାଇବା ଦ୍ଵାରା ଆପଣଙ୍କ କେସର ଝଡିବା ଏକ ସପ୍ତାହ ମଧ୍ୟରେ ବନ୍ଦ ହୋଇଯିବ । ଯଦି ଆପଣ ଚନ୍ଦା ଅଛନ୍ତି ତାହାଲେ ଆପଣ ଏହି ରସକୁ କମ ସେ କମ ଏକ ମାସ ପର୍ଯ୍ୟନ୍ତ ନିଜ ମୁଣ୍ଡରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ଚନ୍ଦାପଣ ମଧ୍ୟ କମିବାକୁ ଲାଗିବ । ଏହା ସହିତ ଆପଣଙ୍କ ଧଳା କେସ ମଧ୍ୟ କଳା ହୋଇଯିବ ।


ସଦାବିହାରି ର ଗଛ ହେଉଛି ଏକ ଆୟୁର୍ବେଦିକ ଔଷଧ । ବହୁତ ଲୋକମାନଙ୍କର ଚେହେରା ସମ୍ବନ୍ଧିତ ବ୍ରଣ ଓ ଦାଗ ଆଦିର ସମସ୍ୟା ଦେଖାଦେଇଥାଏ । ଏହି ସମସ୍ଯା ପାଇଁ ଆପଣ ସଦାବିହାରି ର ଗଛ ଓ ଫୁଲର ପେଷ୍ଟ ନେଇ ନିଜ ମୁହଁରେ ଫେସ ପ୍ୟାକ କରି ଲଗାନ୍ତୁ, ସପ୍ତାହକୁ ଦୁଇ ଥର ଏହି ଫେସ ମାସ୍କ ଲଗାନ୍ତୁ । ଏହାକୁ ଲଗାଇବା ଦ୍ଵାରା ଏକ ମାସ ମଧ୍ୟରେ ଆପଣଙ୍କ ମୁହଁରେ ଥିବା ବ୍ରଣ ଓ ଦାଗ ଆଦିର ସମସ୍ଯା ଦୂର ହୋଇଯିବ । ବନ୍ଧୁଗଣ ଆପଣ ମାନେ ଏହି ଉପାୟକୁ ବ୍ୟବହାର କରି ଦେଖନ୍ତୁ ନିଶ୍ଚୟ ଆପଣଙ୍କୁ ଏହାର ଫରକ ଜଣା ପଡିବ ।

ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଆମର ଏହି ଟିପ୍ସ ଆପଣାଇ ଦେଖନ୍ତୁ, ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେଆର କରି ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *