‘ପୁଅର ଅଭିନୟ ଦେଖି କାନ୍ଦି ପକେଇଲି, ପୁଲିସ୍‌ରେ ଚାକିରି କରିଥିଲା, 5 ବର୍ଷ ପରେ ଚାକିରି ଛାଡି ଅଭିନୟ କଲା, ଏବେ ସେ…’ Piyush ଙ୍କ ବାପା

ଦର୍ଶକ ବନ୍ଧୁ, ଆପଣ ମାନେ ସମସ୍ତେ ଜାଣିଥିବେ ଖଣ୍ଡଗିରୀ ରେ କୁମ୍ଭ ମେଳା ଅନୁଷ୍ଠିତ ହେଉଛି । ଯାହାକୁ ଦେଖିବାକୁ ପ୍ରତି ଦିନ ହଜାର ହଜାର ଲୋକଙ୍କର ଭିଡ ଜାମୁଛି । ଆଉ ସେଠାରେ ପଡିଛି ନାଟକ ଅଧ ରାତିର ସାଥି ଯେଉଁଥି ରେ ଅଭିନେତା ପୀୟୂଷ ତ୍ରିପାଠୀ ଅଭିନୟ କରୁଛନ୍ତି । ଆଉ ପୀୟୂଷ ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ତାଙ୍କର ଏକ ସିନ ରେ ଦର୍ଶକ ମାନେ ରାଗି ଯାଇ ଚେୟାର ଫିଙ୍ଗି ଛନ୍ତି ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଘଟଣାକୁ ନେଇ ପୀୟୂଷ ଙ୍କ ବାପା ଗଣମାଧ୍ୟମରେ ନିଜର ବୟାନ ଦେଇଛନ୍ତି । ପୀୟୂଷ ଙ୍କ ବାପା କହିଛନ୍ତି ଯେ “ମୁଁ ତ ପୋଲିସ ଡିପାର୍ଟ ମେଣ୍ଟରେ 40 ବର୍ଷ ଚାକିରି କରି ଋଟାର୍ଡ କରିଲି । ସେ ଚାକିରି 5 ବର୍ଷ କରି କି ଚୁପ ସେ କେମିତି ଖସି ଯାଇଛି ମୋତେ ଜଣାଇ ନାହି । ଏବେ ମୋ ପାଖକୁ ନୋଟିସ ଆସିଲା ପିଲା ଫେରୁ ନାହି ସେତେବେଳେ ମୁଁ ତାକୁ ପଚାରିଲି ।

ସେତେବେଳକୁ ସେ ଯାତ୍ରା କୁ ପଶି ଗଲାଣି । ଆଉ ସିନେମା ଆଉ ଯାତ୍ରା ଜାଗାରେ ଯାଇ ସାରିଥିଲା । ପିଲା ଦିନୁ କୁଳ ଆଉ କଲଜେରେ ପଢିବା ବେଳେ କାର୍ଯ୍ୟ କ୍ରମରେ ସେ ରୋଲ କରେ । ଲୋକଙ୍କର ଆଗ୍ରହ ଥିଲା ଆଉ ତାର ବି ଆଗ୍ରହ ଥିଲା । ମୁଁ ଖଣ୍ଡଗିରୀ କୁମ୍ଭ ମେଳା କୁ ଯାଇଥିଲି ।

ସେଦିନର ସିନ ଟା ଯିଏ ଲେଖିଛି ସେ ବହି ସେ ବର୍ତ୍ତମାନର ଦୁନିଆକୁ ଦେଖିକି ଲେଖୁଛି । ଏଟା ତ ଘରେ ଘରେ ପ୍ରାୟ ଘଟୁଛି । ସେଟା କୁ ସେ ଏତେ ବିରଳ ଭାବରେ ଆଉ ସୁନ୍ଦର ଭାବେ ପ୍ରଦର୍ଶନ କରିଛି ଅବଶ୍ୟ ଭଲ ଦେଖାଇଲା କିଛି ଅସୁବିଧା ଅନାହି । ସେଟା ଅଭିନୟ ନା ରିୟଲ ନୁହେଁ । ପ୍ରକୃତ ରେ ଦୁନିଆରେ ଘଟୁଥିବା ଘଟଣାକୁ ସେ ନିଜେ ଅନୁଭବ କରି ଯାତ୍ରା ମଞ୍ଚ ଉପରେ ଦେଖାଇଲା ।

ଏଟା ଲୋକଙ୍କୁ ଦେଖାଇ ପାରିଲା ମୋ ପୁଅ ଯାହାକୁ ଦେଖି ଲୋକେ ଉତ୍ୟକ୍ତ ହୋଇ ବୋତଲ ଚେୟାର ପିଙ୍ଗିଲେ । ପ୍ରକୃତରେ ଲୋକଙ୍କୁ ସେତିକି ହିଟ କରିଛି ଏହି ସିନ ଟା । ମୁଁ ତା ପର ଦିନ ଯାଇଥିଲି ଆଉ ମୋ ପୁଅର ଅଭିନୟ ଦେଖି କାନ୍ଦି ପକାଇଲି । ମୋ ପାଖରେ ଯେଉଁ ମାନେ ବସିଥିଲେ ସେମାନେ ବି କାନ୍ଦୁ ଥିଲେ । ପୂର୍ବରୁ ମୋର ସହମତି ନ ଥିଲା କିନ୍ତୁ ଯେବେ ଦେଖିଲି ଯାତ୍ରା ରେ ସେ ପଶି ଗଲାଣି ମୁଁ ଆଉ କିଛି କହିଲି ନାହି” ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *