ବନ୍ଧୁଗଣ, ଆପଣ ମାନେ ମୀରା ମା’ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ସେ ବର୍ତ୍ତମାନ ଘରେ ଘରେ ପରିଚିତ ଅଛନ୍ତି । ସୂଚନା ଅନୁଯାୟୀ ଅଭିନେତ୍ରୀ ଉଷସୀ ମିଶ୍ର ସିନେମା ଆସୁଛି “ଟି”, ଯେଉଁଥିରେ ସେ ଏକ ଚରିତ୍ର ପ୍ଲେ କରିଛନ୍ତି ମୀରା ମା’ ଙ୍କର । ତେବେ ଏହି ଫିଲ୍ମ କୁ ନେଇ ଉଷସୀ କହିଛନ୍ତି ଯେ ମୀରା ଙ୍କୁ ସେ ବହୁତ ବର୍ଷ ହେବ ଜାଣିଥିଲେ । ମୀରା ଙ୍କ ବ୍ୟବହାର, କଥା କହିବା ଶୈଳୀ, ଭାବଢଙ୍ଗୀ କୁ ଟିକିଏ ଫଲୋ କରିବାକୁ ପଡିଥିଲା । ମୀରା ଙ୍କ ଚରିତ୍ର କୁ ନେଇ ଫିଲ୍ମ ର ଅଫର ଆସିଥିଲା ଏବଂ ଉଷସୀ ରାଜି ହୋଇଥିଲେ ବିବାହ ନିମନ୍ତେ ।
କିନ୍ତୁ ଏହି ଚରିତ୍ର କୁ ଯଦି ମୀରା ନିଜେ କରିଥାନ୍ତେ ତେବେ ଲୋକେ ବେସୀ ଏହାକୁ ଫିଲ କରିଥାନ୍ତେ । ଉଷସୀ କହିଥିଲେ ଯେ ସେ ଖୁସି ଅଛନ୍ତି ମୀରା ମା’ ଙ୍କର ଚରିତ୍ର କରି । ତେବେ ଦମନ ଏବଂ ପ୍ରତୀକ୍ଷା ଯେଉଁଭଳି ନିଜର ସ୍ଥାନ ବନାଇଛନ୍ତି, ସେହିଭଳି “ଟି” କଣ ନିଜର ଜାଗା ବନାଇ ପାରିବ ଲୋକଙ୍କ ମନରେ ? ଉଷସୀ ଏହି ସମ୍ବନ୍ଧରେ କହିଛନ୍ତି ଯେ “ଦମନ” ଆଉ “ପ୍ରତୀକ୍ଷା” ଉଭୟ ନିଜ ନାମ କମାଇ ସାରିଲେଣି ।
ତେବେ “ଟି” ଏକ ଟ୍ରାନ୍ସଜେଣ୍ଡର ଚଳଚିତ୍ର ଅଟେ । ଏଣୁ ଦମନ ସଂପୂର୍ଣ୍ଣ ଭାବରେ ଅଲଗା ଅଟେ । ଦମନ ତାହା ଜାଗାରେ ଅଛି ଏବଂ ପ୍ରତୀକ୍ଷା ତାହା ଜାଗାରେ ଅଛି, ପ୍ରସ୍ଥାନମ ତାହା ଜାଗାରେ ଅଛି କିନ୍ତୁ “ଟି” ତାହା ଜାଗାରେ ଅଛି । କିନ୍ନର ମାନଙ୍କୁ ନାନା ପ୍ରକାରର ଆଖ୍ୟା ଦେଇ ଚିଡା ଯାଇଥାଏ ।
ଅଭିନେତ୍ରୀ ହିସାବରେ ଉଷସୀ କହିଛନ୍ତି ଯେ ଏହା କିଭଳି ଭାବରେ କଷ୍ଟଦାୟକ, ଗୋଟିଏ ଛୁଆ ଜନ୍ମ ହୋଇ ସେ ନିଜକୁ ନା ପୁରୁଷ ବର୍ଗ ରେ ଦେଖି ପାରୁଛି ନା ନିଜକୁ ନାରୀ ବର୍ଗ ରେ ଦେଖି ପାରୁଛି, କେତେ କନଫ୍ୟୁସ ସେ ନିଶ୍ଚିତ ଭାବରେ ହେଇଥିବ । ଏହା ସହିତ ପରିବାର ଲୋକେ ପରିବାରର ତଡିଦେଉଥିଲେ, ଏହା ଅତ୍ୟନ୍ତ ଦୁଃଖର ବିଷୟ ଥିଲା ।
ଏହି ଚଳଚିତ୍ର ରେ ଦେଖାଇବାକୁ ଚାହିଞ୍ଚନ୍ତି ଯେ କିନ୍ନର ମାନେ ମଧ୍ୟ ଏକ ମଣିଷ ତାଙ୍କୁ ମଧ୍ୟ ସନ୍ନମାନର ସହିତ ଜୀବନ ବିତାଇବାକୁ ଦିଅନ୍ତୁ । ଏଣୁ ଏହି ଚଳଚିତ୍ର କୁ ଥରେ ଦେଖିବା ଆବଶ୍ୟକ ବୋଲି ଉଷସୀ କହିଛନ୍ତି କାରଣ ଏହା ଏକ ସତ କାହାଣୀ ଉପରେ ଆଧାରିତ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।