ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ପରଦାକୁ ଆସିଲା ବହୁ ପ୍ରତିକ୍ଷୀତ ଫିଲ୍ମ କେଜିଏଫ-୨ । ସାରା ଦେଶରେ କେଜିଏଫ କ୍ରେଜ । ସିନେମା ହଲ୍ରେ ଦେଖିବାକୁ ମିଳିଛି ଖଚାଖଚ ଭିଡ଼ । ଓପନିଂ ଡେ ପାଇଁ ୩୧ କୋଟି ଟଙ୍କାର ଆଡଭାନ୍ସ ଟିକେଟ ବୁକିଂ ସରିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସାଉଥ୍ ଷ୍ଟାର ୟଶ । ସଞ୍ଜୟ ଦତ୍ତ, ରବିନା ଟଣ୍ଡନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ।

ତେଲୁଗୁ, ତାମିଲ, ମାଲାୟାଲମ, କନ୍ନଡ଼ ଓ ହିନ୍ଦୀ ଭାଷାରେ ଫିଲ୍ମ ରିଲିଜି ହୋଇଛି । ସାରା ଦେଶରେ ୪ହଜାରରୁ ଅଧିକ ସ୍କ୍ରିନରେ ରିଲିଜ ହେଉଛି କେଜିଏଫ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ତେବେ କିଛି ଦିନ ପୂର୍ବରୁ କେଜିଏଫ-୨ର ନାୟକ ୟାସ୍ ଏବଂ ଖଳନାୟକ ସଞ୍ଜୟ ଦତ୍ତ ଫିଲ୍ମର ନୂଆ ପୋଷ୍ଟର ସେୟାର କରିଥିଲେ । ଯେଉଁ ପୋଷ୍ଟରରେ ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ଅଭିନେତା ଓ ଅଭନେତ୍ରୀ ରହିଥିଲେ ।
ଫିଲ୍ମରେ ଅଧୀରା ଭୂମିକାରେ ନଜର ଆସିଥିବା ସଞ୍ଜୟ ନୂଆ ପୋଷ୍ଟର ସହ ପ୍ରଂଶସକଙ୍କୁ ଫିଲ୍ମ ରିଲିଜର ତାରିଖ ବାବଦରେ ମଧ୍ୟ ସୂଚନା ଦେଇଥିଲେ । କେଜିଏଫ-୧କୁ ଦେଖିବା ପରେ ଦର୍ଶକମାନେ ‘କେଜିଏଫ-୨’ ପାଇଁ ବହୁତ ଉତ୍ସାହିତ । ଏହାପୂର୍ବରୁ କେଜିଏଫ-୨ର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ବେଶ ପସନ୍ଦ କରିଥିଲେ ଦର୍ଶକ । କିନ୍ତୁ ଟ୍ରେଲର ରିଲିଜ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଫିଲ୍ମ ରିଲିଜକୁ ନେଇ କୌଣସି ସୂଚନା ମିଳିପାରୁନଥିଲା ।

ପୂର୍ବରୁ କେଜିଏଫର ପ୍ରଥମ ପାର୍ଟକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଦ୍ୱିତୀୟ ଭାଗକୁ ଅପେକ୍ଷା କରି ରହିଥିଲେ । କେଜିଏଫ-୨ରେ ଅନେକ ନୂଆ ଅଭିନେତା ଓ ଅଭିନେତ୍ରୀ ନଜର ଆସିଛନ୍ତି । ତେବେ ଏହି କେଜିଏଫ କୁ ନେଇ ବଲିଉଡ ଅଭିନେତ୍ରୀ ଅନନ୍ୟ ପାଣ୍ଡେ କମେଣ୍ଟ ଦେଇଛନ୍ତି କି ଫିଲ୍ମ ର ପ୍ରମୋସନ ପାଇଁ ଆମେ ଏତେ ତଳକୁ ଖସି ଯାଇ ପାରିବୁ ନାହିଁ ।

ତେବେ କଥା ହେଉଛି ଏହା କି ଯଶ ଏବଂ ତାଙ୍କ ପତ୍ନୀ ଓ ପୁରା ପରିବାର ଗୁଡି ପାଡ଼ୱା ପର୍ବ କୁ ପାଳନ କରିଥିଲେ ସେଥିରେ ସେମାନେ ସାଂସ୍କୃତିକ ପୋଷାକ ପିନ୍ଧିବା ସହ ତଳେ ବସି ଖାଇଥିଲେ । ତେବେ ଏହା ସେମାନେ ଫିଲ୍ମ ର ପ୍ରମୋସନ ପାଇଁ କରି ନଥିଲେ କାରଣ ଆପଣ ମାନେ ଜାଣିଥିବେ କି ଯଶ ପ୍ରତିବର୍ଷ ଏହି ପରି ଭାବରେ ପର୍ବ ପାଳନ କରନ୍ତି ସେତେବେଳେ ସେ କୌଣସି ଫିଲ୍ମ କରନ୍ତୁ କିମ୍ବା ନ କରନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ ।
ତେବେ ବଲିଉଡ କୁ ମଧ୍ୟ ଏହାଠାରୁ କିଛି ଶିଖିନେବା ଉଚିତ ଏବଂ ନିଜ ଧର୍ମ ଏବଂ ସଂସ୍କୃତି କୁ ବଜାୟ ରଖିବା ଆବଶ୍ୟକ । ତେବେ ଆପଣ ଙ୍କୁ ଯଶ ଏବଂ କେଜିଏଫ କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

