ଟିଭି ସିରିଏଲ ‘ଉତରନ’ ରୁ ଫେମସ ହୋଇଥିବା ଏହି Child Actress ଆଜି ଏତେ ବର୍ଷ ପରେ ଦେଖା ଯାଉଛନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୨୦୦୮ ମସିହାରେ କଲର୍ସ ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ ‘ଉତ୍ତରନ’ ଦୁଇଟି ଝିଅ ଅଲଗା ଘର ଏବଂ ପରିବେଶ ରେ ରହିଥିବା କାହାଣୀ କୁ ନେଇ ନିର୍ମିତ ହୋଇଥିଲା। ଏହି ସିରିଆଲ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ ଏବଂ ଏହି ସିରିଆଲ ର କଳାକାର ମାନେ ମଧ୍ୟ ନିଜ ଅଭିନୟ ମାଧ୍ୟମରେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ। କିନ୍ତୁ ଏହି ସିରିଆଲ ରେ ଏଭଳି ଦୁଇଟି କଳାକାର ଙ୍କ ଅଭିନୟ ଦର୍ଶକ ମାନଙ୍କୁ ଅଧିକ ପସନ୍ଦ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ଦୁଇ କଳାକାର ମାନଙ୍କୁ ଦର୍ଶକ ମାନେ ଭୁଲି ନାହାନ୍ତି। ସେହି ଦୁଇଟି କଳାକାର ହେଉଛନ୍ତି ସିରିଆଲ ରେ ଛୋଟ ଇଚ୍ଛା ଏବଂ ଛୋଟ ତପସ୍ୟା ନାମକ ଚରିତ୍ର ରେ ଅଭିନୟ କରିଥିବା ଦୁଇ ବାଲ୍ୟ ଅଭିନେତ୍ରୀ।

ବନ୍ଧୁଗଣ ଏହି ସିରିଆଲ କୁ ଶେଷ ହେବାର ବର୍ତ୍ତମାନ ପାଖପାଖି ୬ ବର୍ଷ ହୋଇ ସାରିଛି। ଏହି ୬ ବର୍ଷ ମଧ୍ୟରେ ଏହି ଦୁଇ ବାଲ୍ୟ ଅଭିନେତ୍ରୀ ବହୁତ ମାତ୍ରାରେ ବଦଳି ଯାଇଛନ୍ତି ଏବଂ ହୁଏତ ପ୍ରଥମ ନଜର ରେ ସେହି ଦୁଇ ଅଭିନେତ୍ରୀ ଙ୍କୁ ଚିନ୍ହିବା ମଧ୍ୟ କଷ୍ଟକର ହୋଇଯିବ। ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଦୁଇ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ଟିଭି ସିରିଆଲ ‘ଉତ୍ତରନ’ ରେ ଛୋଟ ‘ତପସ୍ୟା’ ନାମକ ଚରିତ୍ର ରେ ଅଭିନୟ କରିଥିବା ବାଲ୍ୟ ଅଭିନେତ୍ରୀ ଙ୍କ ରିଅଲ ନାଁ , ‘ଇସୀତା ପାଞ୍ଚଲ’ ଅଟେ। ଏହି ଅଭିନେତ୍ରୀ ଙ୍କ ଜନ୍ମ ୧ ଡିସେମ୍ବର ୧୯୯୮ ମସିହାରେ ମୁମ୍ବାଇ ରେ ହୋଇଥିଲା।ଏହି ଅଭିନେତ୍ରୀ ଜଣକ ନିଜ ପାଠପଢ଼ା ମୁମ୍ବାଇ ରେ ହିଁ କରିଥିଲେ। ଯଦି ଏହି ଅଭିନେତ୍ରୀ ଙ୍କ କ୍ୟାରିଆର ସମ୍ବନ୍ଧରେ କହିବା ତେବେ ସେ ୨୦୦୭ ମସିହାର ସିରିଆଲ ‘ଅମ୍ବର ଧରା’ ରୁ ଆରମ୍ଭ କରିଥିଲେ।

ଏହାପରେ ଏହି ଅଭିନେତ୍ରୀ ଙ୍କି ସିରିଆଲ ‘ଉତ୍ତରନ’ ରେ ଦେଖିବାକୁ ମିଳିଥିଲା।ସେ ଏହି ସିରିଆଲ ରେ ୧୦ ବର୍ଷ ବୟସରେ ଅଭିନୟ କରିଥିଲେ। ଏହାପରେ ଏହି ଅଭିନେତ୍ରୀ ଙ୍କୁ ‘ଏକ ବିବାହ ଏସା ଭି’ ଫିଲ୍ମ ରେ ଦେଖିବାକୁ ମିଳିଥିଲା।ଯେଉଁଥିରେ ତାଙ୍କ ଚୁଲବୁଲି ଅନ୍ଦାଜ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ। ଏହି ଅଭିନେତ୍ରୀ ବର୍ତ୍ତମାନ ବହୁତ ମାତ୍ରାରେ ବଦଳି ଯାଇଛନ୍ତି ଏବଂ ନିଜର ୨୨ ବର୍ଷ ବୟସ ପୂର୍ଣ କରି ସାରିଛନ୍ତି।

ସେ ପୂର୍ବ ଅପେକ୍ଷା ଅଧିକ କ୍ୟୁଟ ଏବଂ ସୁନ୍ଦର ଦେଖା ଯାଉଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଆକ୍ଟିଂଗ ଦୁନିଆ ରୁ ଦୂରରେ ରହି ନିଜର ପାଠପଢ଼ା ପ୍ରତି ଧ୍ୟାନ ଦେଉଛନ୍ତି।ଶୁଣିବାକୁ ମିଳୁଛି ଯେ, ଏହି ଅଭିନେତ୍ରୀ ଖୁବ ଶୀଘ୍ର ଅଭିନୟ କ୍ଷେତ୍ରରେ ପାଦ ରଖିବାକୁ ଯାଉଛନ୍ତି ବୋଲି।

ଟିଭି ସିରିଆଲ ‘ଉତ୍ତରନ’ ରେ ‘ଇଚ୍ଛା’ ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ରିଅଲ ନାଁ ‘ସ୍ପର୍ଶ ଖାନଚନ୍ଦାନି’ ଅଟେ। ଏହି ଅଭିନେତ୍ରୀ ଙ୍କ ଜନ୍ମ ୧୧ ଅକ୍ଟୋବର ୨୦୦୦ ରେ ମୁମ୍ବାଇ ର ବିଳାସନଗର ରେ ହୋଇଥିଲା। ସେ ଏହିଠାରେ ହିଁ ନିଜର ପାଠପଢ଼ା ପୂର୍ଣ କରିଥିଲେ। ଯଦି ଏହି ଅଭିନେତ୍ରୀ ଙ୍କ କ୍ୟାରିଅର ସମ୍ବନ୍ଧରେ କହିବା ତେବେ ସେ ନିଜ କ୍ୟାରିଅର ର ଆରମ୍ଭ ୨୦୧୦ମସିହାରେ ଏକ ଫିଲ୍ମ ଜରିଆରେ କରିଥିଲେ।

ପରେ ସିରିଆଲ ‘ଦିଲ ମିଲ ଗୟେ’ ରେ ଏହି ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳିଥିଲା। ଏହି ଅଭିନେତ୍ରୀ କେବଳ ବଲିଉଡ ରେ ହିଁ ନୁହେଁ ହଲିଉଡ଼ ଇଣ୍ଡଷ୍ଟ୍ରୀ ରେ ମଧ୍ୟ କାମ କରି ସାରିଛନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀ ନିଜର ୨୦ ବର୍ଷ ପୂର୍ଣ କରି ସାରିଛନ୍ତି ଏବଂ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦେଖା ଯାଉଛନ୍ତି। ଏହି ଅଭିନେତ୍ରୀ ପାଠପଢ଼ା ସହିତ ନିଜ ଅଭିନୟ କ୍ୟାରିଅର ରେ ଧ୍ୟାନ ଦେଉଛନ୍ତି।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହି ଏକ୍ଟ୍ରେସ କିପରି ଲାଗିଲେ ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *