ବନ୍ଧୁଗଣ ହିନ୍ଦୀ ଟେଲିଭିଜନ ରିଆଲିଟି ସୋ ମଧ୍ୟରେ ସବୁଠାରୁ ଚର୍ଚିତ ରିଆଲିଟି ସୋ ହେଉଛି ବିଗବସ । ଏହି ସୋ ରେ କେତେକ ଲୋକପ୍ରିୟ ଷ୍ଟାର ମାନେ ଆସିଥାନ୍ତି ଓ ଏହି ଘରେ ରହି ନିଜର ଚରିତ୍ର, ମାନବିକତା ଏବଂ ସ୍ଵଭାବର ପଦର୍ଶନ କରିଥାନ୍ତି । ବନ୍ଧୁଗଣ ଏହି ସୋ ଟି କଲର୍ସ ଟିଭିରେ ପ୍ରସାରିତ ହୋଇଥାଏ ଓ ଏହାର ହୋଷ୍ଟ ହେଉଛନ୍ତି ବଲିଉଡ ସୁପର ଷ୍ଟାର ସଲମାନ ଖାନ । ପ୍ରାୟ ସମସ୍ତ ଭାରତୀୟ ଏହି ସୋ କୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ବର୍ଷକୁ ଥରେ ଏହି ସୋ ଟି ଆସିଥାଏ । ସବୁ ବର୍ଷ ନୂଆ ନୂଆ ଷ୍ଟାର ମାନେ ଏହି ସୋ କୁ ଆସିଥାନ୍ତି । ହେଲେ ଏହି ବର୍ଷ ପ୍ରସାରିତ ହେଉଥିବା ବିଗବସ ସିଜନ ୧୪ରେ ବିଗବସ ଘରର ସଦସ୍ୟ ମାନେ ଧମାଲ ମଚାଇଛନ୍ତି ।
ଏହି ସୋରେ ବର୍ତ୍ତମାନ ବହୁତ ବିବାଦ ଦେଖା ଯାଇଛି । ଅନ୍ୟ ପକ୍ଷରେ ସୋ ମେକର୍ସ ମାନେ କିଛି ଅନ୍ୟ ସଦସ୍ୟ ମାନଙ୍କୁ ଘରେ ଏଣ୍ଟ୍ରି କରାଇବାର ପ୍ଲାନିଙ୍ଗ ମଧ୍ୟ କରିଛନ୍ତି । ପୂର୍ବରୁ ଥିବା ସଦସ୍ୟ ମାନେ ଦର୍ଶକ ମାନଙ୍କ ଧ୍ୟାନ ନିଜ ଉପରେ ରଖିବାରେ ସଫଳ ହୋଇଛନ୍ତି ଓ ଏହି ସଦସ୍ୟ ମାନେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଚର୍ଚାରେ ରହିଛନ୍ତି ।
ହେଲେ ଏହି ସୋ ର ମେକର୍ସ ମାନଙ୍କର ଇଛା ଅଛି ଯେ ଏହି ଘର ଅନ୍ୟ କିଛି ସଦସ୍ୟ ମାନଙ୍କୁ ଏଣ୍ଟ୍ରି କରି ସୋକୁ ଅଧିକ ଲୋକପ୍ରିୟ କରିବା ପାଇଁ । ଖବର ମିଳିଛି ଯେ, ନେନା ସିଂହ, ସଦୁଲ ପଣ୍ଡିତ ଓ ରଶ୍ମୀ ଗୁପ୍ତା ଏହି ସୋର ନୂଆ ସଦସ୍ୟ ହୋଇ ପାରନ୍ତି । ଏହି ସଦସ୍ୟ ମାନଙ୍କୁ କ୍ଵାରେନ୍ଟାଇନକୁ ମଧ୍ୟ ପଠା ହୋଇ ସାରିଛି । କ୍ଵାରେନ୍ଟାଇନରୁ ଆସିବା ପରେ ଏମାନଙ୍କୁ ବିଗବସର ସିକ୍ରେଟ ରୁମରେ ରଖାଯିବ ।
ଏହି ସଦସ୍ୟ ମାନଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ପରେ ଘର ମଧ୍ୟରେ ଏଣ୍ଟ୍ରି କରାଯିବ । ବିଗବସ ସିଜନ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲା ମଧ୍ୟ ଏହି ସୋରେ ରହି ଦର୍ଶକ ମାନଙ୍କ ମନୋରଞ୍ଜନ କରୁଛନ୍ତି । ସିଦ୍ଧାର୍ଥ ଘରର ସମସ୍ତ ସଦସ୍ୟ ମାନଙ୍କ ସହ କିଛି ନା କିଛି ଖେଳ ଖେଳୁଥିବାର ନଜର ଆସିଛନ୍ତି । ହେଲେ ବର୍ତ୍ତମାନ ସୋ ରେ ଏମିତି କିଛି ମାମଲା ସାମ୍ନାକୁ ଆସିଛି ଯାହା ବହୁତ ଚର୍ଚାରେ ଅଛି ।
ସୋ ର ସଦସ୍ୟ ନିକି ତମ୍ବୋଲି ଓ ପବିତ୍ର ପୋନିଆ ସିଦ୍ଧାର୍ଥଙ୍କୁ ଇମ୍ପ୍ରେସ କରିବା ପାଇଁ ଏମିତି କିଛି କରିଛନ୍ତି ଯାହା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛି । ପ୍ରାୟ ଅଧିକାଂଶ ଲୋକ ଏହି କାରଣରୁ ସୋର ବହିସ୍କାର କରିବାର ଦାବି ମଧ୍ୟ କରିଛନ୍ତି । ଏହି କିଛି ଦିନ ତଳେ ସୋ ର ମହିଳା ସଦସ୍ୟ ମାନଙ୍କ ପାଇଁ ଏକ ପାୱାର ଆସିଥିଲା । ତାହା ଥିଲା ଯେଉଁ ମହିଳା ସଦସ୍ୟ ସିଦ୍ଧାର୍ଥଙ୍କୁ ଇମ୍ପ୍ରେସ କରିଦେବ ତାକୁ ଏକ ସ୍ପେଶିଆଲ ପାୱାର ମିଳିବ ।
ପାୱାର ପାଇବା ପାଇଁ ବିଗବସର ମହିଳା ସଦସ୍ୟ ମାନେ ସିଦ୍ଧାର୍ଥଙ୍କ ସହ ରେନ୍ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ଯାହା ବହୁତ ଅଶ୍ଳୀଳ ଅଟେ । ଏହାକୁ ଦେଖି ଦର୍ଶକ ମାନେ ଏହି ସୋ କୁ ବ୍ୟାନ କରିବାର ଦାବି କରିଛନ୍ତି । ଦର୍ଶକଙ୍କ ମତରେ ଏହି ସୋ ରେ ଅଶ୍ଳୀଳ ହରକତ ହେବାକ ନଜର ଆସିଛି । ମନୋରଞ୍ଜନ ନାଁ ରେ ଏମିତି ଅଶ୍ଳୀଳ ଆଚରଣ କୁ ବରଦାସ୍ତ କରାଯିବ ନାହିଁ । ତେଣୁ ଏହାକୁ ବୟାନ କରାଯାଉ ।
ଏଥିରେ ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ଓ ନୀତିଦିନ ଟିଭି ଦୁନିଆର ସମସ୍ତ ଖବର ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ