ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର କିଛି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ର ରିଅଲ ଲାଇଫ ଭଉଣୀ ଙ୍କ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ରେ ଆପଣ ମାନେ କିଛି ଏଭଳି ଯୋଡି ଦେଖିଥିବେ ଯେଉଁମାନେ ଅନସ୍କ୍ରିନ ଭଉଣୀ ହୋଇଥାନ୍ତି ଏବଂ ସେହି ଭଉଣୀ ଙ୍କ ଯୋଡି ଅନସ୍କ୍ରିନ ନିଜ ଅଭିନୟ ମାଧ୍ୟମରେ ତ ଦର୍ଶକ ମାନଙ୍କ ହୃଦୟ କୁ କିଣିବାରେ ସଫଳ ହୋଇଛନ୍ତି। ଏହି ଅଭିନେତ୍ରୀ ମାନଙ୍କ ଯୋଡି କୁ ଦେଖିଲେ ଏହା ପ୍ରତୀତ ହୋଇଥାଏ ଯେ, ସେମାନେ ବାସ୍ତବ ଜୀବନ ରେ ମଧ୍ୟ ଉଭୟ ଭଉଣୀ ହୋଇଥିବେ ବୋଲି।
ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ଅନସ୍କ୍ରିନ ଯେପରି ନିଜ ଭଉଣୀ ଙ୍କୁ ଭଲ ପାଇଥାନ୍ତି ଠିକ ସେହିପରି ରିଅଲ ଲାଇଫ ରେ ଏହି ଅଭିନେତ୍ରୀ ମାନେ ନିଜ ଭଉଣୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ସୋସିଆଲ ମିଡିଆ ଜରିଆ ରେ ଦେଖିବାକୁ ମିଳେ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ଏବଂ ତାଙ୍କ ରିଅଲ ଲାଇଫ ଭଉଣୀ ଙ୍କ ସମ୍ବନ୍ଧରେ-
୧. ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ‘ତାନିୟା ଶର୍ମା’ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ।ଏହି ଅଭିନେତ୍ରୀ ଜଣଙ୍କୁ ଟିଭି ସିରିଏଲ ‘ସାଥ ନିଭାନା ସାଥିୟା’ ରେ ଦେଖିବାକୁ ମିଳିଥିଲା। ଏହି ସିରିଏଲ ରେ ସେ ‘ମୀରା’ ନାମକ ଚରିତ୍ର ରେ ଅଭିନୟ କରିଥିଲେ ଏବଂ ଏହି ସିରିଏଲ ରେ ସେ ତାଙ୍କ ଭଉଣୀ ବିଦ୍ୟା ଙ୍କୁ ବହୁତ ଭଲ ପାଉଥିଲେ ଏବଂ ଅନସ୍କ୍ରିନ ଏହି ଦୁଇ ଭଉଣୀ ଙ୍କ ଯୋଡି ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ। ତାନିୟା ଙ୍କୁ ଅନସ୍କ୍ରିନ ଯେପରି ସ୍ଵଭାବ ର ଦେଖିବାକୁ ମିଳିଥିଲା ଠିକ ସେହିପରି ଅଫସ୍କ୍ରିନ ନିଜ ରିଅଲ ଲାଇଫ ରେ ମଧ୍ୟ ତାନିୟା ସେହି ସ୍ଵଭାବ ର ଅଟନ୍ତି।
ସେ ନିଜ ଭଉଣୀ ‘କୃତିକା ଶର୍ମା’ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହୁଁଛୁ ଯେ କୃତିକା ଙ୍କୁ ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହେ’ ରେ ଦେଖିବାକୁ ମିଳିଥିଲା। ରିଅଲ ଲାଇଫ ରେ ଏହି ଦୁଇ ଭଉଣୀ ଙ୍କ ସମ୍ପର୍କ ବହୁତ ଘନିଷ୍ଠ ଅଟେ ଏବଂ ଦୁହିଁଙ୍କ ଚେହେରା ପ୍ରାୟତଃ ସମାନ ଦେଖାଯାଏ। ଏହି ଦୁଇ ଯୋଡିଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ସୋସିଆଲ ମିଡିଆରେ ତାଙ୍କ ଫଟୋ ଜରିଆରେ ଦେଖିବାକୁ ମିଳେ।
୨. ବନ୍ଧୁଗଣ ଏବେ ଆମେ ଆପଣଙ୍କୁ କହିବୁ ଅଭିନେତ୍ରୀ ‘ଅନେରୀ ବଜାନୀ’ ଙ୍କ ବିଷୟରେ। ଏହି ଅଭିନେତ୍ରୀ ଙ୍କୁ ଟିଭି ସିରିଏଲ ‘ନିଶା ଔର ଉସକେ କଜନ ସିଷ୍ଟର’ ରେ ମୁଖ୍ୟ ଚରିତ୍ର ଭାବରେ ଅଭିନୟ କରିବାର ଦେଖିବାକୁ ମିଳିଥିଲା। ଏହି ସିରିଏଲ ରେ ସେ ଯେପରି ନିଜ କଜନ ସିଷ୍ଟର ଙ୍କୁ ଭଲ ପାଉଥିଲେ ଠିକ ସେହିପରି ରିଅଲ ଲାଇଫ ରେ ଏହି ଅଭିନେତ୍ରୀ ଜଣକ ନିଜ ଭଉଣୀ ‘ପିଆ ବଜାନୀ’ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ପିଆ ତାଙ୍କର ସାନ ଭଉଣୀ ଅଟନ୍ତି। ବଡ଼ ଭଉଣୀ ହିସାବ ରେ ଅନେରୀ ନିଜ ଭଉଣୀ ଙ୍କ ସମସ୍ତ ଇଛା କୁ ପୂରଣ କରିବାକୁ ଚେଷ୍ଟା କରନ୍ତି।ଏହି ଦୁଇ ଭଉଣୀ ଯୋଡି ଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିଛି।
୩. ଅଭିନେତ୍ରୀ ‘ରୁଚା ହାଜବନିସ’ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ।ଏହି ଅଭିନେତ୍ରୀ ଙ୍କୁ ସିରିଏଲ ‘ସାଥ ନିଭାନା ସାଥିୟା’ ରେ ଦେଖିବାକୁ ମିଳିଥିଲା। ଏହି ଅଭିନେତ୍ରୀ ଜଣକ ସିରିଏଲ ରେ ନିଜ ଭଉଣୀ ସହ ଉଭୟ ନକରାତ୍ମକ ଏବଂ ସକାରତ୍ମକ ଭୂମିକା ରେ ଅଭିନୟ କରିଥିଲେ। ଯଦି ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ବିଷୟରେ କହିବା ତେବେ ଏହି ଅଭିନେତ୍ରୀ ଙ୍କ ନିଜ ଭଉଣୀ ନାହାନ୍ତି। କିନ୍ତୁ ସିରିଏଲ ରେ ଅଭିନେତ୍ରୀ ‘ଜିଆ ମାନେକ’ ଙ୍କ ସହ ଭଉଣୀ ସମ୍ପର୍କ ରେ ଅଭିନୟ କଲା ପରେ ରିଅଲ ଲାଇଫ ରେ ମଧ୍ୟ ଏହି ଦୁହିଁଙ୍କୁ ପରସ୍ପର ଏକାଠି ଦେଖିବାକୁ ମିଳେ ଏବଂ ଦୁହେଁ ପରସ୍ପରକୁ ନିଜ ଭଉଣୀ ଠାରୁ କମ ଭାବନ୍ତି ନାହିଁ। ସିରିଏଲ ଆରମ୍ଭ ରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁହିଁଙ୍କ ଯୋଡି କୁ ଅଫସ୍କ୍ରିନ ମଧ୍ୟ ଏକାଠି ଦେଖିବାକୁ ମିଳୁଛି।
୪. ଅଭିନେତ୍ରୀ ‘ସିବାଙ୍ଗି ଯୋଶୀ’ ଙ୍କୁ ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା’ ରେ ‘ନାଏରା’ ନାମକ ଚରିତ୍ର ରେ ଅଭିନୟ କରିବାର ଦେଖିବାକୁ ମିଳିଥିଲା ଏବଂ ସେହି ସିରିଏଲ ରେ ତାଙ୍କ କଜନ ସିଷ୍ଟର ଗାୟତ୍ରୀ ଙ୍କ ସହ ଥିବା ତାଙ୍କ ସମ୍ପର୍କକୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ। ଯଦି ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ କହିବାକୁ ଯିବା ତେବେ ଏହି ଅଭିନେତ୍ରୀଙ୍କ ର ଜଣେ ସାନ ଭଉଣୀ ଅଛନ୍ତି ଏବଂ ତାଙ୍କ ନାଁ ‘ଶୀତଲ ଯୋଶୀ’ ଅଟେ। ସିବାଙ୍ଗି ନିଜ ଭଉଣୀ ଙ୍କ ସବୁ ଇଚ୍ଛା କୁ ପୂରଣ କରିଥାନ୍ତି ଏବଂ ଏହି ଦୁହିଁଙ୍କ ମଧ୍ୟରେ ବହୁତ ମାତ୍ରା ରେ ଭଲ ପାଇବା ରହିଛି।ଅଭିନେତ୍ରୀ ସିବାଙ୍ଗି ଙ୍କୁ ପ୍ରାୟତଃ ନିଜ ଭଉଣୀ ଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିବାର ଦେଖିବାକୁ ମିଳେ।
ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଭଉଣୀ ମାନଙ୍କ ର କେଉଁ ଯୋଡି ଟି ସବୁଠୁ ଅଧିକ ଭଲ ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ