ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜବରଦସ୍ତ ଗାୟିକା ତପୁ ମିଶ୍ରଙ୍କୁ ନିଶ୍ଚୟ ଜାଣିଥିବେ । ତପୁ ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଈ ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କ କଣ୍ଠ ଓ ସ୍ଵରକୁ ସମସ୍ତ ଲୋକ ବହୁତ ଅଧିକ ପସନ୍ଦ କରନ୍ତି ।
ସୋସିଆଲ ମିଡିଆରେ ସେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ପାଇଁ ବହୁତ ଚର୍ଚାରେ ରୁହନ୍ତି । ତପୁଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ହେଲେ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଦୁଃଖର ଖବର ସାମ୍ନାକୁ ଆସିଛି ।
ତାହା ହେଉଛି ତପୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତ୍ଵର ହୋଇଯାଇଛି । ତାଙ୍କ ଶରୀରର ଅମ୍ଳଜାନ ସ୍ତର ବହୁତ ଅଧିକ କମି ଯାଇଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ତପୁଙ୍କ ବର୍ତ୍ତମାନର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ସୁପର ହିଟ ଫିଲ୍ମରେ ତପୁ ଗୀତ ଗାଇଛନ୍ତି ।
ତାଙ୍କର ଅଧିକାଂଶ ଗୀତ ସୁପର ହିଟ ମଧ୍ୟ ହୋଇଛି । ସେ ନିଜ କଣ୍ଠ ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ବର୍ତ୍ତମାନ ଦେଶରେ କରୋନା ମହାମାରୀର ସଂକ୍ରମଣ ବହୁତ ଅଧିକ ମାତ୍ରାରେ ବଢିବାରେ ଲାଗିଛି । ଗତ ଏକ ମାସ ପୂର୍ବରୁ ଏହି ଭାଇରସ ତପୁ ଓ ତାଙ୍କ ପରିବାର ଲୋକେ କରୋନା ଚିହ୍ନଟ ହୋଇଥିଲେ । ବନ୍ଧୁଗଣ ଏହି ଭାଇରସ ତପୁଙ୍କ ବାପାଙ୍କ ଜୀବନ ନେଇଯାଇଛି । ବନ୍ଧୁଗଣ ଗତ ଏକ ମାସ ହେବ ତପୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।
ଗତ କିଛି ଦିନ ପୂର୍ବରୁ ତପୁଙ୍କ ଆକ୍ସିଜେନ ସ୍ତର କିଛି ମାତ୍ରାରେ କମ ହୋଇଯାଇଥିଲା ହେଲେ ପରବର୍ତ୍ତୀ ସମୟରେ ସେ ସୁସ୍ଥ ହୋଇଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣି ଗୁରୁତ୍ଵର ହୋଇଯାଇଛି । ବର୍ତ୍ତମାନ ତାଙ୍କ ଶରୀରର ଆକ୍ସିଜେନ ସ୍ତର ଧୀରେ ଧୀରେ କମିବାରେ ଲାଗିଛି । ଡାକ୍ତରଙ୍କ ମତରେ, ତପୁ ଅଧିକ ମୋଟା ହୋଇଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଏହି ମୋଟାପଣର ଧିକ ପ୍ରଭାବ ପଡୁଛି ।
ବନ୍ଧୁଗଣ ବର୍ତ୍ତମାନ ତପୁଙ୍କୁ ଭୁବନେଶ୍ବରର ସମ୍ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି । ଯଦି ତାଙ୍କୁ ଏକମୋ ଚିକିତ୍ସା ଦିଆଯାଏ ତା ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିପାରେ ବୋଲି କେତେକ ଡାକ୍ତର ମାନେ କହିଛନ୍ତି । କାରଣ ଏହି ଏକମୋ ଚିକିତ୍ସା ଦ୍ଵାରା ବହୁତ ଗୁରୁତ୍ଵର ରୋଗୀ ସୁସ୍ଥ ହୋଇ ସାରିଛନ୍ତି ।
ଏହି ଚିକିତ୍ସା ବହୁତ ଏକ୍ସପେନ୍ସିଭ ହେବା ସହିତ ବହୁତ ଫଳଦାୟକ ମଧ୍ୟ ଅଟେ । ତେଣୁ ମେଡିକାଲ କର୍ତ୍ତୁପର୍କ୍ଷ ତପୁଙ୍କ ଏକମୋ ଚିକିତ୍ସା ପାଇଁ ସରକାରଙ୍କୁ କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନେ ବି ତପୁଙ୍କ ମିଶ୍ରଙ୍କ ଆରୋଗ୍ୟ କାମନା କରନ୍ତୁ, ଧନ୍ୟବାଦ ।