ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃ-ତ୍ୟୁ ବରଣ କରିଛନ୍ତି ।
ଠିକ ସେହି ପରି ଓଡ଼ିଆ ସିନେମା ଜଗତ ର ସୁପର ହିଟ ଗାୟିକା ତପୁ ମିଶ୍ର ମଧ୍ୟ କିଛି ଦିନ ପୂର୍ବରୁ କରୋନା ରୋଗ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଫୁସଫୁସ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇ ଯାଇଥିଲା । ଚିକିତ୍ସଧୀନ ଅଵସ୍ଥା ରେ ଗତ କାଲି ରାତି ରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ମୃ-ତ୍ୟୁ ପୂର୍ବ ରୁ ସେ ତାଙ୍କ ଶେଷ ଭିଡିଓ ରେ ଏକ ଗୀତ ଗାଇଥିଲେ । ତେବେ ସେ ତାଙ୍କ ଶେଷ ଭିଡିଓ ରେ କଣ ସବୁ କହିଥିଲେ ଆସନ୍ତୁ ସେ ବିଷୟ ରେ ଜାଣିବା ।
ତପୁ ମିଶ୍ର ଗତ କାଲି ରାତି ୧୧ ଘଟିକା ସମୟ ରେ ପରଲୋକ ଗମନ କରିଥିଲେ । ମୃ-ତ୍ୟୁ ପୂର୍ବରୁ ସେ ସୋସିଆଲ ମିଡ଼ିଆ ରେ ଲାଇଭ ଆସି ନିଜ ସୁମଧୁର କଣ୍ଠ ରେ ତାଙ୍କ ଫ୍ୟାନ ମାନଙ୍କ ପାଇଁ ଏକ ମିଠା ଗୀତ ଗାଇଥିଲେ । ସେ ଗୀତ ଟି ଖାସ କରି ତାଙ୍କ ଜୀବନ ଭଳି ହିଁ ଥିଲା ।
ଗତ କିଛି ଦିନ ତଳେ ସେ କରୋନା ଦ୍ଵାରା ଆକ୍ରାନ୍ତ ହୋଇଥିଲେ । କରୋନା ରୁ ସୁସ୍ଥ ହେବା ପରେ ମଧ୍ୟ ତାଙ୍କ ଠାରେ କିଛି ଲକ୍ଷଣ ଦେଖା ଦେବାରୁ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା । ଫୁସଫୁସ ପର୍ଯ୍ୟନ୍ତ ତାଙ୍କର ସଂକ୍ରମଣ ବ୍ୟାପି ଯାଇଥିବାରୁ ତାଙ୍କର ଅଵସ୍ଥା ବହୁତ ଗୁରୁତର ହୋଇପଡିଥିଲେ । ଦୀର୍ଘ ଦେଢ଼ ମାସ ହେବ ସେ ମେଡିକାଲ ରେ ଚିକିତ୍ସିତ ହେବା ପରେ ଗତ କାଲି ରାତି ରେ ଆଖି ବୁଜି ଦେଇଥିଲେ ।
ମୃ-ତ୍ୟୁ ପୂର୍ବ ରୁ ସେ ଲାଇଭ ଆସି ନିଜ କଣ୍ଠ ରେ ସେ ନିଜେ ଗାଇଥିବା “ଚକଲେଟ” ଫିଲ୍ମ ର ଏକ ସୁପରହିଟ ଗୀତ ଗାଇ ଶୁଣାଇ ଥିଲେ । ସେହି ଗୀତ ଟି ହେଉଛି କିଛି ବାଟ ଚାଲି ପୁଣି ଫେରିଯିବି ଭାବିଥିଲି….. ହେଲେ ସଞ୍ଜ ନଇଁ ଯିବ ଜାଣି ନ ଥିଲି ।
ବହୁତ ଭଲ ଭାବରେ ସେ ନିଜ ସୁମଧୁର କଣ୍ଠ ରେ ଏହି ଗୀତ କୁ ଗାଇକରି ନିଜ ଦର୍ଶକ ମାନଙ୍କୁ ଶୁଣାଇଥିଲେ । ଏହା ଥିଲା ତାଙ୍କ ଜୀବନ ର ଶେଷ ଗୀତ । ସେ ଆଉ ଗୀତ ଗାଇ ପାରିବେ ନାହିଁ କିମ୍ବା ଆମେ ଆଉ ତାଙ୍କ ସୁମଧୁର କଣ୍ଠ ରୁ ଗୀତ ଶୁଣି ପାରିବା ନାହିଁ । ବନ୍ଧୁଗଣ ଏଥିରେ ଆପଣ ମାନଙ୍କ ମତାମତ ଆମକୁ ନିଶ୍ଚୟ ଜଣାଇବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ