ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃ-ତ୍ୟୁ ବରଣ କରିଛନ୍ତି ।
ଠିକ ସେହି ପରି ଓଡ଼ିଆ ସିନେମା ଜଗତ ର ସୁପର ହିଟ ଗାୟିକା ତପୁ ମିଶ୍ର ମଧ୍ୟ କିଛି ଦିନ ପୂର୍ବରୁ କରୋନା ରୋଗ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଫୁସଫୁସ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇ ଯାଇଥିଲା । ଚିକିତ୍ସଧୀନ ଅଵସ୍ଥା ରେ ଗତ କାଲି ରାତି ରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତ୍ୟୁ ପୂର୍ବ ରୁ ସେ ତାଙ୍କ ଶେଷ ଭିଡିଓ ରେ କଣ ସବୁ କହିଥିଲେ ଆସନ୍ତୁ ସେ ବିଷୟ ରେ ଜାଣିବା ।
ତପୁ ପ୍ରଥମେ ଲାଇଭ ଆସି କହିଥିଲେ ଯେ ସେ କିଛି ଲୋକ ଙ୍କୁ ମିସ କରୁଛନ୍ତି । ଯେଉଁମାନେ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି ଓ ପରଲୋକ ଗମନ କରିଛନ୍ତି ସେମାନଂକୁ ସେ ବହୁତ ମିସ କରୁଛନ୍ତି ବୋଲି କହିଥିଲେ । ଲକଡାଉନ ରେ ତାଙ୍କର ଅନେକ ବନ୍ଧୁ ଓ ପାଖ ଲୋକ ଙ୍କ ର ମୃତ୍ୟୁ ହୋଇ ଯାଇଥିଲା । ସେ ସେମାନଙ୍କୁ କହିଥିଲେ ଘରକୁ ଆସିଲେ ରୋଷେଇ କରି ରାନ୍ଧିକରି ଦେବେ କିନ୍ତୁ ତାହା ହୋଇ ପାରି ନ ଥିଲା ।
ଏଥିପାଇଁ ସେ ବହୁତ ଦୁଃଖିତ ଅନୁଭବ କରୁଛନ୍ତି । ଏହା ସହିତ ସେ କହିଥିଲେ ଓଡ଼ିଆ ସେନେମା ଜଗତ ର ମଧ୍ୟ ବହୁତ ଲୋକ ଏହି କରୋନ କାଳ ରେ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କ ସହିତ କରିଥିବା କାମ ସମୟ ର କଥା ମନେ ପଡିଲେ ତାଙ୍କୁ ବହୁତ ଦୁଃଖ ଲାଗୁଛି ।
ଏହା ପରେ ସେ କହିଥିଲେ ଜୀବନ ଟା ବହୁତ ଛୋଟ କେତେବେଳେ କାହାର ଜୀବନ ସରିଯିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ । ତେଣୁ ସମସ୍ତେ ସମସ୍ତଙ୍କୁ ଭଲ ପାଇବା ଦରକାର । ମନ ରେ କୌଣସି ରାଗ କିମ୍ବା ଅହଂ ଭାବ ବିଲକୁଲ ମଧ୍ୟ ରଖିବା ଉଚିତ ନୁହେଁ । ସେ କହିଥିଲେ ଦର୍ଶକ ମାନଙ୍କ ର ଭଲପାଇବା ପାଇଁ ସେ ଆଜି ଏହି ସ୍ଥାନ ରେ ପହଞ୍ଚି ପାରିଛନ୍ତି ଦର୍ଶକ ନ ଥିଲେ ଆଜି କିଛି ବି କରିପାରି ନ ଥାନ୍ତେ ।
ତପୁ କହିଥିଲେ ସେ ଆଜି ଏଥିପାଇଁ ଲାଇଭ ଆସିଛନ୍ତି କି ଯଦି କାହାର କୌଣସି ପ୍ରକାର ଅଭିଯୋଗ ଥିବ ତେବେ ସେ ତାଙ୍କ ସହିତ ସିଧାସଳଖ କଥା ହୋଇପାରିବେ । ସର୍ବ ଶେଷ ରେ ସେ କହିଥିଲେ କରୋନା ପୁଣି ଆସିଯାଇଛି ତେଣୁ ସମସ୍ତେ ସତର୍କ ରୁହନ୍ତୁ, ମାସ୍କ ବ୍ୟବହାର କରନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।