ହଠାତ Live ଆସି Tapu Mishra ଙ୍କ ପାଇଁ କିଛି ଏମିତି କହିଲେ ଓଡିଆ ସିଙ୍ଗର Ira Mohanty, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃ-ତ୍ୟୁ ବରଣ କରିଛନ୍ତି ।

ଠିକ ସେହି ପରି ଓଡ଼ିଆ ସିନେମା ଜଗତ ର ସୁପର ହିଟ ଗାୟିକା ତପୁ ମିଶ୍ର ମଧ୍ୟ କିଛି ଦିନ ପୂର୍ବରୁ କରୋନା ରୋଗ ରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ସେ କରୋନା ରୁ ସୁସ୍ଥ ହୋଇ ସାରିଥିଲେ ମଧ୍ୟ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇଯାଇଛି । ତାଙ୍କ ଫୁସଫୁସ ପର୍ଯ୍ୟନ୍ତ ସଂକ୍ରମଣ ପହଁଚି ଯାଇଥିବାରୁ ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଏହି ସମୟ ରେ ଓଡ଼ିଆ କଣ୍ଠ ଶିଳ୍ପୀ ଇରା ମହାନ୍ତି ତାଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ।


ଇରା ମହାନ୍ତି କହିଛନ୍ତି ଯେ ଆମ ପ୍ରିୟ କଣ୍ଠ ଶିଳ୍ପୀ ବର୍ତ୍ତମାନ କରୋନା ଦ୍ଵାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । କେତେବେଳେ ସେ ସୁସ୍ଥ ହେଉଛନ୍ତି ତ ପୁଣି କେତେବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡୁଛି । ତାଙ୍କ ପରିବାର ଲୋକ ମାନେ ମଧ୍ୟ ବହୁତ କଷ୍ଟ ସହିଲେଣି । ଭଗବାନ ତାଙ୍କ ପରିବାର ଲୋକ ଙ୍କୁ ଅସୀମ ଧର୍ଯ୍ୟ ଦିଅନ୍ତୁ । ତାଙ୍କ ସହିତ ସମସ୍ତ କଳାକାର ମାନେ ତାଙ୍କର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛନ୍ତି ।

ତପୁ ଙ୍କ ପାଇଁ କିଏ ଭଗବାନ ଙ୍କ ପାଖରେ ଦୀପ ଜାଳୁଛନ୍ତି ତ କିଏ ଭୋଗ ଲଗାଉଛନ୍ତି । ଅରକ୍ଷିତ କୁ ଦଇବ ସାହା ପରି କଳାକାର ଙ୍କୁ ଭଗବାନ ସାହା ହୋଇଥାଆନ୍ତି । ଠିକ ସେହିପରି ଆପଣ ମାନଙ୍କ ର ଭଲ ପାଇବା ଆପଣଙ୍କ ଆଶୀର୍ବାଦ ଆପଣଙ୍କ ପ୍ରାର୍ଥନା ତପୁ ଙ୍କୁ ନିଶ୍ଚୟ ଭଲ କରିଦେବ ।

ସେ ଦର୍ଶକ ମାନଙ୍କୁ ଆହୁରି ମଧ୍ୟ ଅନୁରୋଧ କରିଛନ୍ତି ଯେ ତପୁ ଙ୍କ ପାଇଁ ନିଜର କିଛି ସମୟ ବାହାର କରି ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରନ୍ତୁ । ସେ କହିଛନ୍ତି ତପୁ ଜଣେ ଉଚ୍ଚକୋଟୀର କଣ୍ଠ ଶିଳ୍ପୀ । ସେ ନିଜର ସୁମଧୁର ସଙ୍ଗୀତ ଦ୍ଵାରା ଆମକୁ ବହୁତ ଦିନ ହେବ ମନୋରଞ୍ଜନ କରି ଆସୁଥିଲେ ।

ତପୁ ଙ୍କୁ ଏହି ସମୟ ରେ ଲଢେଇ କରିବାକୁ ପଡିବ ଓ ଏହି ଲଢେଇ ରେ ତାଙ୍କୁ ନିଶ୍ଚୟ ଜିତିବାକୁ ହେବ ଏବଂ ପୁଣି ଥରେ ସୁସ୍ଥ ହୋଇ ଆମକୁ ନିଜ ସୁମଧୁର କଣ୍ଠ ଦ୍ଵାରା ମନୋରଞ୍ଜନ କରିବାକୁ ହେବ । ତପୁ ଙ୍କୁ ସିନେମା ଜଗତ ଅପେକ୍ଷା କରିଛି । ତାଙ୍କୁ ଆହୁରି ବହୁତ କାମ କରିବାର ଅଛି ।

ଭଗବାନ କରନ୍ତୁ ତପୁ ଖୁବ ଶୀଘ୍ର ସୁସ୍ଥ ହୋଇ ଚାଲିଆସନ୍ତୁ ବୋଲି ଇରା ମହାନ୍ତି କହିଛନ୍ତି । ତେବେ ଭଗବାନ ଜଗନ୍ନାଥ ଙ୍କ ନିକଟରେ ମଧ୍ୟ ଆମର ଏତିକି ପ୍ରାର୍ଥନା ସେ ଜଲ୍ଦି ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ଓ ନିଜ ର ଶିମଧୁର କଣ୍ଠ ରେ ସମସ୍ତଙ୍କ ମନୋରଞ୍ଜନ କରନ୍ତୁ । ଆପଣ ମାନେ ମଧ୍ୟ ପ୍ରାର୍ଥନା କରନ୍ତୁ ଓ ଏହା ସହିତ ଏହାକୁ ଅଧିକ ରୁ ଅଧିକ ସେୟାର ମଧ୍ୟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *