ମୃତ୍ୟୁ ପୂର୍ବରୁ Tapu Mishra ହଠାତ Live ଆସି ନିଜ ପିତାଙ୍କ ବିଷୟରେ କହିଥିଲେ କିଛି ଏମିତି କଥା, ଯାହାକୁ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଗାୟିକା ତପୁ ମିଶ୍ର କୋରନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ତପୁ ଙ୍କ ମୃତ୍ୟୁ ଖବର ଶୁଣିବା ପରେ ସମଗ୍ର ଓଲିଉଡ ଇଣ୍ଡଷ୍ଟ୍ରୀ ଏବଂ ଦର୍ଶକ ଙ୍କ ମନରେ ଶୋକ ର ଛାୟା ଖେଳି ଯାଇଛି ।

ଅନେକ ସୁପରହିଟ ଓଡ଼ିଆ ଫିଲ୍ମ ଓ ସିରିଆଲ ରେ ନିଜର କଣ୍ଠଦାନ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ତପୁ ମିଶ୍ର । ତପୁ ମିଶ୍ର ଙ୍କ ସଙ୍ଗୀତ କୁ ସମସ୍ତ ଦର୍ଶକ ବହୁତ ମାତ୍ରା ରେ ପସନ୍ଦ କରନ୍ତି । ନିଜ ମଧୁର କଣ୍ଠ ଦ୍ଵାରା ତପୁ ମିଶ୍ର ସମସ୍ତ ଦର୍ଶକ ଙ୍କ ହୃଦୟ କୁ କିଣି ନେଇଥିଲେ ଏବଂ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

କିନ୍ତୁ ଗତ ମାସ ତପୁ ଙ୍କ ପିତା ଙ୍କ ନିଧନ ହୋଇଥିଲା । ତାଙ୍କ ପିତା ମଧ୍ୟ କୋରନା ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ଏହାପରେ ତପୁ ମିଶ୍ର ମଧ୍ୟ କୋରନା ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ଯାହା ଫଳରେ ସେ ଭୁବନେଶ୍ୱର ର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ପାଖାପାଖି ଏକ ମାସ ଧରି ହସ୍ପିଟାଲ ରେ ଚିକିତ୍ସିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ଯାଇଥିଲା । ଶେଷରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏଭଳି ମହାନ କଳାକାର ଙ୍କ ମୃତ୍ୟୁ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ନିଶ୍ଚିତ ଭାବରେ ଏକ ଅପୁରଣୀୟ କ୍ଷତି ।

ତେବେ ଓଲିଉଡ ଗାୟିକା ତପୁ ମିଶ୍ର ମୃତ୍ୟୁ ପୂର୍ବରୁ ଶେଷ ଥର ଯେବେ ଲାଇଭ ଆସିଥିଲେ ସେ ନିଜ ପିତା ଙ୍କ ବିଷୟରେ କିଛି କହିଥିଲେ । ଯାହା ଶୁଣିଲେ ହୁଏତ ଆପଣ ମାନେ ମଧ୍ୟ ଭାବୁକ ହୋଇଯିବେ । ସେ କହିଥିଲେ ତାଙ୍କର ଏହି ସଫଳତା ପଛରେ ତାଙ୍କ ପିତା ଙ୍କ ବିଶେଷ ହାତ ରହିଛି ।

ଯେବେବି ସେ କୌଣସି ଆୱାର୍ଡ ପାଆନ୍ତି ତାଙ୍କ ପିତା ପ୍ରଥମେ ତାଙ୍କ ଠାରୁ ସେହି ଆୱାର୍ଡ କୁ ରିସିଭ କରନ୍ତି ଏବଂ ତାକୁ ସଜାଇ ରଖନ୍ତି । ତପୁ ଏହା ମଧ୍ୟ କହିଥିଲେ ଯେ ସେ ନିଜ ଜୀବନ ରେ ଯେତେ ଗୀତ ଗାଇଛନ୍ତି ସବୁ ନିଜ ପିତା ଙ୍କୁ ଡେଡିକେଟ୍ କରନ୍ତି । ତାଙ୍କ ପିତା ହିଁ ସମସ୍ତ ରିୱାର୍ଡ ର ଅଧିକାରୀ । ସମସ୍ତ ଙ୍କ ଜୀବନ ରେ ତାଙ୍କ ପିତାମାତା ହିଁ ସବୁକିଛି ଅଟନ୍ତି ।

ପିତାମାତା ଙ୍କ ବିନା ଜୀବନ ଅସମ୍ଭବ ବୋଲି ତପୁ ମିଶ୍ର ଲାଇଭ ଭିଡିଓ ରେ କହିଥିଲେ । ଶେଷରେ ସେ ସମସ୍ତଙ୍କୁ ସତର୍କ ଓ ସାବଧାନ ରହିବାକୁ ମଧ୍ୟ ଅନୁରୋଧ କରିଥିଲେ । କିନ୍ତୁ ଆଜି ସେହି ଦିଗଜ୍ଜ କଣ୍ଠଶିଳ୍ପୀ ତପୁ ମିଶ୍ର ହିଁ ଆମ ଗହଣ ରେ ଉପସ୍ଥିତ ନାହାନ୍ତି । ଯାହା ବହୁତ ଦୁଃଖ ର ବିଷୟ ଅଟେ ।

Leave a Reply

Your email address will not be published. Required fields are marked *