ସିଙ୍ଗର ତପୁ ମିଶ୍ରଙ୍କ ଅବସ୍ଥା ସଂକଟାପନ୍ନ, ସହାୟତାର ହାତ ବଢେଇଲେ Sonu Sood, ଟ୍ବିଟ କରି କହିଲେ ଏମିତି…

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି ।

ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃତ୍ୟୁ ବରଣ କରିଛନ୍ତି । ଠିକ ସେହି ପରି ଓଡ଼ିଆ ସିନେମା ଜଗତ ର ସୁପର ହିଟ ଗାୟିକା ତପୁ ମିଶ୍ର ମଧ୍ୟ କିଛି ଦିନ ପୂର୍ବରୁ କରୋନା ରୋଗ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ସଙ୍କଟାପନ୍ନ ହୋଇ ଯାଇଥିବାରୁ ତାଙ୍କୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ଡାକ୍ତର ମାନଙ୍କ ର ଚିକିତ୍ସା ସତ୍ତ୍ୱେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ କୌଣସି ଉନ୍ନତି ଘଟି ନ ଥିବାରୁ ତାଙ୍କୁ ମେ ମାସ ୨୦ ତାରିଖ ଦିନ କଟକ ର ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା । ବନ୍ଧୁଗଣ ତପୁ ମିଶ୍ର ସଙ୍ଗୀତ ଦୁନିଆ ର ଜଣେ ଜଣାଶୁଣା ଗାୟିକା ଅଟନ୍ତି । ସେ ଓଲିଉଡ ରେ ଅନେକ ସୁପରହିଟ ଗୀତ ରେ ନିଜର କଣ୍ଠ ଦାନ କରିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।

କଟକ ର ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଡାକ୍ତର ମାନଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ କୌଣସି ଉନ୍ନତି ଆସୁ ପାରୁ ନାହିଁ । ତପୁ ଙ୍କ ର ଏହି ଅଵସ୍ଥା କୁ ନେଇ ତପୁ ଙ୍କ ର ଜଣେ ସାଙ୍ଗ ଗୀତା ଦାସ ସୋନୁ ସୁଡ଼ ଙ୍କୁ ଟ୍ୱିଟର ଜରିଆ ଏକ ମେସେଜ ପଠାଇ ଥିଲେ । ସେ ଟ୍ୱିଟ କରି କହିଥିଲେ ଯେ ସାର ଆମ ସାଙ୍ଗ ତପୁ ମିଶ୍ର ଙ୍କ ପାଇଁ ୨ଡିଜି ସ୍ୟାଚେଟ ବହୁତ ଆବଶ୍ୟକ ଅଛି ।

ଏହା ତାଙ୍କ ପାଇଁ ବହୁତ ଆବଶ୍ୟକ ଅଛି । ଆମେ ଏହାକୁ ବହୁତ ଖୋଜାଖୋଜି କରିସାରିଲୁଣି କିନ୍ତୁ ଏହା ଆମକୁ ମିଳୁ ନାହିଁ । ଏହା ନ ମିଳିବାରୁ ଆମର ପ୍ରିୟ ସାଙ୍ଗ ତଥା ଓଲିଉଡ ର ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଙ୍କ ର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ବିଗିଡି ଯାଉଛି । ଏହା ପରେ ସୋନୁ ସୁଡ଼ ଉତ୍ତର ଦେଇ କହିଥିଲେ ଆପଣ ଆଦୋୖ ବ୍ୟସ୍ତ ହୁଅନ୍ତୁ ନାହିଁ । ତପୁ ମିଶ୍ର ଙ୍କ ର କିଛି ହେବ ନାହିଁ ସେ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ ।

ବର୍ତ୍ତମାନ ସୋନୁ ଙ୍କ ର ଉତ୍ତର ଆସିବା ପରେ ସମସ୍ତଙ୍କୁ ଟିକେ ଆସ୍ୱସ୍ତି ମିଳିଛି । ଏହା ସହିତ ସୋନୁ ଙ୍କ ତରଫରୁ ମଧ୍ୟ ତାଙ୍କୁ ସହାୟତା ମିଳିବ ବୋଲି ଆଶା କରାଯାଉଛି । ଆଶା କରୁଛୁ ତପୁ ମିଶ୍ର ଖୁବ ଶୀଘ୍ର ଭଲ ହୋଇଯିବେ ଓ ପୂର୍ବ ପରି ପୁଣି ଆହୁରି ଅନେକ ସୁପରହିଟ ଗୀତ ଆମକୁ ତାଙ୍କ କଣ୍ଠ ରୁ ଶୁଣୁବାକୁ ମିଳିବ ।

Leave a Reply

Your email address will not be published. Required fields are marked *