ବନ୍ଧୁଗଣ ଓଡିଶା ପାଣି ପୁଣି ଏକ ଦୁଃଖର ଖବର ଗତ ଆସିଥିଲା । ଗତ ଏକ ଦିନ ପୂର୍ବରୁ ଓଡିଆର ପ୍ରସିଦ୍ଧ ଗାୟିକା ତପୁ ମିଶ୍ର କରୋନା ମହାମାରୀରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଥିଲେ ।
ଗତ ବହୁତ ଦିନ ହେବ ସେ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନେଉଥିଲେ ହେଲେ ଗତ ତିନି ଦିନ ପୂର୍ବରୁ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇଥିବାରୁ ସେ ପ୍ରାଣ ତ୍ୟାଗ କରିଥିଲେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ତପୁଙ୍କ ଦେହାନ୍ତ ପାଇଁ ପୁଣି ଶୋକର ଛାୟା ଖେଳିଯାଇଛି । ଓଡିଆ ଇଣ୍ଡଷ୍ଟ୍ରିରେ ତପୁଙ୍କର ଏକ ବଡ ଅବଦାନ ରହିଛି ।
ସେ ଅନେକ ସୁପର ହିଟ ଗୀତ ଗାଇ ବହୁତ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ତପୁଙ୍କ ଦେହାନ୍ତ ପରେ ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋସ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଦେହାନ୍ତ ପୂର୍ବରୁ ତପୁ ଏକ ଲାଷ୍ଟ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ ଓ ସେହି ଭିଡିଓଟି ବହୁତ ଚର୍ଚାରେ ରହିଛି । ଆଜିଆମେ ଆପଣ ମାନଙ୍କୁ ସେହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଭିଡିଓ ବିଷୟରେ ।
ଭିଡିଓରେ ତପୁ କହୁଛନ୍ତି-‘ ମୋ ସ୍ଵାମୀ ବର୍ତ୍ତମାନ କାମରେ ବ୍ୟସ୍ତ ଅଛନ୍ତି । ସେ ମଧ୍ୟ ବହୁତ ଭଲରେ ଅଛନ୍ତି । ଆମେ ଏଥର ହୋଲି ଖେଳିଲୁ । ଗତବର୍ଷ ଆମେ ମୁମ୍ବାଇରେ ଥିଲୁ । କାରଣ ଗତବର୍ଷ ଲକଡାଉନ ପାଇଁ ଆମେ ମୁମ୍ବାଇରେ ଫସି ଯାଇଥିଲୁ । ଅବଶ୍ୟ ମୋ ସ୍ଵାମୀ ସେଠି ରୁହନ୍ତି ଓ ଆମେ ବୁଲିବାକୁ ଯାଇଥିଲୁ । ଲକଡାଉନ ହେବା କାରଣରୁ ଆମେ ମୁମ୍ବାଇରେ 8 ମାସ ପର୍ଯ୍ୟନ୍ତ ରହିଲୁ । ଗତ ବର୍ଷ ତ ଆମେ ହୋଲି ଖେଳି ପାରି ନଥିଲୁ ହେଲେ ଏହି ଥର ଆମେ ବହୁତ ଖୁସିରେ ହୋଲି ଖେଳିଛୁ’ ।
ଏହାପରେ ଆଗକୁ ତପୁ କହିଛନ୍ତି-‘ ମୋ ସ୍ଵାମୀ ହେଉଛନ୍ତି ଜଣେ ସଙ୍ଗୀତ ପ୍ରିୟ ମଣିଷ । ତାଙ୍କୁ ସବୁ ଗୀତ ଭଲ ଲାଗେ ଓ ସେ ବହୁତ ଗୀତ ଗାନ୍ତି । ଯେତେବେଳେ କୌଣସି ଗୀତ ରିଲିଜ ହୁଏ ପ୍ରଥମେ ସେ ଏହାର ଖବର ମତେ ଦିଅନ୍ତି । ତାଙ୍କ ମନପସନ୍ଦର ଗୀତ ହେଉଛି ଚକିଲେଟ ଫିଲ୍ମର ‘କିଛି ବାଟ’ ଓ ଲୋଫର ଫିଲ୍ମର ‘ଇଟ୍ସ ଓନ୍ଲି ପ୍ୟାର’ ।
ବନ୍ଧୁଗଣ ସୋସିଆଲ ମିଡିଆରେ ତପୁଙ୍କ ଫ୍ୟାନ୍ସ ମାନେ ଭିଡିଓରେ ଅନେକ ପ୍ରଶ୍ନ ପଚାରୁଛନ୍ତି ଓ ତପୁ ମଧ୍ୟ ସେହି ସମସ୍ତ ପ୍ରଶ୍ନର ବହୁତ ସୁନ୍ଦର ଉତ୍ତର ଦେଉଛନ୍ତି । ଜଣେ ତପୁଙ୍କୁ ପଚାରୁଛନ୍ତି ଆପଣଙ୍କ ମନର ରାଜା କିଏ ?, ତପୁ ଏହି ପ୍ରଶ୍ନର ଏକ ମଜାଦାର ଉତ୍ତର ଦେଉଛନ୍ତି ।
ତପୁ କହୁଛନ୍ତି- ଯିଏ ମୋର ମନର ରାଜା ଥିଲା ମୁ ପରା ତାଙ୍କ ସହ ବିବାହ କରିଲି ଆଉ କିଏ ରହିବ । ତପୁ ନିଜ ଫ୍ୟାନ୍ସ ମାନଙ୍କୁ ବହୁତ ଭଲ ପାଉଥିଲେ ଓ ସେ ସମସ୍ତଙ୍କୁ ସମ୍ମାନ ଦେଉଥିଲେ । ଆଜି ସେ ଆମ ମାନଙ୍କ ମଧ୍ୟରେ ନଥିଲେ ମଧ୍ୟ ତାଙ୍କ କଣ୍ଠ ଆମ ମନରେ ସବୁଦିନର ସ୍ମୃତି ହୋଇ ରହିବ ।