ମୃତ୍ୟୁ ପୂର୍ବରୁ Live ଆସି ସ୍ବାମୀଙ୍କୁ କିଛି ଏମିତି କହିଥିଲେ Tapu Mishra, ଥରେ ଦେଖନ୍ତୁ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ଏହି କରୋନା ମହାମାରୀ ର ଦ୍ଵିତୀୟ ଲହରୀ ଦିନ କୁ ଦିନ ବହୁତ ଭୟାନକ ହୋଇ ଯାଉଛି । ଅନେକ ଦିଗଜ କଳାକାର ମାନେ ଏହି କରୋନା ମହାମାରୀ ରେ ଆକ୍ରାନ୍ତ ହୋଇ ମୃ-ତ୍ୟୁ ବରଣ କରିଛନ୍ତି ।

ତେବେ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ତପୁ ମିଶ୍ର ଅନେକ ଓଡ଼ିଆ ଫିଲ୍ମ ଓ ଅଲବମ୍ ରେ ନିଜର କଣ୍ଠଦାନ କରିଛନ୍ତି । ତାଙ୍କ କଣ୍ଠ ର ଯାଦୁ ରେ ସେ ସମସ୍ତ ଦର୍ଶକ କୁ ମନ୍ତ୍ରମୁଗ୍ଧ କରିଛନ୍ତି । ଏହି ପ୍ରସିଦ୍ଧ ଗାୟିକା ଜଣକ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ଗୀତ ରେ କଣ୍ଠଦାନ କରି ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଫିଲ୍ମ ଓ ଆଲବମ୍ ବ୍ୟତୀତ ଅନେକ ଓଡ଼ିଆ ଭଜନ ରେ ମଧ୍ୟ ତପୁ ମିଶ୍ର ନିଜର କଣ୍ଠଦାନ କରିଛନ୍ତି । ତପୁ ମିଶ୍ର ଙ୍କ କଣ୍ଠ ର ଯେତେ ମଧ୍ୟ ପ୍ରଶଂସା କରିଲେ ତାହା କମ ପଡ଼ିବ । ତାଙ୍କ କଣ୍ଠ ର ଯାଦୁ ରେ ସମସ୍ତ ଦର୍ଶକ ବାନ୍ଧି ହୋଇ ରହିଛନ୍ତି । କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଖବର ସାମ୍ନା କୁ ଆସିଛି ଯାହା ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ଦୁଃଖୀ ହୋଇଯିବେ ।

ସୂଚନାନୁସାରେ ଓଲିଉଡ ଜଗତର ଏହି ପ୍ରଖ୍ୟାତ ଗାୟିକା ତପୁ ମିଶ୍ର କୋରନା ମହାମାରୀ ରେ ଆକ୍ରାନ୍ତ ହୋଇଥିଲେ ଏବଂ ଗୁରୁତର ଅବସ୍ଥାରେ ତପୁ ମିଶ୍ର ଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଡ଼ମିଟ କରାଯାଇ ଥିଲା । ତପୁ ଙ୍କୁ ହସ୍ପିଟାଲ ରେ ଆଇ ସି ୟୁ ରେ ଭର୍ତ୍ତି କରାଯାଇ ଥିଲା । ଭୁବନେଶ୍ୱର ର କୋଭିଡ଼ ହସ୍ପିଟାଲରେ ତାଙ୍କର ଚିକିତ୍ସା କରା ଯାଉଥିଲା । କିନ୍ତୁ ଗତକାଲି ସେ ସେହି ଘରୋଇ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଏହି ଖବର ସାମ୍ନା କୁ ଆସିବା ପରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋକ ର ଛାୟା ଖେଳି ଯାଇଛି ଏବଂ ସମସ୍ତ କଳାକାର ଓ କଣ୍ଠଶିଳ୍ପୀ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ତପୁ ମିଶ୍ର ଙ୍କ ସ୍ୱାସ୍ଥ୍ୟ ଖବର ଶୁଣି ତପୁ ଙ୍କ ସମସ୍ତ ବନ୍ଧୁ କଳାକାର ଓ କଣ୍ଠଶିଳ୍ପୀ ତଥା ଶୁଭେଚ୍ଛକ ତାଙ୍କୁ ଫେସବୁକ ରେ ଟ୍ୟାଗ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ କିନ୍ତ ସେ ସମସ୍ତ ଙ୍କୁ ଛାଡି ଆର ପାରି କୁ ଚାଲିଗଲେ ।

ତପୁ ମିଶ୍ର ଓଡ଼ିଆ ସିନେମା ରେ ଅନେକ ଗୀତ ଗାଇଛନ୍ତି ଏବଂ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି । ତେବେ ତପୁ ମିଶ୍ର ସୋସିଆଲ ମିଡ଼ିଆ ରେ ମଧ୍ୟ ବହୁତ ଆକ୍ଟିଭ ରହିଥାନ୍ତି ଏବଂ କିଛି ଗୀତ ଗାଇ ମଧ୍ୟ ନିଜ ଫ୍ୟାନ ମାନଙ୍କ ର ମନୋରଞ୍ଜନ କରିଥାନ୍ତି ଏବଂ ତାହା ସହ ସେ ବେଳେବେଳେ ଲାଇଭ ଆସି ମଧ୍ୟ ନିଜ ପ୍ରଶଂସକ ମାନଙ୍କ ସହ କଥା ବାର୍ତ୍ତା ହୁଅନ୍ତି ଏବଂ ନିଜ ମନ କଥମଧ୍ୟ କୁହନ୍ତି ।

ତେବେ ସେ ନିଜ ଶେଷ ଲାଇଭ ରେ ଆସି ନିଜ ଫ୍ୟାନ ମାନଙ୍କ ସହ ବହୁତ କଥା ହୋଇଥିଲେ ସେ କଣ ଖାଇଛନ୍ତି କଣ କରୁଛନ୍ତି ଆଦି ବିଷୟରେ । ତେବେ ତାଙ୍କ ସ୍ୱାମୀ ଦୀପକ ଙ୍କ ବିଷୟରେ ସେ କହିଥିଲେ କି ଦୀପକ ଜଣେ ସଙ୍ଗୀତ ପ୍ରେମୀ ଏବଂ ସେ ସର୍ଵଦା ଗୀତ ଶୁଣୁ ଥାଆନ୍ତି ଏଵଂ ତାଙ୍କ ଦୁଇ ଜଣଙ୍କ ର ଭଲ ଯୋଡି ମଧ୍ୟ ପଡିଛି ।

ଏହା ସହ ସେ କିପରି ପୂର୍ବ ଲାକଡାଉନ ରେ ମୁମ୍ବାଇ ରେ ଫସି ଯାଇଥିଲେ ଏଵଂ ଏହି ବର୍ଷ ସେ ନିଜ ସ୍ୱାମୀ ଙ୍କ ସହ ହୋଲି ଖେଳି ବହୁତ ଖୁସି ମଧ୍ୟ ଥିଲେ କିନ୍ତୁ ତାଙ୍କର ଏହି ଖୁସି ସବୁ ଅଧାରେ ରହିଗଲା ଏବଂ ସେ ସମସ୍ତଙ୍କୁ ଛାଡି ଆରପାରି କୁ ଚାଲିଗଲେ । ଆମେ ତାଙ୍କ ଆତ୍ମା ର ଶାନ୍ତି ପାର୍ଥନା କରୁଛୁ ଏବଂ ସେ ସର୍ଵଦା ଆମ ମନ ରେ ଅମର ହୋଇ ରହିବେ କାରଣ କଳାକାର କେବେ ମରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *