Silpa ଙ୍କ ହୃଦୟ ସହିତ ବହୁତ ଖରାପ ଭାବରେ ଖେଳିଥିଲେ Akshya Kumar, Actress କହିଲେ, ମୋତେ 2 ଥର ୟୁଜ କରିଥିଲେ ଆଉ ତା’ ପରେ ମୋ ସହିତ…

ହିନ୍ଦୀ ସିନେମାରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କ ପ୍ରେମ କାହାଣୀ ଅଧୁରା ରହି ଯାଇଛି । ଏହି ତାଲିକାରେ ବଲିଉଡ଼ର ଦିଗଜ ଅଭିନେତା ଅକ୍ଷୟ କୁମାର ଓ ଫିଟ୍ ଏବଂ ହିଟ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ନାମ ମଧ୍ୟ ସାମିଲ ରହିଛି ।

ବଲିଉଡରେ ଏକ ସମୟରେ ଶିଳ୍ପା ଓ ଅକ୍ଷୟ କୁମାରଙ୍କ ପ୍ରେମର ଚର୍ଚ୍ଚା ଖୁବ୍ ହେଉଥିଲା । ବଲିଉଡ଼ର ସମ୍ବେଦନଶୀଳ ବ୍ରେକଅପ୍ ତାଲିକାରେ ଏହି ଦୁଇ ପ୍ରେମୀଙ୍କ ନାମ ମଧ୍ୟ ରହିଛି । ଅକ୍ଷୟ କୁମାରଙ୍କ ନାମ ହିନ୍ଦୀ ସିନେମାର ପ୍ରାୟ ଅଧା ଦର୍ଜନ ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇଥିଲା । ଆଜି ଅକ୍ଷୟ କୁମାର ଓ ଶିଳ୍ପା ସେଟ୍ଟି ଦୁଇ ଜଣ ନିଜ ନିଜ ବୈବାହିକ ଜୀବନରେ ଖୁସିରେ ଅଛନ୍ତି ।

ମାତ୍ର ନବେ ଦଶକରେ ଦୁଇ ଜଣ ଯାକ ପରସ୍ପର ସହ ପ୍ରେମ ସ-ମ୍ବ-ନ୍ଧ-କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥିଲେ । ଜଣାଇ ଦେଉଛୁ ଯେ, ୧୯୯୪ ମସିହାରେ ଶିଳ୍ପା ସେଟ୍ଟି ଓ ଅକ୍ଷୟ କୁମାରଙ୍କ ପ୍ରେମ ପ୍ରସଙ୍ଗର ଆରମ୍ଭ ହୋଇଥିଲା । ସେହି ବର୍ଷ ସେମାନଙ୍କର ଫିଲ୍ମ ‘ମେଁ ଖିଲାଡ଼ି ତୁ ଅନାଡ଼ି’ ରିଲିଜ୍ ହୋଇଥିଲା ଓ ଦୁହେଁ ପରସ୍ପରକୁ ସେହି ଫିଲ୍ମ ସେଟ୍ ରେ ହିଁ ଭେଟିଥିଲେ । ସେତେବେଳେ ଅକ୍ଷୟ କୁମାର ସୁପରିଚିତ ଓ ସୁନ୍ଦରୀ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ଓ ଶିଳ୍ପା ଏବଂ ରବିନା ମଧ୍ୟ ସେହି ସମୟରେ ଖୁବ୍ ଭଲ ବନ୍ଧୁ ଥିଲେ ।

ମିଡ଼ିଆ ରିପୋର୍ଟ ଏହା ଦାବି କରେ ଯେ ଅକ୍ଷୟ କୁମାର ଓ ରବିନା ଟଣ୍ଡନ ସେହି ସମୟରେ ଲୁଚି କରି ମନ୍ଦିରରେ ନିର୍ବନ୍ଧ ମଧ୍ୟ କରି ନେଇଥିଲେ ବୋଲି । ମାତ୍ର ବିବାହ ପର୍ଯ୍ୟନ୍ତ କଥା ଯିବା ପୂର୍ବରୁ ଅକ୍ଷୟ କୁମାର, ଶିଳ୍ପା ସେଟ୍ଟିଙ୍କ ପ୍ରେମରେ ପଡିଗଲେ ଓ ରବିନାଙ୍କ ସହ ତାଙ୍କ ସମ୍ପର୍କର ଅନ୍ତ ହୋଇଥିଲା । ସେତେବେଳକୁ ଅକ୍ଷୟ କୁମାର ଓ ଶିଳ୍ପା ସେଟ୍ଟିଙ୍କ ପ୍ରେମ ସମ୍ବନ୍ଧ କଥା ଫିଲ୍ମ ମାଗାଜିନ୍, ଖବରକାଗଜ ଆଦି ସବୁ ଆଡ଼େ ଛପି ସାରିଥିଲା ।

ଦୁହେଁ ଦୁହିଁଙ୍କୁ ପ୍ରାୟ ୬ ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିଲେ । ମାତ୍ର ସମ୍ପର୍କ ଆଗକୁ ବଢ଼ି ପାରି ନ ଥିଲା ଓ ଆଗକୁ ଯାଇ ଟ୍ବିଙ୍କଲ ଖାନ୍ନା, ଅକ୍ଷୟ କୁମାରଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ । ଏହା ସହ ଅକ୍ଷୟ କୁମାର ଓ ଶିଳ୍ପା ସେଟ୍ଟିଙ୍କ ପ୍ରେମ ସମ୍ପର୍କର ଶେଷ ହୋଇଥିଲା ଓ ଏହା ଯୋଗୁଁ ଅଭିନେତ୍ରୀଙ୍କୁ ଖୁବ୍ ବଡ଼ ଝଟକା ଲାଗିଥିଲା । ଅକ୍ଷୟଙ୍କ ସହ ବ୍ରେକ ଅଫ୍ ପରେ ବହୁତ ଭାଙ୍ଗି ପଡ଼ିଥିଲେ ଶିଳ୍ପା ସେଟ୍ଟି ।

ଏହି ମାମଲାରେ କଥା ହେବା ବେଳେ ଶିଳ୍ପା ସେଟ୍ଟି କହିଥିଲେ ଯେ ଅକ୍ଷୟ କୁମାର ତାଙ୍କୁ ଧୋ-କା ଦେଉଛନ୍ତି ଓ ଦୁଇ ଥର ଏପରି ତାଙ୍କର ଫାଇଦା ଉଠାଇଛନ୍ତି । ଅକ୍ଷୟ କୁମାର ତାଙ୍କୁ ବିବାହର କଥା ଦେଇ ପଛକୁ ହଟି ଯାଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ଅକ୍ଷୟ ହିଁ ଏକମାତ୍ର ଲୋକ ଯାହାଙ୍କ ଉପରେ ସେ ରାଗିଛନ୍ତି, କାରଣ ସେ ହିଁ ତାଙ୍କୁ ଧୋ-କା ଦେଇଥିଲେ ଓ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି କି ସମୟ ନିଶ୍ଚୟ ଏହାର ହିସାବ କରିବ ।

ଶିଳ୍ପା ଅକ୍ଷୟଙ୍କ ଡେଟିଂ ହାବିଟ ଉପରେ ମଧ୍ୟ ବୟାନ ଦେଇ କହିଥିଲେ, ସେ ତାଙ୍କର ସବୁ ଅଭିନେତ୍ରୀଙ୍କୁ ଅଧ ରାତିରେ ମନ୍ଦିର ନେଇ ଯାଇ ବିବାହର ପ୍ରତିଜ୍ଞା କରନ୍ତି ଓ ଯେମିତି କେହି ନୂଆ ଅଭିନେତ୍ରୀ ତାଙ୍କ ଜୀବନରେ ଆସନ୍ତି ସେ ନିଜ ପ୍ରତିଜ୍ଞା ଭାଙ୍ଗି ଦିଅନ୍ତି । ତେବେ ଶିଳ୍ପାଙ୍କ ସହ ବ୍ରେକଅଫ୍ ପରେ ଅକ୍ଷୟ କୁମାର ୨୦୦୧ରେ ଟ୍ବିଙ୍କଲ୍ ଖାନ୍ନାଙ୍କୁ ବିବାହ କରି ନେଇଥିଲେ ଓ ସେହିପରି ଶିଳ୍ପା ମଧ୍ୟ ୨୦୦୯ରେ ପ୍ରସିଦ୍ଧ ବିଜନେସମ୍ୟାନ ରାଜ୍ କୁନ୍ଦ୍ରାଙ୍କୁ ବିବାହ କରି ଘର ବସାଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *