ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସଗୁପ୍ତା ଅଲି ବର୍ତ୍ତମାନ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ କିଛି ଦିନ ହେବ ସଗୁପ୍ତା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।
ଗତ କିଛି ସମୟ ପୂର୍ବରୁ ସଗୁପ୍ତା ନିଜ ଦୁଃଖ ବିଷୟରେ କହିଥିଲେ । ସଗୁପ୍ତା କହିଥିଲେ, ତାଙ୍କୁ କୌଣସି କାମ ମିଳୁ ନାହିଁ ଓ ସେ ଲମ୍ବା ସମୟରୁ ଘରେ ବସିଛନ୍ତି । ପରିବାରର ସମସ୍ତ ଦାଇତ୍ଵ ତାଙ୍କ ଉପରେ ଅଛି ଓ ଅନ୍ୟ ପକ୍ଷରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଠିକ ନାହିଁ । ଗତ କିଛି ଦିନ ତଳେ ସଗୁପ୍ତା ଏକ ଇଣ୍ଟର୍ବ୍ୟୁ ଦ୍ଵାରା କହିଥିଲେ ଯେ, ସିନେ ଓ ଟିଭି ଆଟିଷ୍ଟ ଆସୋସିଏସନ ତାଙ୍କୁ ସହାୟତା କରିବା ପାଇଁ ଚେଷ୍ଟା କରିଥିଲେ ।
ତାଙ୍କୁ କଣ୍ଟ୍ରାକ୍ଟ ଦେବା ପାଇଁ ମଧ୍ୟ ରାଜି ହୋଇଥିଲେ ହେଲେ ସେ ସାହାର୍ଯ୍ୟ ନେବା ପାଇଁ ମନା କରିଦେଇଥିଲେ । କାରଣ ସେମାନେ ବହୁତ କମ ଟଙ୍କାରେ ତାଙ୍କୁ ସହାୟତା କରୁଥିଲେ । ଏହା ପରେ ସେ ସୋନୁ ସୁଦଙ୍କ ଠାରୁ ସାହାର୍ଯ୍ୟ ମାଗିବା ପାଇଁ ନିଷ୍ପତ୍ତି ନେଲେ ।
ସଗୁପ୍ତାଙ୍କ ମୁତାବକ, ସେ ସୋନୁଙ୍କ ଠାରୁ ସାହାର୍ଯ୍ୟ ନେବା ପାଇଁ ଚେଷ୍ଟା କରିଥିଲେ । ହେଲେ ସେତେବେଳେ ତାଙ୍କୁ ଜଣା ପଡିଥିଲା ଯେ, ସୋନୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକ ମାନଙ୍କର ସହାୟତା କରନ୍ତି ନାହିଁ କେବଳ ତାଙ୍କୁ ସର୍ବିସ ଦିଅନ୍ତି । ଟାଇମ୍ସ ଅଫ ଇଣ୍ଡିଆରେ କଥାବାର୍ତ୍ତା ହୋଇ ସଗୁପ୍ତା କହିଥିଲେ ତାଙ୍କୁ କୌଣସି ପ୍ରକାରର ସହାୟତା ମିଳି ନଥିଲା । ସିନଟା କିଛି ଦିନ ପୂର୍ବରୁ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଏକ କଣ୍ଟ୍ରାକ୍ଟ ଦେଇଥିଲା ।
ହେଲେ କମ ଟଙ୍କା ଦେବାରୁ ସେ ମନା କରିଦେଇଥିଲେ । ସେ ସିନଟାର ସଦସ୍ୟ ରହି ମଧ୍ୟ ତାଙ୍କୁ ଠିକ ଭାବରେ ସହାୟତା ମିଳି ନଥିଲା । ଏହାପରେ ସେ ସୋନୁଙ୍କ ଠାରୁ ସହାୟତା ମାଗିବା ପାଇଁ ଚେଷ୍ଟା କରିଥିଲେ ହେଲେ ସେଠୁ ମଧ୍ୟ ତାଙ୍କୁ କୌଣସି ସହାୟତା ମିଳିନଥିଲା । ସଗୁପ୍ତା ହେଉଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଏକ ଲୋକପ୍ରିୟ ଅଭିନେତ୍ରୀ । ସେ ଅନେକ ଲୋକପ୍ରିୟ ଟିଭି ସିରିଏଲରେ କାମ କରିଛନ୍ତି । ସେ ସାସ, ଶାଶୁରାଲ ସୀମର କା ଓ ବେପନାହ ଆଦି ଲୋକପ୍ରିୟ ସିରିଏଲରେ କାମ କରିସାରିଛନ୍ତି । ହେଲେ ବହୁତ ସମୟ ହେବ ତାଙ୍କୁ କାମ ନମିଳିବାରୁ ସେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଏକ ଇଣ୍ଟର୍ବ୍ୟୁ ଦ୍ଵାରା ସେ କହିଥିଲେ ଯେ, ସେ ପାଖା ପାଖି ୪ ବର୍ଷ ହେବ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୨୦ ବର୍ଷ ପୂର୍ବରୁ ସେ ବ୍ରେଷ୍ଟ କ୍ୟାନ୍ସରରେ ପୀଡିତ ଥିଲେ । ବର୍ତ୍ତମାନ ସେ ଡାଇବେଟିସ ଓ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେ ନିଜର ଅନେକ ଜିନିଷକୁ ବିକ୍ରି କରି ସାରିଛନ୍ତି । ତାଙ୍କୁ ଟଙ୍କାର ବହୁତ ଆବଶ୍ୟକତା ରହିଛି । ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ଥିବାରୁ ପ୍ରାୟତଃ ଅଧିକାଂଶ ମଣିଷ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ