ନମସ୍କାର ବନ୍ଧୁଗଣ ଆଜି କାଲି ଘରେ ଘରେ ସମସ୍ତେ ଛୋଟ ପରଦାରେ ପ୍ରସାରିତ ହେଉଥିବା ଧାରବାହିକ କୁ ଦେଖିବା କୁ ବେଶୀ ପସନ୍ଦ କରୁଛନ୍ତି ସିନେମା ଅପେକ୍ଷା ।
ନିଜର ସମସ୍ତ କାର୍ଯ୍ୟ କଳାପ କୁ ଶେଷ କରି ବସି ଯାଉଛନ୍ତି ଟିଭି ଆଗରେ ସେହି ଧାରାବାହିକ ଗୁଡିକ କୁ ଦେଖିବା ପାଇଁ । ପ୍ରସାରିତ ହେଉଥିବା ଧାରାବାହିକ ଏବେ ଘରେ ଘରେ ପରିଚିତ । ଏବଂ ସେଥିରେ ଅଭିନୟ କରୁଥିଲେ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ବହୁତ ଲୋକପ୍ରିୟତା ପାଉଛନ୍ତି । ଧାରବାହିକ ରେ ଥିବା ନାୟକ ନାୟିକା ଙ୍କ ଯୋଡି କୁ ମଧ୍ୟ ଦର୍ଶକ ମାନେ ଭଲ ପାଇବା ପ୍ରଦାନ କରୁଛନ୍ତି ।

ନିଜର ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବାକୁ ଆଗ୍ରହ ମଧ୍ୟ ରଖୁଛନ୍ତି । ସେମାନଙ୍କ ବାସ୍ତବ ଜୀବନରେ ଘଟୁଥିବା ସମସ୍ତ ଘଟଣା କୁ ସେମାନେ ଜାଣିବାକୁ ଚାହିଁ ଥାନ୍ତି । ସେମାନଙ୍କ ଜୀଵନ ଶୈଳୀ ସେମାନଙ୍କ ର କାର୍ଯ୍ୟ କଳାପ ଆଦି । ତେବେ ଆଜି ଆମେ ଛୋଟ ପରଦାର କିଛି ଏପରି ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବା ଯିଏ ଧାରାବାହିକ ରେ ଏକାଠି କାମ କରୁ କରୁ ବାସ୍ତବରେ ମଧ୍ୟ ଏକାଠି ହୋଇ ଗଲେ । ତେବେ ଆସନ୍ତୁ ସେହି କଳାକାର ମାନଙ୍କ ବିଷୟରେ ଆଲୋଚନା କରିବା ।

୧- ପ୍ରଥମ ଯୋଡି ହେଉଛି ସୋହେବ ଏବଂ ଦୀପିକା । ‘ଶାଶୁରାଲ ସିମର କା’ ଧାରା ବାହିକ ରେ ଏମାନେ ଦୁଇ ଜଣ ଏକାଠି ନଜର ଆସିଥିଲେ । ଦୁଇ ଜଣ ଏହି ଧାରାବାହିକ ରେ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ । ପରଦାରେ ଏମାନେ ଦୁଇ ଜଣଙ୍କର କେମେଷ୍ଟ୍ରୀ ବହୁତ ଭଲ ଲାଗେ ଦର୍ଶକ ମାନଂକୁ । ଏବଂ ଦର୍ଶକ ମାନେ ସେମାନଙ୍କ ଯୋଡି ଏବଂ ଅଭିନୟ କୁ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ସେମାନେ ଏହି ଧାରାବାହିକ ରୁ ହିଁ ଏକାଠି ହୋଇ ଥିଲେ ଏବଂ ୨୦୧୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ ।

୨- ଦ୍ଵିତୀୟ ଯୋଡି ହେଉଛି ନିଲ ଭଟ୍ଟ ଏବଂ ଐଶ୍ୱର୍ଯ୍ୟ ଶର୍ମା । ଏହି ଦୁଇ ଜଣ ବର୍ତ୍ତମାନ ପ୍ରସାରିତ ଧାରାବାହିକ ‘ଗୁମ ହେ କିସୀ କେ ପ୍ୟାର ମେ ‘ ରେ ଏକାଠି ନଜର ଆସୁଛନ୍ତି । କିନ୍ତୁ ଏଥିରେ ସେମାନେ ପରସ୍ପର ଙ୍କ ବିପକ୍ଷରେ ଅଭିନୟ କରୁ ନାହାନ୍ତି । କିନ୍ତୁ ଧାରାବାହିକ ରେ କାମ କରୁ କରୁ ଦୁହେଁ ନିଜର ହୃଦୟ ଦୁହିଁଙ୍କୁ ଦେଇ ବସିଲେ ଏବଂ ଏହି ଯୋଡ଼ି ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

୩- ତୃତୀୟ ଯୋଡି ହେଉଛି ହିବା ନବାବ ଏବଂ ପର୍ଲ ବି ପୁରି । ପର୍ଲ ନାଗିନ ଧାରାବାହିକ ରେ ମାହୀର ର ଭୂମିକା ରେ ଅଭିନୟ କରି ବହୁତ ଲୋକ ପ୍ରିୟତା ହାସଲ କରିଥିଲେ । ଏବଂ ହିବା ମଧ୍ୟ ଅନେକ ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ କାର୍ଯ୍ୟ କରି ଲୋକ ପ୍ରିୟ ହୋଇ ପାରିଛନ୍ତି । ଏହି ଦୁଇ ଜଣ ୨୦୧୬ ରେ ଆସିଥିବା ଧାରାବାହିକ ମେରି ଶାଶୂ ମାଆ ରେ ଏକାଠି ଅଭିନୟ କରି କରି ବାସ୍ତବ ଜୀଵନ ରେ ମଧ୍ୟ ଏକାଠି ହୋଇ ଯାଇଥିଲେ । ଏବଂ ଖବର ଆସୁଛି କି ଦୁହେଁ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

୪- ଚତୁର୍ଥ ଯୋଡି ହେଉଛି ମୁଗ୍ଧା ଏବଂ ରଭିଶ । ଏମାନେ ୨୦୧୪ ରେ ଆସିଥିବା ଧାରାବାହିକ ସତରଙ୍ଗୀ ଶାଶୁରାଲ ରେ ଏକାଠି ଏବଂ ମୁଖ୍ୟ ଚରିତ୍ର ରେ କାମ କରିଥିଲେ । ଏବଂ ଦୁହେଁ ପରସ୍ପରକୁ ହୃଦୟ ହରାଇ ବସିଲେ ଏବଂ ୨୦୧୬ ମସିହାରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ମଧ୍ୟ ହୋଇ ଗଲେ ।

୫- ପଞ୍ଚମ ଯୋଡି ହେଉଛି ଶିବଙ୍ଗୀ ଯୋଶୀ ଏବଂ ମୋଶିନ ଖାନ । ୟେ ରିସ୍ତା କ୍ୟା କହଲାତା ଧାରାବାହିକ ରେ ମୁଖ୍ୟ ଭୂମିକା ରେ ଦୁଇ ଜଣ ଅଭିନୟ କରିଛନ୍ତି । ଏବଂ ଦର୍ଶକ ମାନେ ମଧ୍ୟ ଏହି ଯୋଡି କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । କିନ୍ତୁ ଏହି ଯୋଡି ଧାରାବାହିକ ଛଡା ବାସ୍ତବ ଜୀଵନ ରେ ମଧ୍ୟ ଏକାଠି ଅଛନ୍ତି ଏବଂ ଖୁବଶୀଘ୍ର ବିବାଦ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

