ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଟିଭି ଧାରାବାହିକ “ଅଗଲେ ଜନମ ମୋହେ ବେଟିୟା ହି କିଜୋ” ଛୋଟ ପରଦା ର ଏକ ପ୍ରସିଦ୍ଧ ଧାରାବାହିକ ଅଟେ । ଏଥିରେ ଏକ ସାଧାରଣ ଝିଅ ର ଚରିତ୍ର ରେ ଅଭିନୟ କରିଥିବା ରତନ ରାଜପୁତ ବହୁତ ଲୋକପ୍ରିୟତା ହାସଲ କରିପାରିଥିଲେ ।
ରତନ ବହୁତ ଦିନ ହେବ ରତନ ଛୋଟ ପରଦା ଠାରୁ ବହୁତ ଦୁରେଇ କରି ରହିଛନ୍ତି । କିନ୍ତୁ ସେ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ବହୁତ ଆକ୍ଟିଭ ରହୁଛନ୍ତି । ଏହା ସହିତ ସେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ରେ ରହୁଛନ୍ତି । ୨୦୧୦ ମସିହା ରେ ଆସିଥିବା ରିୟଲୀଟି ସୋ “ରତନ କି ରିସ୍ତା” ପାଇଁ ସେ ବହୁତ ପ୍ରସିଦ୍ଧ ହୋଇଥିଲେ । ସେ ଏହି ସୋ ପାଇଁ ବହୁତ କଣ୍ଟ୍ରିର୍ଭରସି ରେ ରହିଥିଲେ ।
ଏହି ସୋ ରେ ଭାଗ ନେବା ପାଇଁ ଦେଶ ବିଦେଶ ରୁ ବହୁତ ଯୁବକ ଆସିଥିଲେ । କିନ୍ତୁ ଅଭିନେତ୍ରୀ ଜଣଙ୍କ ଅଭିନବ ଶର୍ମା ଙ୍କୁ ନିଜ ଜୀବନ ସାଥି ରୂପ ରେ ବାଛିଥିଲେ । କିନ୍ତୁ ଦଶ ବର୍ଷ ହୋଇଗଲାଣି ବର୍ତ୍ତମାନ ପର୍ଯ୍ୟନ୍ତ ଏମାନଙ୍କ ର ବିବାହ ହୋଇ ନାହିଁ ।
ଅନେକ ଲୋକ ମଧ୍ୟ କହିଥିଲେ ଯେ ରତନ ଏହି ସୋ କେବଳ ଟଙ୍କା ଓ ଆଟେନ୍ସନ ଲୋଭ ରେ କରିଥିଲେ । କିନ୍ତୁ ଅଭିନେତ୍ରୀ ଜଣଙ୍କ ଏହାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଥିଲେ । ସେ କହିଥିଲେ ମୁ ଏହି ସୋ ବିଷୟ ରେ ବହୁତ ଭାବିଥିଲି ଓ ତା ପରେ ହଁ କହିଥିଲି । ଏଥିରେ ଯାହା ସବୁ ହେଉଥିଲା ସବୁ ସତ୍ୟ ଅଟେ ।
କିନ୍ତୁ ଲୋକ ମାନେ ଏହାକୁ କେବଳ ଏକ ଡ୍ରାମା ବୋଲି ଭାବୁଥିଲେ । ସୋ ସରିବା ପରେ ଅଭିନବ ଙ୍କ ସହିତ ତାଙ୍କର ସମ୍ପର୍କ କୁ ଆହୁରି ମଜବୁତ କରିବା ପାଇଁ ସେ ଗୋଟିଏ ବର୍ଷ ଛୁଟି ନେଇଥିଲେ । କିନ୍ତୁ ତାଙ୍କ ମଧ୍ୟରେ କିଛି ଜିନିଷ ମେଳ ନ ଖାଇବାରୁ ଦୁହେଁ ଆପୋଷ ବୁଝାମଣା କରି ଅଲଗା ହୋଇଯାଇଥିଲେ ।
କିନ୍ତୁ ଲୋକ ମାନଙ୍କ ର ଏପରି କଥା ତାଙ୍କୁ ବହୁତ କଷ୍ଟ ଦେଇଥିଲା । ସେ ମାନସିକ ସ୍ତର ରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଥିଲେ । କିନ୍ତୁ ବର୍ତ୍ତମାନ ସେ ସବୁ ଭୁଲି ସାରିଛନ୍ତି । ରତନ “ଅଗଲେ ଜନମ ମୋହେ ବେଟି ହୋଜି” ବ୍ୟତୀତ ଆହୁରି କେତେକ ସୋ ଓ ଧାରାବାହିକ ରେ ନଜର ଆସିଥିଲେ । ଏହା ବ୍ୟତୀତ ସେ ବିଗବସ ସିଜନ ୭ ରେ ମଧ୍ୟ ନଜର ଆସିଥିଲେ ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ