ପୁଷ୍ପା ଫିଲ୍ମର କ୍ରେଜ ଆପଣ ଏଥିରୁ ଜାଣି ପାରିବେ କି କେବଳ ଭାରତରେ ନୁହେଁ ବିଦେଶରେ ବି ଏହି ଫିଲ୍ମର ଡାଇଲାଗ ଓ ଗୀତରେ ବିଦେଶୀ ନାଚୁଛନ୍ତି । ଏହାର ହିନ୍ଦୀ ରିମେକ ଗୀତ ବି ସବୁ ଜାଗାରେ ବାଜୁଛି । କହିଦେଉଛୁ କି ଦୁଇ ମାସ ତଳେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ରିଲିଜ ହୋଇଥିଲା । କିନ୍ତୁ ଏହା ପୂର୍ବରୁ ଯେତେବେଳେ ଏହି ଫିଲ୍ମର ଟ୍ରେଳର ରିଲିଜ ହୋଇଥିଲା ସେହି ସମୟରୁ ଏହି ଫିଲ୍ମର କ୍ରେଜ ଲୋକମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇ ଥିଲା ।
ଧୀରେ ଧୀରେ ଫିଲ୍ମ ଓ ଗୀତ ଭିଡିଓ ରିଲିଜ ହେବା ପରେ ସମସ୍ତଙ୍କ ମୁହଁରେ ଏହି ଫିଲ୍ମର ଗୀତ ଓ ଡାଇଲାଗ ଶୁଣିବାକୁ ମିଳିଲା । କହିଦେଉଛୁ କି ଏହି ଫିଲ୍ମରେ ଅଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା ନଜର ଆସିଛନ୍ତି । ଅନ୍ୟ କେତେକ ମୁଖ୍ୟ କଳାକାର ବି ଏହି ଫିଲ୍ମରେ ନଜର ଆସିଛନ୍ତି । କିନ୍ତୁ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ରୂପରେ ଦୁଇ ଜଣଙ୍କ ଷ୍ଟାଇଲକୁ ଲୋକମାନେ ଅଧିକ କପି କରୁଛନ୍ତି ।
ଲୋକମାନେ ଏହି ଫିଲ୍ମର ଗୀତ ସାମୀ ସାମୀରେ ରଶ୍ମିକା ମନ୍ଦନାଙ୍କ ଷ୍ଟାଇଲକୁ କପି କରୁଥିବାର ନଜର ଆସୁଛନ୍ତି । କିଏ ପୂରାପୂରି କପି କରି ଭିଡିଓ କରୁଛି ତ ଅନ୍ୟ ପଟେ କେତେକ ଲୋକମାନେ ଏହି ଗୀତରେ ମଜାଦାର ଭିଡିଓ କରୁଛନ୍ତି ।
ଯାହାକୁ ବି ଦର୍ଶକମାନେ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ହଜାର ହଜାର ଲୋକମାନେ ଏହି ଫିଲ୍ମର ଗୀତରେ ମଜାଦାର ଭିଡିଓ କରୁଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଦୁଇଟି ଭିଡିଓ ନେଇ ଆସିଛୁ । ଯେଉଁଥିରେ ପୁଷ୍ପାଫିଲ୍ମର ହିରୋଇନ ରଶ୍ମିକା ମନ୍ଦନା ଘରେ ଫିଲ୍ମର ଗୀତ ସାମୀ ସାମୀର ହୁକ ସ୍ଟେପ ନହୁଛନ୍ତି । ଯାହାକି ଦେଖିବାକୁ ବହୁତ ସନ୍ଦର ମଧ୍ୟ ଲାଗୁଛି ।
ଅନ୍ୟ ଏକ ଭିଡିଓରେ ଗୋଟିଏ ଟୋକା ଏହି ଗୀତରେ ଗୋଟିଏ ମଜାଦାର ଭିଡିଓ କରି ନାଚିବାର ଲାଗିଛି । ଯାହାକୁ ଦେଖିଲେ ଆପଣମାନେ ବି ହସିବେ । ସେହି ଟୋକର ନାଚ ଦେଖି ତାର ସାଙ୍ଗମାନେ ବି ତାର ଥଟ୍ଟା କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକମାନେ ଦେଖିସାରିଛନ୍ତି ଓ ଏହାକୁ ଶେୟାର ମଧ୍ୟ କରାଯାଉଛି ।