ବନ୍ଧୁଗଣ ଆପଣ ମାନେ ସମସ୍ତେ ଗାୟିକା ରାନୁ ମଣ୍ଡଳଙ୍କୁ ନିଶ୍ଚୟ ଜାଣିଥିବେ । କିଛି ମାସ ତଳେ ମାତ୍ର ଗୋଟିଏ ଗୀତ ଗାଇ ସେ ସୋସିଆଲ ମିଡିଆରେ ବହୁତ ଫେମସ ହୋଇଗଲେ । ପୂର୍ବରୁ ରାନୁ ଷ୍ଟେସନରେ ଗୀତ ଗାଉଥିଲେ ହେଲେ ଗୋଟେ ସମୟରେ ତାଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଗାୟକ ହିମେଶ ରେଶମୀୟା ଏକ ଗୀତ ଗାଇବାକୁ ମଉକା ଦେଇଥିଲେ ।
ସେହି ଗୀତଟିକୁ ଗାଇବା ପରେ ରାନୁଙ୍କ ଲୋକପ୍ରିୟତା ବହୁତ ଅଧିକ ବଢିଗଲା ଓ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଲେ । ହେଲେ ବନ୍ଧୁଗଣ ଗତ କିଛି ମାସ ହେବ ରାନୁ ସମସ୍ତଙ୍କ ନଜରରୁ ହଜି ଯାଇଛନ୍ତି ।
ରାନୁ ବର୍ତ୍ତମାନ କେଉଁଠି ଅଛନ୍ତି ଓ କଣ କରୁଛନ୍ତି ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେଣ୍ଟ ବଳରେ ଫେମସ ହୋଇପାରିବେ । ରାନୁଙ୍କ କାହାଣୀ ମଧ୍ୟ ସୋସିଆଲ ମିଡିଆ ସହ ଜଡିତ ରହିଛି ।
ରାନୁ ପ୍ରଥମେ ଷ୍ଟେସନରେ ଗୀତ ଗାଇ ନିଜ ପେଟ ପୋଷୁଥିଲେ । ଥରେ ସେ ଲତା ମଙ୍ଗେସ୍କରଙ୍କ ଫେମସ ଗୀତ ‘ୟେ ପ୍ୟାର କା ନଗମା ହେ’ ଗାଉଥିବା ବେଳେ ଜଣେ ଯୁବକ ତାଙ୍କର ଏକ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଦେଇଥିଲେ ।
ରାନୁଙ୍କର ସେହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଲା ଓ କିଛି ଦିନ ମଧ୍ୟରେ ରାନୁ ଫେମସ ହୋଇଯାଇଥିଲେ । ଏହାପରେ ତାଙ୍କୁ ହିମେଶ ରେଶମୀୟା ଦୁଇଟି ଗୀତରେ କାମ କରିବା ପାଇଁ ସୁଯୋଗ ଦେଇଥିଲେ । ବନ୍ଧୁଗଣ ରାନୁ ବହୁତ କମ ସମୟ ମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ନିରୂପଣ କରିଦେଇଥିଲେ ହେଲେ ହଠାତ ସେ ମିଡିଆ ସାମ୍ନାରୁ ଦୂରେଇ ଯାଇଥିଲେ ।
ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ରାନୁ ଏହି ଲକଡାଉନ ସମୟରେ ନିଜ ପୁରୁଣା ଘରେ ରହୁଛନ୍ତି । ସେ ତାଙ୍କ ପୁରୁଣା ଘରେ ରହି ନିଜର ବାୟୋପିକ ଉପରେ କାମ କରୁଛନ୍ତି । ଏହି ବଡ କାରଣ ପାଇଁ ରାନୁ ମିଡିଆ ସାମ୍ନାରୁ ଦୂରେଇ ରହୁଛନ୍ତି । ରାନୁ ନିଜ ଉପରେ ଏକ ଡକ୍ୟୁମେଣ୍ଟ ଫିଲ୍ମ ବନେଇବା ପାଇଁ ଯାଉଛନ୍ତି ।
ସେ କହିଛନ୍ତି ଲକଡାଉନ ପରେ ତାଙ୍କ ଫିଲ୍ମର ସୁ-ଟି-ଙ୍ଗ ଆରମ୍ଭ ହୋଇଯିବ । ଏହି ଫିଲ୍ମଟି ତାଙ୍କ ଜୀବନ ଉପରେ ଆଧାରିତ ଅଛି ଓ ସେ ନିଜେ ଏହି ଫିଲ୍ମରେ ନଜର ଆସିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଗାୟିକା ରାନୁ ମଣ୍ଡଳ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।