ବନ୍ଧୁଗଣ ଏହି କରୋନା କାଳ ସମୟରେ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଏହି ସମୟରେ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟି ଓ ତାଙ୍କ ସ୍ଵାମୀ ରାଜ କୁନ୍ଦରା ବହୁତ ଖରାପ ପରିସ୍ଥିତିରେ ପଡି ଯାଇଛନ୍ତି ।
ପର୍ନ ଫିଲ୍ମ କରିବାର ଅଭିଯୋଗରେ ରାଜଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଶିଲ୍ପା ଓ ରାଜଙ୍କୁ ପୋଲିସ ଲଗାତାର ପଚରା ଉଚରା କରୁଛି । ଏହା ସହିତ ପୋଲିସ ରାଜଙ୍କ ଅଫିସ ଓ ଘରେ ମଧ୍ୟ ଛାପା ମାରିଛି । ଗତ କିଛି ଦିନ ହେବ ଏହି କେସର ନୂଆ ନୂଆ ଖୁଲାସା ମାନ ସାମ୍ନାକୁ ଆସୁଛି । ବନ୍ଧୁଗଣ ଗତ କିଛି ସମୟ ତଳେ ପୋଲିସ ଛାପାରେ ଏକ ନୂଆ ରହସ୍ୟର ପରଦାଫାସ ହୋଇଛି ।

ରାଜଙ୍କ ଘରେ ଏକ ସିକ୍ରେଟ ଜାଗାରୁ ଏକ ଆଲମାରି ମିଳିଛି । ସେହି ଆଲମାରିରୁ କିଛି ଏପରି କାଗଜ ପତ୍ର ମିଳିଛି ଯାହା ରାଜଙ୍କ ପାଇଁ ସମସ୍ୟାର କାରଣ ହୋଇଛି । କ୍ରାଇମ ବ୍ରାଞ୍ଚ ସେହି କାଗଜ ପତ୍ରକୁ ଜବତ କରିଛି । ବନ୍ଧୁଗଣ ସେହି ସିକ୍ରେଟ ଆଲମାରିରେ ପୋଲିସକୁ କେତେକ ପର୍ନ ଫିଲ୍ମର ସ୍କ୍ରିପ୍ଟ ଓ ଅନ୍ୟ କାଗଜ ପତ୍ର ମିଳିଛି । ଏଥିରୁ ଏହା ଜଣା ପଡୁଛି ଯେ, ରାଜ ଗିରଫ ହେବା ପରେ ମଧ୍ୟ ତାଙ୍କ କମ୍ପାନୀ ଚାଲି ଥାନ୍ତା । ଏହି ସିକ୍ରେଟ ଆଲମାରିର ପରଦାଫାସ ହେବା ପରେ ଶିଲ୍ପା ସମସ୍ୟାରେ ଆସି ଯାଇଛନ୍ତି ।

କ୍ରାଇମ ବ୍ରାଞ୍ଚ ସହ ଜଡିତ ସୂତ୍ର ଆଧାରରେ କମ୍ପାନୀର ମାଲିକ ରାଜ ଗିରଫ ହେବା ପରେ ମଧ୍ୟ ତାଙ୍କ କମ୍ପାନୀ ବନ୍ଦ ହୋଇ ନଥାନ୍ତା । ସେହି ଆଲମାରିରୁ ମିଳିଥିବା ପର୍ନ ଫିଲ୍ମ ସ୍କ୍ରିପ୍ଟ ଗୁଡିକ ଫ୍ରେସ ଥିଲା । ଏହା ମଧ୍ୟ ଆଶଙ୍କା ରହିଛି ଯେ, ରାଜ ଙ୍କ କମ୍ପାନୀ ବର୍ତ୍ତମାନ ଚୋରଙ୍କ ପରି ପର୍ନ ପ୍ରଡ଼କ୍ସନ କରୁଛି । ଶିଲ୍ପା ସେଟି ଓ ଗହନା ବଶିଷ୍ଟଙ୍କ ହଟ୍ ସଟ ସହିତ ଅନ୍ୟ ଆପ୍ ର କଣ୍ଟେଣ୍ଟ ଥିବାର ଜଣା ପଡିଛି ।

ବର୍ତ୍ତମାନ ଏହା ବିଷୟରେ ତଦନ୍ତ ଚାଲିଛି । ଏହାପରେ ଜଣା ପଡିବ ଯେ, ଆଇନ ମୁତାବକ ଏହି କଣ୍ଟେଣ୍ଟ କେଉଁ କ୍ୟାଟେଗରିରେ ଯାଉଛି । ଅନ୍ୟ ଏକ ଆଶ୍ଚର୍ଯ୍ୟ ଜନକ କଥାର ମଧ୍ୟ ଖୁଲାସା ହୋଇଛି । ସେହି ସିକ୍ରେଟ ଆଲମାରିରୁ କିଛି କାଗଜ ପତ୍ର ମିଳିଛି ଯେଉଁଥିରେ ଶିଲ୍ପାଙ୍କ ସିଗନେଚର ଅଛି । ଏହି ମାମଲାକୁ ନେଇ ଶିଲ୍ପାଙ୍କ ସହ ପୁଣି ପଚରା ଉଚରା କରାଯିବ ବୋଲି ଜଣା ପଡିଛି । ଏହା ମଧ୍ୟ ସୂଚନା ମିଳିଛି ଯେ, ଶିଲ୍ପାଙ୍କ ମା ସୁନ୍ଦନ୍ଦା ସୁରେନ୍ଦ୍ର ସେଟି କଥିତ ରୂପରେ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଏହି କମ୍ପାନୀର ଡାଇରେକ୍ଟର ଥିଲେ ।

ସ୍ଵାମୀ ରାଜ ଗିରଫ ହେବା ପରେ ଶିଳ୍ପ ମଧ୍ୟ ଏହି କମ୍ପାନୀର ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି । ଶିଲ୍ପା ରାଜଙ୍କ କମ୍ପାନୀକୁ ପ୍ରମୋଟ କରନ୍ତି । ଗତ କିଛି ସମୟ ତଳେ ଶିଲ୍ପା ରାଜଙ୍କ ଜଏଲ ଷ୍ଟ୍ରିମ କମ୍ପାନୀକୁ ପ୍ରମୋଟ କରିଥିଲେ ଓ ଏହା ସେହି କମ୍ପାନୀ ଅଟେ ଯାହା ଉପରେ ଆରୋପ ଲାଗିଛି । ତେଣୁ ବନ୍ଧୁଗଣ ବର୍ତ୍ତମାନ ଶିଲ୍ପା ମଧ୍ୟ ସମସ୍ୟାରେ ପଡିଗଲେ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ

